ETV Bharat / bharat

ପାୱାରଫୁଲ ହେଉଛି ବିଜେପି; 59 ଆସନରୁ ପୋଛିନେଲା 40 ସିଟ - 59 ଉପନିର୍ବାଚନ

ଉପନିର୍ବାଚର ପ୍ରାୟ ସମସ୍ତ ସିଟ୍‌ ପୋଛି ନେଲା ବିଜେପି । ଦେଶର 59 ବିଧାନସଭା ଓ ଲୋକସଭା ଆସନରେ ସବୁଠି ଛାଇଗଲା ଗେରୁଆ ରଙ୍ଗ । ତେବେ ଜାଣନ୍ତୁ କେଉଁ ଆସନରୁ ବିଜେପି କେତେ ଆସନରେ ବିଜୟୀ ହୋଇଛି । ଅଧିକ ପଢନ୍ତୁ...

59 ବିଧାନସଭା ଉପନିର୍ବାଚନ
59 ବିଧାନସଭା ଉପନିର୍ବାଚନ
author img

By

Published : Nov 11, 2020, 10:58 AM IST

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ସମେତ ଦେଶର 10 ଟି ରାଜ୍ୟର 58ଟି ବିଧାନସଭା ଆସନରେ ଉପ-ନିର୍ବାଚନ ଓ ବିହାର ବାଲ୍ମିକୀ ନଗର ଲୋକସଭା ଆସନରେ ମଧ୍ୟ ଉପ-ନିର୍ବାଚନ ଫଳାଫଳ ଆସିଛି । 59 ଟି ଆସନରୁ ବିଜେପି ଏକାକୀ 41 ଟି ଆସନରେ ଜିତିଛି ।

ଗୁଜୁରାଟର ସମସ୍ତ 8ଟି ଆସନରେ ବିଜେପି ବିଜୟୀ ହୋଇଛି । ମଧ୍ୟପ୍ରଦେଶର 28 ଟି ଆସନ ମଧ୍ୟରୁ 19ଟି ରେ ନିର୍ବାଚିତ ହୋଇଛି ବିଜେପି । ତେବେ ଶିବରାଜ ସିଂଙ୍କ ସରକାରର 3 ଜଣ ମନ୍ତ୍ରୀ କିନ୍ତୁ ଶୋଚନୀୟ ପରାଜୟ କରିଛନ୍ତି । ଏଠାରେ କଂଗ୍ରେସକୁ ମାତ୍ର 9ଟି ଆସନ ମିଳିଛି ।

ବିହାର ବାଲ୍ମିକୀ ନଗର ଲୋକସଭା ଆସନରେ ଜେଡିୟୁ ପ୍ରାର୍ଥୀ ସୁଶୀଲ କୁମାର ବିଜୟ ହୋଇଛନ୍ତି । ଫେବୃୟାରୀରେ ଜେଡିୟୁ ସାଂସଦ ବୈଦ୍ୟନାଥ ପ୍ରସାଦଙ୍କ ଦେହାନ୍ତ ପରେ ଏଠାରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେହିପରି ଉତ୍ତରପ୍ରଦେଶର 7ଟି ଆସନରୁ ବିଜେପିକୁ 6 ଟି ଆସନ ମିଳିଛି । ଗୋଟିଏ ଆସନ ସପା ଦଳ ହାତେଇଛି । କର୍ଣ୍ଣାଟକର 2ଟି ଆସନରେ ବିଜୟୀ ହୋଇଛି ବିଜେପି ।

ମଣିପୁର ବିଧାନସଭା ଉପନିର୍ବାଚନରେ 4 ଆସନରେ ବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି । 5 ଟି ଆସନ ପାଇଁ ହୋଇଥିବା ମତଦାନ । ଗୋଟିଏ ରେ ସ୍ବାଧୀନ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି । ଝାଡଖଣ୍ଡରେ ଗୋଟିଏ ଆସନ ଲାଗି ଉପନିର୍ବାଚନ ହୋଇଥିବାବେଳେ ନାଗାଲାଣ୍ଡ ଓ ଓଡିଶାରେ 2ଟି ଆସନରେ ଉପନିର୍ବାଚନ ହୋଇଥିଲା । ଏହି ତିନି ରାଜ୍ୟରେ ବିଜେପି ନିଜର ଖାତା ଖୋଲି ପାରିନାହିଁ । ଝାଡଖଣ୍ଡରୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା, ନାଗାଲାଣ୍ଡରେ ଏନଡିପିପି ଓ ସ୍ବାଧୀନ ପ୍ରାର୍ଥୀ, ଓଡିଶାର ବିଜେଡି ଦୁଇ ଆସନରେ ଜିତି ହାସଲ କରିଛି । ତେଲେଙ୍ଗାନାରେ ବିଜେପି , ହରିୟାଣା ଓ ଛତିଶଗଡ କଂଗ୍ରେସ ହାତକୁ ଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.