ETV Bharat / bharat

ବିଜେପିର 10ମ ପ୍ରାର୍ଥୀ ତାଲିକା ଘୋଷଣା: ଅଦଳ ବଦଳ ହେଲା ମା-ପୁଅଙ୍କ ଆସନ

author img

By

Published : Mar 26, 2019, 8:06 PM IST

ପୀଲିଭିତରୁ ଲଢିଆସୁଥିବା କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ ଏଥର ତାଙ୍କ ପୁଅର ନିର୍ବାଚନୀ ମଣ୍ଡଳୀ ସୁଲତାନପୁରରୁ ଲଢିବେ । ସେହିଭଳି ପୁଅ ବରୁଣ ଗାନ୍ଧୀ ଏଥର ପୀଲିଭିତ ଆସନରୁ ଲଢିବେ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ଆସନ ଅଦଳ ବଦଳ କରି ଲଢିବେ ମା-ପୁଅ । ଉତ୍ତର ପ୍ରଦେଶର ପୀଲିଭିତରୁ ଲଢିଆସୁଥିବା କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ ଏଥର ତାଙ୍କ ପୁଅର ନିର୍ବାଚନୀ ମଣ୍ଡଳୀ ସୁଲତାନପୁରରୁ ଲଢିବେ । ସେହିଭଳି ପୁଅ ବରୁଣ ଗାନ୍ଧୀ ଏଥର ପୀଲିଭିତ ଆସନରୁ ଲଢିବେ । ଲୋକସଭା ନିର୍ବାଚନ ପାଇଁ ବିଜେପି 10ମ ପ୍ରାର୍ଥୀ ତାଲିକାଘୋଷଣା କରିଛି । ଏଥିରେ ବରୁଣ ଏବଂ ମେନକାଙ୍କୁ ଆସନ ଅଦଳ ବଦଳ କରି ଟିକେଟ୍‌ ଦେଇଛି ଦଳ ।

ଏଥିରେ ସର୍ବମୋଟ 39 ଜଣଙ୍କ ନାମ ରହିଛି । ତାଲିକାରେ ଉତ୍ତର-ପ୍ରଦେଶର 29 ଜଣ ପ୍ରାର୍ଥୀଙ୍କ ନାମ ଥିବା ବେଳେ ପଶ୍ଚିମବଙ୍ଗର 10 ପ୍ରାର୍ଥୀଙ୍କ ନାମ ରହିଛି । ତେବେ କାନପୁରରୁ ମୁରଲୀ ମନୋହର ଯୋଶୀଙ୍କ ଟିକେଟ୍‌ କଟିଥିବେ ବେଳେ ତାଙ୍କ ସ୍ଥାନରେ ଦଳ ସତ୍ୟଦେବ ପଚୌରୀଙ୍କୁ ଟିକେଟ୍‌ ଦେଇଛି । ସେପଟେ ସମାଜବାଦୀ ପାର୍ଟିର ପ୍ରତ୍ୟାଶୀ ଆଜମ ଖାନଙ୍କୁ ଟକ୍କର ଦେବା ଲେଗି ରାମପୁର ମୈଦାନରେ ଓହ୍ଲାଇବେ ଜୟପ୍ରଦା ।

ଏହି ଲିଷ୍ଟରେ ରୀତା ବହୁଗୁଣା ଯୋଶୀ ଏବଂ ବିଜେପି ଉତ୍ତରପ୍ରଦେଶ ଅଧ୍ୟକ୍ଷ ମହେନ୍ଦ୍ର ନାଥ ପାଣ୍ଡେଙ୍କ ନାମ ମଧ୍ୟ ରହିଛି । ତେବେ ଏଥିରେ ଆଉ ଏକ ଟ୍ବିଷ୍ଟ ଆଣିଛି ବିଜେପି । ବର୍ତ୍ତମାନର ଯୋଗୀ କ୍ୟାବିନେଟ୍‌ରେ ମନ୍ତ୍ରୀଥିବା ରୀତାଙ୍କୁ ଆହ୍ଲାବାଦ ଆସନରୁ ଟିକେଟ୍‌ ମିଳିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.