ETV Bharat / bharat

ରାବଣ ପୋଡି ବେଳେ ଭୟଙ୍କର ବିସ୍ଫୋରଣ, ଦେଖନ୍ତୁ ଭିଡିଓ

ରାବଣ ପୋଡି ଉତ୍ସବରେ ପଞ୍ଜାବର ବାଟଲରେ ଅଘଟଣ । ରାବଣ ଦହନ ସମୟରେ ହୋଇଥିଲା ବିସ୍ଫୋରଣ । ରବିବାର ଏହି ଦୁର୍ଘଟଣା ଘଟିଛି । ଅଧିକ ପଢନ୍ତୁ...

author img

By

Published : Oct 26, 2020, 8:35 AM IST

ରାବଣ ଦହନ ବେଳେ ଭୟଙ୍କର ବିସ୍ଫୋରଣ
ରାବଣ ଦହନ ବେଳେ ଭୟଙ୍କର ବିସ୍ଫୋରଣ

ବାଟଲ: ରବିବାର ପଞ୍ଜାବର ବାଟଲରେ ଦଶହରା ପାଳନ ବେଳେ ଅଘଟଣ । ରାବଣ ପୋଡି ସମୟରେ ଭୟଙ୍କର ବିସ୍ଫୋରଣ ଘଟିଛି । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାଁନ୍ତି ।

ଦଶହରା ଅବସରରେ ବାଟଲରେ ରାବଣ ପୋଡି ଉତ୍ସବ କଂଗ୍ରେସ ନେତାଙ୍କ ଦ୍ବାରା ଆୟୋଜିତ କରାଯାଇଥିଲା । ରାବଣର କୁଶପୁତ୍ତଳିକାରେ ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଅଶ୍ବିନୀ ସେଖରୀ ଅଗ୍ନି ସଂଯୋଗ କରିବା ସମୟରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହି ସମୟରେ ରାବଣ ପୋଡି ଦେଖିବାକୁ ଆସିଥିବା ସ୍ଥାନୀୟ ଲୋକେ ଛିଟି କି ପଡିଥିଲେ । ତୁରନ୍ତ ଅଶ୍ବିନୀ ସେଖରୀ ଓ ତାଙ୍କର ସହକର୍ମୀ ଲୋକଙ୍କୁ ଉଦ୍ଧାର କରିଥିଲେ । ତେବେ ଏହି ବିସ୍ଫୋରଣରେ କୌଣସି ବଡ ଧରଣ କ୍ଷୟକ୍ଷତି ହୋଇନଥିବା ନେଇ ସୂଚନା ରହିଛି ।

ରାବଣ ଦହନ ବେଳେ ଭୟଙ୍କର ବିସ୍ଫୋରଣ

ସୂଚନାଯୋଗ୍ୟ, କୋରୋନା ସଙ୍କଟରେ ରାବଣ ପୋଡି ନ କରିବାକୁ ପୁରୁଣା ଦଶହରା କମିଟି ନିଷ୍ପତ୍ତି ନେଇଥିଲେ । ହେଲେ ଅଶ୍ବିନୀ ସେଖଡୀଙ୍କ ପକ୍ଷରୁ ଅନିଶ ଅଗ୍ରୱାଲ ହାଥୀ ଗେଟରେ ରାବଣ ପୋଡି ଉତ୍ସବ ଆୟୋଜନ କରାଯାଇଥିଲା । ପ୍ରତିବର୍ଷ ପରି ଏଥର ମଧ୍ୟ ଅଶ୍ବିନୀ ସେଖଡୀ ରାବଣରେ ନିଆଁ ଲଗାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.