ETV Bharat / bharat

ରକ୍ତ ରଞ୍ଜିତ ପଶ୍ଚିମବଙ୍ଗ, ମାଲଦାରୁ ମିଳିଲା ବିଜେପି କର୍ମୀଙ୍କ ମୃତଦେହ - ମାଲଦା

ପଶ୍ଚିମବଙ୍ଗ ମାଲଦାରୁ ପୁଣି ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମୃତ ଦେହ ମିଳିଛି । ଏହାକୁ ନେଇ କୋଲକାତାରେ ବିଜେପି ବୁଧବାର ବିରୋଧ ପ୍ରଦର୍ଶନ କରିବା ସହତ ପୋଲିସ ମୁଖ୍ୟାଳୟ ଘେରାଉ କରିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 12, 2019, 12:24 PM IST

କୋଲକାତା: ଲୋକସଭା ନିର୍ବାଚନ ପରେ ପଶ୍ଚିମବଙ୍ଗରେ ହିଂସା ଏବେ ଚରମ ସ୍ତରରେ ପହଞ୍ଚିଛି । ରାଜନୈତିକ ଅସହିଷ୍ଣୁତା ଉଗ୍ର ରୂପ ଧାରଣ କରିଥିବା ବେଳେ ହତ୍ୟା ଦିନକୁ ଦିନ ବଢି ଚାଲିଛି । ବଙ୍ଗମାଟି ହେଉଛି ରକ୍ତ ରଞ୍ଜିତ ।

ପଶ୍ଚିମବଙ୍ଗ ମାଲଦାରୁ ପୁଣି ଏକ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମୃତ ଦେହ ମିଳିବା ପରେ ରାଜନୈତିକ ଲଢେଇରେ ତିକ୍ତତା ଆହୁରି ବଢି ଯାଇଛି । ଏହାକୁ ନେଇ କୋଲକାତାରେ ବିଜେପି ବୁଧବାର ବିରୋଧ ପ୍ରଦର୍ଶନ କରିବା ସହତ ପୋଲିସ ମୁଖ୍ୟାଳୟ ଘେରାଉ କରିବା ନେଇ ଜଣା ପଡିଛି ।

ବିଜେପି କାର୍ଯ୍ୟକର୍ତ୍ତା ଆଶିଷ ସିଂହ ଦୁଇ ଦିନ ପୂର୍ବରୁ ନିଖୋଜ ଥିବା ବେଳେ ତାଙ୍କ ମୃତ ଦେହ ଇଂଲିସ ବଜାର ନିକଟରୁ ମିଳିଛି । ପୋଲିସ ମୃତ ଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଆଶିଷଙ୍କ ମୃତଦେହ ମିଳିବା ପରେ ବିଜେପି କାର୍ଯ୍ୟକର୍ତ୍ତା ବିରୋଧ ପ୍ରଦର୍ଶନ ଆରମ୍ଭ କରି ଦେଇଥିବା ବେଳେ ଅନେକ ସଂଖ୍ୟାରେ କର୍ମକର୍ତ୍ତା ପୋଲିସକୁ ଘେରିବା ସହ ମମତା ସରକାରଙ୍କ ବିରୋଧରେ ନାରାବାଜି କରୁଛନ୍ତି ।

||ବରଗଡ ||
 ବିଜେପୁର ଥାନା ଲାଉମୁଣ୍ଡା ଗ୍ରାମରେ ଗତକାଲି ହୋଇଥିବା ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ 3 ଜଣଙ୍କୁ ଗ୍ରାମବାସୀ କାବୁକରି ପୋଲିସ ଜିମାରେ ଦେଇଥିବା ବେଳେ ପୋଲିସ ଅଭିଯୁକ୍ତ ମାନଙ୍କୁ ଜେରାକରି ଅଧିକ ତଦନ୍ତ କରିଥିଲା | ବିଜେପୁର ରେ ଆଗକୁ ପୁଣି ଉପନିର୍ବାଚନ ହେବାକୁ ଥିବା ବେଳେ ଏବେ ହୋଇଥିବା ଗୁଳିକାଣ୍ଡ ଘଟଣା କୁନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି | ଏହି ଘଟଣାରେ କୌଣସି ରାଜନୈତିକ କାରଣ ରହିଛି ନା ଅନ୍ୟ କିଛି କାରଣ ସେନେଇ ପୋଲିସ ଅଧିକ ତଦନ୍ତ କରିଛି ଏବଂ ଅଭିଯୁକ୍ତ ମାନଙ୍କର କୌଣସି ରାଜନୈତିକ ଲିଙ୍କ ରହିଛି ନା ନାହି ସେ ଦିଗରେ ମଧ୍ୟ ତଦନ୍ତ କରିବା ପରେ ପୋଲିସ ଜଣାଇଛି ଯେ ଅଭିଯୁକ୍ତ ତିନିଜଣ ପେଶାଗତ ନିଶାଖୋର ଲୁଟେରା ଅଟନ୍ତି | ତିନି ଜଣଙ୍କ ମଧ୍ୟରୁ ଦୁଇଜଣ ବରପାଲି ଡ଼ାଗବଙ୍ଗଳା ପଡ଼ାର ହୋଇଥିବା ବେଳେ ଅନ୍ୟ ଜଣକ ଭଟଲି ଅଞ୍ଚଳର ବୋଲି ପୋଲିସ ପକ୍ଷରୁ କୁହାଯାଇଛି | ତେବେ ସେମାନେ ଏକ AIR gun ସାହାଯ୍ୟରେ ଲୋକଙ୍କୁ ଭୟଭୀତ କରି ରାସ୍ତାରେ ଯିବାଆସିବା ସମୟରେ ଲୁଟ କରୁଥିବା ସ୍ଵୀକାର କରିଥିବା ବେଳେ ଲାଉମୁଣ୍ଡରେ ମଧ୍ୟ ଜଣେ ବ୍ୟକ୍ତିଙ୍କୁ ଏୟାର ଗନ ଚଳାଇ ଭୟଭୀତ କରିଥିଲେ ଏବଂ ତାଙ୍କଠାରୁ ଟଙ୍କା ଲୁଟ କରୁଥିବା ସମୟରେ ଗ୍ରାମବାସୀଙ୍କ ହାବୁଡରେ ପଡିଥିଲେ | ଗ୍ରାମବାସୀ ଉକ୍ତ ତିନିଜଣ ନିଶାଖୋର ଯୁବକଙ୍କୁ ନିସ୍ତୁକ ମାଡ ଦେବା ସହିତ ପୋଲିସ ଜିମାରେ ଦେଇଥିଲେ | ତେବେ ପୋଲିସ ର ସମସ୍ତ ତଦନ୍ତ ପରେ ସେହି ତିନିଜଣ ଯୁବକ କୌଣସି ରାଜନୈତିକ ଦଳର ନୁହନ୍ତି ବରଂ ସେମାନେ ପେଶାଗତ ଲୁଟେରା ବୋଲିଂ କହିଛନ୍ତି |
 ବାଇଟ ଓ ଭିଡିଓ FTP ରେ ଯାଇଛି | 
 slug - odbgh_criminal_7203682  
ବାଇଟ 1- ପ୍ରଦୀପ କୁମାର ସାହୁ ( SDPO , PADAMPUR )
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.