ETV Bharat / bharat

ବିଜେପି କାର୍ଯ୍ୟକର୍ତ୍ତାଙ୍କ ହତ୍ୟାର ସଠିକ୍ ତଦନ୍ତ କରାଯାଉ: କିଷାନ୍ ରେଡ୍ଡୀ - political

ଟିଆରଏସ କର୍ମୀଙ୍କ ଦ୍ବାରା ହତ୍ୟାର ଶିକାର ହୋଇଥିବା ବିଜେପି କର୍ମୀ ପ୍ରେମ କୁମାର ରେଡ୍ଡୀଙ୍କ ହତ୍ୟାର ତଦନ୍ତ କରାଯିବା ନେଇ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ତଥା ସିକନ୍ଦରାବାଦର ସାଂସଦ  କିଷାନ ରେଡ୍ଡୀ ତେଲେଙ୍ଗାନା ପୋଲିସ ନିକଟରେ ଦାବି ଉଠାଇଛନ୍ତି।

ଫାଇଲ ଫଟୋ
author img

By

Published : Jun 8, 2019, 2:10 PM IST

ହାଇଦ୍ରାବାଦ: ବିଜେପି କାର୍ଯ୍ୟକର୍ତ୍ତା ହତ୍ୟାର ସଠିକ୍ ତଦନ୍ତ କରାଯିବା ନେଇ ମତ ରଖିଛନ୍ତି ସିକନ୍ଦରବାଦ ସାଂସଦ ତଥା କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ କିଷାନ ରେଡ୍ଡୀ। ଶନିବାର ଟିଆରଏସ କର୍ମୀଙ୍କ ଦ୍ବାରା ହତ୍ୟାର ଶିକାର ହୋଇଥିବା ବିଜେପି କର୍ମୀ ପ୍ରେମ କୁମାର ରେଡ୍ଡୀଙ୍କ ହତ୍ୟାର ତଦନ୍ତ କରିବା ନେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ସିକନ୍ଦରାବାଦର ସାଂସଦ କିରଣ ରେଡ୍ଡୀ ତେଲେଙ୍ଗାନା ପୋଲିସ ନିକଟରେ ଦାବି କରିଛନ୍ତି।

ଏନେଇ ମତ ରଖି ସେ କହିଛନ୍ତି, ପ୍ରେମ କୁମାର ରେଡ୍ଡୀଙ୍କୁ ଟିଆରଏସ କାର୍ଯ୍ୟକର୍ତ୍ତା ହତ୍ୟା କରିଥିଲେ। ତେଣୁ ମୁଁ ତେଲେଙ୍ଗାନା ପୋଲିସକୁ ନିବେଦନ କରୁଛି ସେମାନେ ଦୋଷୀକୁ ଯେତେ ଶୀଘ୍ର ଦଣ୍ଡ ଦିଅନ୍ତୁ। ଏଥିସହ ସେ କହିଥିଲେ ଆପଣ କୌଣସି ରାଜନୈତିକ ଚାପରେ ଆସନ୍ତୁ ନାହିଁ ।

ପ୍ରକାଶ ଥାଉକି, ଜୁନ୍ 6ରେ ବିଜେପି କର୍ମୀଙ୍କୁ କିଛି ଲୋକ ହତ୍ୟା କରିଥିଲେ । ତେବେ ତଦନ୍ତରୁ ଏହା ଜଣାପଡିଥିଲା ଯେ, ନିର୍ବାଚନରେ ହାରିଥିବା ସ୍ଥାନୀୟ ଟିଆରଏସ ନେତାଙ୍କ ପୁଅ ଶ୍ରୀକାନ୍ତ ରେଡ୍ଡୀ ଏହି ହତ୍ୟାକାଣ୍ଡରେ ସାମିଲ ଥିଲେ। ତେବେ ଏହି ଘଟଣାରେ ତେଲେଙ୍ଗାନା ପୋଲିସ ଶ୍ରୀକାନ୍ତଙ୍କ ସହ ଅନ୍ୟ ପାଞ୍ଚ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.