ବେଙ୍ଗାଲୁରୁ: ଆଜି ସ୍ପଷ୍ଟ ହେବ କର୍ଣ୍ଣାଟକ ସରକାରର ଭାଗ୍ୟ । ଦୀର୍ଘଦିନ ଧରି ସରକାର ଓ ବିରୋଧୀଙ୍କ ମଧ୍ୟରେ ଛକାପଞ୍ଝା ଚାଲିବା ପରେ ଆଜି ମେଣ୍ଟ ସରକାର ନିଜ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ । ତେବେ ସରକାର ବଞ୍ଚାଇବା ପାଇଁ ଜେଡିଏସ ଓ କଂଗ୍ରେସ ସବୁ ଶକ୍ତି ଲଗାଇଦେଇଥିବାବେଳେ ବିରୋଧୀ ବିଜେପି ମଧ୍ୟ ନିଜ ମିଶନକୁ ସଫଳତାର ସହ ଶେଷ କରିବାକୁ ସବୁ ପ୍ରସ୍ତୁତି କରିଛି ।
ଏହାରି ଭିତରେ ରାଜ୍ୟ ବିଜେପି ସଭାପତି ବିଏସ ୟେଦୁରପ୍ପାଙ୍କ ନେତୃତ୍ବରେ ସମସ୍ତ ବିଧାୟକ ଏକ ବସ ଯୋଗେ ବିଧାନସଭାରେ ପହଞ୍ଚିଛନ୍ତି । ଏବେ ସାରା କର୍ଣ୍ଣାଟକରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ସବୁ ଦଳର ବିଧାୟକଙ୍କୁ ମଧ୍ୟ କଡା ସୁରକ୍ଷା ବଳୟରେ ବିଧାନସଭାକୁ ଅଣାଯାଉଛି ।
ବିଜେପି ଭଳି କଂଗ୍ରେସ ନେତା ମଧ୍ୟ ବିଧାନସଭାରେ ପହଞ୍ଚିବା ଆରମ୍ଭ କରିଛନ୍ତି । କଂଗ୍ରେସ ନେତା ସିଦ୍ଦରମୈୟା ବିଧାନସଭାରେ ପହଞ୍ଚିଥିବା ଜଣାପଡିଛି ।