ETV Bharat / bharat

ବିଜେପି ପାଳିବ ସ୍ୱର୍ଗୀୟ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷୀକି - ଦଳର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦିବଙ୍ଗତ ନେତା ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷୀକି ପାଳନ କରିବାକୁ ଯାଉଛି ବିଜେପି । ଏଥିପାଇଁ ଦଳ ପକ୍ଷରୁ ଆଲୋଚନା ଚାଲିଥିବା ଜଣାପଡିଛି ।

ଫାଇଲ ଫଟୋ
author img

By

Published : Aug 5, 2019, 1:02 PM IST

ନୂଆଦିଲ୍ଲୀ: ବିଜେପି ପାଳିବ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦିବଙ୍ଗତ ନେତା ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ । ଏନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରସ୍ତୁତି ଚାଲିଛି । ଗତବର୍ଷ ଅଗଷ୍ଟ 16ରେ ବାଜପେୟୀଙ୍କ ନିଧନ ପରେ ଦେଶ ଜଣେ ନିଷ୍ଠାବାନ ଓ କୁଶଳୀ ରାଜନୈତିକ ରାଜନେତାକୁ ହରାଇଥିଲା ।

ଏହି ଅବସରରେ ବିଜେପି ମୁଖ୍ୟାଳୟରେ ବିଜେପି ସଭାପତି ଅମିତ ଶାହା ଓ ଦଳର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ଏକ ଶ୍ରାଦ୍ଧବାର୍ଷିକୀ ସଭାର ଆୟୋଜନ କରାଯିବା ନେଇ ଆଲୋଚନା ଚାଲିଛି । ଯାହାଦ୍ବାରା ବିଜେପି ପରିବାରର ସବୁ ସଦସ୍ୟ ପାର୍ଟିର ସବୁଠୁ ଜଣେ ବଡ ନେତାଙ୍କୁ ସବୁଦିନ ମନେ ରଖିବେ ଏଥିପାଇଁ ପାର୍ଟି ପକ୍ଷରୁ ପୁଣ୍ୟତିଥିର ଆୟୋଜନ କରାଯାଇଛି ।

ଏଥିପାଇଁ ସବୁ ରାଜ୍ୟ ଓ ଜିଲ୍ଲା ସ୍ତରରେ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ବିଜେପି କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ପାର୍ଟି ପକ୍ଷରୁ ବିଭିନ୍ନ ସ୍ଥାନରେ ସଭାସମିତି ଏବଂ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏହାସହ ବାଜପେୟୀଙ୍କ ସ୍ମୃତିରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.