ETV Bharat / bharat

ସସପେନ୍ସରେ ସିଏମ ସିଟ୍‌: 50-50ରେ ଫାଟ, ବଢୁଛି ବିଜେପି-ଶିବସେନା କଳି

author img

By

Published : Oct 29, 2019, 10:12 PM IST

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଫାଇଟ୍‌। କିଏ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ? ଅଧିକ ପଢନ୍ତୁ...

ଡିଜାଇନ ଫଟୋ

ମୁମ୍ବାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ମହାଭାରତ । ସହଯୋଗୀ ବିଜେପି-ଶିବସେନା ମଧ୍ୟରେ ଟଣାଓଟରା, ମନୋମାଳିନ୍ୟ ଓ ତୁ ତୁ ମେଁ ମେଁ ଜାରି ରହିଛି । କ୍ଷମତା ଭାଗଭଣ୍ଟାକୁ ନେଇ 50 -50 ଫର୍ମୁଲା ଏବେ ପ୍ରଭାବହୀନ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ାନଭୀସ୍‌ ଅଢେଇ ବର୍ଷିଆ ଶାସନକୁ ସମ୍ପୂର୍ଣ୍ଣ ବାରଣ କରିଛନ୍ତି । ଏହାପରେ ଶିବସେନା ସରକାର ଗଠନ ପାଇଁ ମଙ୍ଗଳବାର ହେବାକୁ ଥିବା ବୈଠକକୁ ବାତିଲ କରିଛି।

ଏହି ଘଟଣା ପରେ ଏବେ ବିଜେପି-ଶିବସେନା ମଧ୍ୟରେ ସମ୍ପର୍କରେ ତିକ୍ତତା ବଢିବା ଆଶଙ୍କା ସ୍ପଷ୍ଟ ହୋଇଛି । ମଙ୍ଗଳବାର ଶିବସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଉଭୟ ଦଳ ମଧ୍ୟରେ ମଙ୍ଗଳବାର 4 ଟାରେ ଶିବସେନା-ବିଜେପି ମଧ୍ୟରେ ବୈଠକ ଅନୁଷ୍ଠିତ ହେବାକୁ ଥିଲା। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ଶିବସେନା ପ୍ରମୁଖ ଏହି ବୈଠକକୁ ରଦ୍ଦ କରିଛନ୍ତି । ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ଓ ଶିବସେନାର ଅନେକ ବରିଷ୍ଠ ପଦାଧିକାରୀ ଯୋଗ ଦେବାର ଥିଲା। ଶିବସେନା ପକ୍ଷରୁ ସୁଭାଷ ଦେଶାଇ ଓ ସଞ୍ଜୟ ରାଉତ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । ମାତ୍ର ବୈଠକ ରଦ୍ଦ ପରେ ଏବେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ବିଜେପି-ଶିବସେନା ମଧ୍ୟରେ କନ୍ଦଳ ବୃଦ୍ଧି ପାଇଛି।

ମହାରାଷ୍ଟ୍ର ରାଜ୍ୟ ବିଜେପି ଶାଖା ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଯେ, ଏହି 50-50 ଫର୍ମୁଲାକୁ ନେଇ କଣ ନିଷ୍ପତ୍ତି ହୋଇଥିଲା ସେ ସମ୍ପର୍କରେ ଅମିତ ଶାହଙ୍କୁ ସବିଶେଷ ଜଣାଅଛି। ଉଭୟ ଶିବସେନା ଏବଂ ବିଜେପି ଅଧ୍ୟକ୍ଷ ପରସ୍ପର ଆଲୋଚନା ପରେ ଏହି ମାମଲାକୁ ସମାଧାନ କରିବେ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଲୋକସଭା ନିର୍ବାଚନ ପୂର୍ବରୁ ଦୁଇ ଦଳ ମଧ୍ୟରେ ୫୦-୫୦ ଫର୍ମୁଲାକୁ ନେଇ ସହମତି ଦିଆଯାଇଥିଲା । ଉଭୟ ଦଳ ପାଖରେ ଅଢେଇ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ପଦ ରହିବା ନେଇ ନିଷ୍ପତ୍ତି ହୋଇଥିଲା । ଏହାର ପୁରୁଣା ଭିଡିଓ କ୍ଲିପ ଶିବସେନା ଜାରି କରିଥିଲା । ଯେଉଁଥିରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଓ ଫଡ଼ାନଭୀସ୍‌ଙ୍କ ଉପସ୍ଥିତିରେ 50-50 ଫର୍ମୁଲାକୁ ସହମତି ଦିଆଯାଇଥିଲା ।

ଚଳିତ ବିଧାନସଭା ନିର୍ବାଚନ ଫଳାଫଳ ପରେ ମହାରାଷ୍ଟ୍ରରେ ମହାସଂଗ୍ରାମ ଦେଖିବାକୁ ମିଳିଛି । ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ୧୦୫ ଆସନ ଜିତିଛି । ଶିବସେନା ୫୬ଟି ଆସନରେ ବିଜୟୀ ହୋଇଥିଲା।

ଏହାସହ ବିରୋଧୀ କଂଗ୍ରେସକୁ 44 ଓ ତାର ସହଯୋଗୀ ଏନସିପିକୁ 54 ଟି ଆସନରେ ବିଜୟ ମିଳିଛି ।

ଏବେ ଶିବସେନା ପ୍ରମୁଖ ନିଜ ପୁତ୍ର ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ କଣ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।

Intro:Body:

yyy

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.