ETV Bharat / bharat

‘ଦିଲ୍ଲୀ ଦଙ୍ଗା 2020’ ପୁସ୍ତକର ଲେଖକ ସନ୍ଦୀପ ଦେବଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

ଦିଲ୍ଲୀ ଦଙ୍ଗା ଉପରେ ଆଧାରିତ ପୁସ୍ତକର ପ୍ରକାଶନ ବନ୍ଦ ହେବା ପରଠାରୁ ବ୍ଲୁମ୍ସବରିର ସମସ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହି ପୁରା ଘଟଣା ଉପରେ ବ୍ଲୁମ୍ସବରି ଇଣ୍ଡିଆର ପ୍ରଥମ ହିନ୍ଦୀ ଲେଖକ ସନ୍ଦୀପ ଦେବଙ୍କ ସହ ଇଟିଭି ଭାରତ ଏକ ସ୍ବତନ୍ତ୍ର ସାକ୍ଷାତକାର କରିଛି।

ଦିଲ୍ଲୀ ଦଙ୍ଗା ଉପରେ ଆଧାରିତ ପୁସ୍ତକକୁ ନେଇ ସନ୍ଦୀପ ଦେବଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

author img

By

Published : Aug 26, 2020, 10:25 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ଉପରେ ଆଧାରିତ ପୁସ୍ତକର ପ୍ରକାଶନ ବନ୍ଦ ହେବା ପରଠାରୁ ବ୍ଲୁମ୍ସବରିର ସମସ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହି ପବ୍ଲିକେଶନ ସହିତ ଜଡିତ ଅନେକ ଲେଖକ ସେମାନଙ୍କର ପ୍ରକାଶନ ଅଧିକାର ପ୍ରତ୍ୟାହାର କରି ନେଇଛନ୍ତି । ଅନେକ ଲେଖକ ନିଜ ପୁସ୍ତକ ଏଠାରୁ ପ୍ରକାଶ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ପୁରା ଘଟଣା ଉପରେ ବ୍ଲୁମ୍ସବରି ଇଣ୍ଡିଆର ପ୍ରଥମ ହିନ୍ଦୀ ଲେଖକ ସନ୍ଦୀପ ଦେବଙ୍କ ସହ ଇଟିଭି ଭାରତ ଏକ ସ୍ବତନ୍ତ୍ର ସାକ୍ଷାତକାର କରିଛି। ସନ୍ଦୀପ ଦେବ ତାଙ୍କର ସମସ୍ତ ପ୍ରକାଶନ ଅଧିକାର ପ୍ରତ୍ୟାହାର କରିବାକୁ ବ୍ଲୁମ୍ସବରୀକୁ ଏକ ଆଇନଗତ ନୋଟିସ୍ ମଧ୍ୟ ପଠାଇଛନ୍ତି।

ଦିଲ୍ଲୀ ଦଙ୍ଗା ଉପରେ ଆଧାରିତ ପୁସ୍ତକକୁ ନେଇ ସନ୍ଦୀପ ଦେବଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

ବ୍ଲୁମସବରି ଇଣ୍ଡିଆ ପକ୍ଷରୁ ଏପର୍ଯ୍ୟନ୍ତ 6ଟି ପୁସ୍ତକ ଲେଖିଥିବା ସନ୍ଦୀପ ଦେବ କହିଛନ୍ତି, ବ୍ଲୁମସବରି ଇଣ୍ଡିଆ ବ୍ରିଟେନ କାର୍ଯ୍ୟାଳୟର ଚାପରେ ଭାରତୀୟ ଲେଖକଙ୍କ ଅଭିବ୍ୟକ୍ତି ଅଧିକାରକୁ ଭାଙ୍ଗି ଦେଇଛି । ଏହାର ତାର ଔପନିବେଶିକ ମାନସିକତାକୁ ପ୍ରତିଫଳିତ କରିଛି। 'ଦିଲ୍ଲୀ ଦଙ୍ଗା2020' ପୁସ୍ତକକୁ ନେଇ ହୋଇଥିବା ବିବାଦ ପୂର୍ବରୁ 'ଶାହିନ୍ ବାଗ: ଏକ ବିରୋଧରୁ ଏକ ଆନ୍ଦୋଳନ' ପୁସ୍ତକ ପ୍ରକାଶିତ ହୋଇଥିଲା । କିନ୍ତୁ ବ୍ଲୁମ୍ସବରି ଏହାକୁ ବନ୍ଦ କରି ନଥିଲା। ହେଲେ ଦିଲ୍ଲୀ ଦଙ୍ଗା ଉପରେ ଲେଖାଯାଇଥିବା ପୁସ୍ତକର ପ୍ରକାଶନ ବନ୍ଦ ହୋଇଯାଇଥିବା ସେ କହିଛନ୍ତି ।

ପୁସ୍ତକ ପ୍ରକାଶନ ପୂର୍ବରୁ ପଢା ଯାଉଥିବା ପ୍ରଶ୍ନ ଉପରେ ସନ୍ଦୀପ ଦେବ କହିଛନ୍ତି, କୌଣସି ପୁସ୍ତକ ପ୍ରକାଶନ ପୂର୍ବରୁ ସମ୍ପାଦକୀୟ ଦଳ ଏହାକୁ ସମୀକ୍ଷା କରନ୍ତି ଏବଂ ଆଇନ ଦଳ ଏହାକୁ ଯାଞ୍ଚ କରନ୍ତି। ଏହି ପୁସ୍ତକ ପାଇଁ ମଧ୍ୟ ସମଗ୍ର ପ୍ରକ୍ରିୟା ଅନୁସରଣ କରାଯାଇଥିଲା । ତେବେ କିଛି ଆପତ୍ତିଜନକ ନଥିଲା, ତେଣୁ ଏହାକୁ ପ୍ରକାଶନ ପାଇଁ ପଠାଯାଇଥିଲା । କେବଳ ଏତିକି ନୁହେଁ, ସମ୍ବଧିତ ଲେଖକଙ୍କୁ ଏହାର ଉନ୍ମଚନ ପାଇଁ 100 କପି ମଧ୍ୟ ଦିଆଯାଇଥିଲା । ଏହି ଉତ୍ସବରେ ଆସିବାକୁ ଥିବା ଅତିଥିମାନଙ୍କ ବିଷୟରେ ଲେଖକ ପ୍ରକାଶକଙ୍କୁ ଅବଗତ କରାଇବା ସହିତ ଏକ ସପ୍ତାହ ପୂର୍ବରୁ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମର ଏବଂ ପୋଷ୍ଟର ମଧ୍ୟ ପ୍ରକାଶକଙ୍କୁ ପଠାଯାଇଥିଲା । ସେତେବେଳ ପର୍ଯ୍ୟନ୍ତ ପ୍ରକାଶକ ବ୍ଲୁମ୍ସବରିର କୌଣସି ଆପତ୍ତି ନଥିଲା। କିନ୍ତୁ ସୋସିଆଲ ମିଡିଆରେ ଉତ୍ତେଜନା ପ୍ରକାଶ ପାଇବା ପରେ ବ୍ଲୁମ୍ସବରି ଏଥିରୁ ଓହରି ଯାଇଥିବା ସନ୍ଦୀପ ଦେବ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.