ETV Bharat / bharat

ଦିଲ୍ଲୀ ବିଧାନସଭା ନିର୍ବାଚନ: ଆଜି ଇସ୍ତାହାର ଜାରି କରିବ ବିଜେପି

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ଇସ୍ତାହାର ଜାରି କରିବ ବିଜେପି । ଏହି ଇସ୍ତାହାର  କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଏବଂ ପ୍ରକେଶ ଜାଭେଦକର ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଜାରି କରିବେ । ଅଧିକ ପଢନ୍ତୁ...

author img

By

Published : Jan 31, 2020, 8:59 AM IST

delhi-assembly-election
ଦିଲ୍ଲୀ ନିର୍ବାଚନ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ନିର୍ବାଚନୀ ଇସ୍ତାହାର ଜାରି କରିବ ବିଜେପି । ଏହି ଇସ୍ତାହାର କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏବଂ ପ୍ରକେଶ ଜାଭେଦକର ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଜାରି କରିବେ । ଏହି ଅବସରରେ ବିଜେପି ଉପସଭାପତି ଶ୍ୟାମ ଜାଜୁ, କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ, ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ ପ୍ରମୁଖ ଏହି ସମୟରେ ଉପସ୍ଥିତ ରହିବେ ।

ବିଜେପି ଦ୍ବାରା ଜାରି ହେବାକୁ ଥିବା ଏହି ନିର୍ବାଚନୀ ଇସ୍ତାହାରରେ 3ଟି ପ୍ରସଙ୍ଗକୁ ଗୁରୁତ୍ବ ଦିଆଯାଇପାରେ ବୋଲି ସମ୍ଭାବନା ରହିଛି । ତାହା ହେଉଛି ପ୍ରଦୂଷଣ ମୁକ୍ତ ଦିଲ୍ଲୀ, ଯମୁନା ରିଭର ଫ୍ରଣ୍ଟ ଏବଂ ଝୁମ୍ପୁଡିରେ ରହୁଥିବା ଲୋକଙ୍କୁ ଘର ଯୋଗାଇବା । ନିର୍ବାଚନୀ ଇସ୍ତାହାର ଜରିଆରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଚଳିତ ଥର ବିଜେପି ଭିନ୍ନ ଏକ ରଣନୀତି ଆପଣାଇଛି । ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ ପାଇଁ ବିଜେପି ଦିଲ୍ଲୀରେ 'ମୋ ଦିଲ୍ଲୀ ମୋ ପରାମର୍ଶ' ନାମକ ଅଭିଯାନ ଆରମ୍ଭ କରିଥିଲା ।

ସେପଟେ ଅନ୍ୟ କୌଣସି ଦଳ ଏବେ ସୁଦ୍ଧା ନିର୍ବାଚନୀ ଇସ୍ତାହାର ଜାରି କରିନଥିବା ବେଳେ ଶାସକ ଦଳ ଆମ ଆଦମି ପାର୍ଟି କେଜରିୱାଲ ଗ୍ୟାରେଣ୍ଟି କାର୍ଡ ଜାରି କରିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.