କୋଲକାତା: ଶହୀଦ ମିନାରରେ ଆଜି(ରବିବାର) ଜନସଭାକୁ ସମ୍ବୋଧନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ହାୱଡା ଷ୍ଟେସନ ପାଖରେ ଏଥିପାଇଁ ଏକାଠି ହେଉଛନ୍ତି ବିଜେପି କର୍ମୀ । ବିଜେପି କର୍ମୀଙ୍କୁ ଅମିତ ଶାହା ଆଜି କ'ଣ ଗୁରୁ ବାଣୀ ଦେବେ ତାହା ଉପରେ ରହିବ ସମସ୍ତଙ୍କ ନଜର । ଅନ୍ୟପକ୍ଷେ କର୍ମୀଙ୍କ ଖାଇବା ପାଇଁ ପ୍ରସ୍ତୁତ ହେଉଛି ଖେଚୁଡି । ପ୍ରାୟ 3,000ରୁ ଊର୍ଦ୍ଧ୍ବ କର୍ମୀଙ୍କ ଖେଚୁଡି ଖାଇବାର ବନ୍ଦୋବସ୍ତ କରାଯାଇଛି ।
କର୍ମୀଙ୍କ ପାଇଁ ପାନୀୟ ଜଳ, ଔଷଧ, ଆମ୍ବୁଲାନ୍ସ ଆଦିର ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷେ ବିରୋଧିଙ୍କ ନାରାକୁ ସହ୍ୟ କରାଯିବ ନାହିଁ ବୋଲି କହିଛନ୍ତି ହାୱଡା ବିଜେପି ଅଧ୍ୟକ୍ଷ ସୁରଜିତ୍ ଶାହା । ଏହାସହ ବିଜେପି କର୍ମୀ ଲକେଟ ଚାଟାର୍ଜୀଙ୍କ କହିବାନୁସାରେ, "ପଶ୍ଚିମବଙ୍ଗ ବିଜେପିର ଅମ୍ଲଜାନ ହେଉଛନ୍ତି ଅମିତ ଶାହା" । ତେବେ ସଭାରେ ନଡ୍ଡା ଓ ଶାହା କ'ଣ ସରପ୍ରାଇଜ ଦେବେ ସେ ନେଇ ଉତ୍ସାହିତ ଅଛନ୍ତି କର୍ମୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ