ETV Bharat / bharat

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ବିଜେପି ପକ୍ଷରୁ ସଙ୍କଳ୍ପପତ୍ର ଜାରି

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ସଙ୍କଳ୍ପପତ୍ର ଜାରି ହୋଇଛି । ବିଜେପିର ଜାତୀୟ କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ଓ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏହାକୁ ଜାରି କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Oct 15, 2019, 11:30 AM IST

ମୁମ୍ବାଇ: ଚଳିତ ମାସ 21 ତାରିଖରେ ହେବାକୁ ଯାଉଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ଏହି ପରିପ୍ରେକ୍ଷୀରେ ରାଜ୍ୟରେ କ୍ଷମତାସୀନ ଥିବା ବିଜେପି ପକ୍ଷରୁ ଘୋଷଣାପତ୍ର ଜାରି ହୋଇଛି । ଏହାର ନାଁ ସଙ୍କଳ୍ପପତ୍ର ରହିଛି । ବିଜେପିର ଜାତୀୟ କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଉପସ୍ଥିତ ରହି ଦଳ ପକ୍ଷରୁ ଏହି ଘୋଷଣାପତ୍ରକୁ ଜାରି କରିଛନ୍ତି ।

ଜାରି ହୋଇଥିବା ସଙ୍କଳ୍ପପତ୍ରରେ ଶିକ୍ଷା ଓ ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦିଆଯାଇଛି । ଏଥିରେ 5 ବର୍ଷରେ 1 କୋଟି ନିଯୁକ୍ତି ଦିଆଯିବା ନେଇ ପ୍ରତିଶ୍ରୃତି ଦିଆଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ମାଧ୍ୟମରେ ସବୁ ବସ୍ତିକୁ ମୁଖ୍ୟ ସଡକ ଦ୍ବାରା ସଂଯୋଗ କରାଯିବ ବୋଲି ଉଲ୍ଲେଖ ରହିଛି ।

ପୂର୍ବରୁ ଶିବସେନା ନିଜର ଘୋଷଣା ପତ୍ର ଜାରି କରିଛି । ଯାହାର ନାଁ ରହିଛି ବଚନପତ୍ର । ଦଳ ପକ୍ଷରୁ ଜାରି ହୋଇଥିବା ଘୋଷଣାପତ୍ରରେ 10 ଟଙ୍କାରେ ପେଟପୁରା ଭୋଜନ ଥାଳିର ପ୍ରତିଶ୍ରୃତି ଦିଆଯାଇଛି । ଏଥିସହ 1 ଟଙ୍କାରେ ସ୍ବାସ୍ଥ୍ୟ ଯାଞ୍ଚ ସୁବିଧା ଉପଲବ୍ଧ କରାଯିବା ନେଇ ମଧ୍ୟ ଶିବସେନା ପକ୍ଷରୁ ଘୋଷଣା ପତ୍ରରେ ଉଲ୍ଲେଖ ରହିଛି।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.