ETV Bharat / bharat

'ବୁଝାମଣା ଏବଂ ଜ୍ଞାନ ବିନା ବିବୃତ୍ତି ଦେବା କଂଗ୍ରେସର ସାଧାରଣ ପ୍ରକୃତି'

author img

By

Published : May 8, 2020, 10:36 PM IST

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶ୍ରମିକଙ୍କ ସମର୍ଥନ କରିବାକୁ ଯାଇ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କୁ ଶ୍ରମିକମାନଙ୍କ ପାଇଁ ପ୍ୟାକେଜ୍ ଦାବି କରିଛନ୍ତି । ଯାହାର ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କଂଗ୍ରେସର ଅଭିଯୋଗରେ ବିଜେପିର ପ୍ରତିକ୍ରିୟା
'ବୁଝାମଣା ଏବଂ ଜ୍ଞାନ ବିନା ବିବୃତ୍ତି ଦେବା ହେଉଛି କଂଗ୍ରେସର ସାଧାରଣ ପ୍ରକୃତି'

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗରେ ବିଜେପି ପ୍ରତିକ୍ରିୟା ରଖିଛି । ବିଜେପି ନେତା ସୁଦର୍ଶନ ତ୍ରିବେଦୀ କହିଛନ୍ତି ଯେ ବୁଝାମଣା ଏବଂ ଜ୍ଞାନ ବିନା ବିବୃତ୍ତି ଦେବା ହେଉଛି କଂଗ୍ରେସର ସାଧାରଣ ପ୍ରକୃତି । ରାହୁଲ ଜାଣିନାହାନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଥର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିଛନ୍ତି ।

ବିଜେପି ନେତା ସୁଦର୍ଶନ ତ୍ରିବେଦୀ କହିଛନ୍ତି ଯେ ରାହୁଲ ଗାନ୍ଧୀ ସିଧାସଳଖ ଅର୍ଥ ସ୍ଥାନାନ୍ତର ବିଷୟରେ କହୁଛନ୍ତି, ଯାହା ପୂର୍ବରୁ ଚାଲିଆସିଛି ଏବଂ ଅନେକ ରାଜ୍ୟ ସରକାର ମଧ୍ୟ ଏହା କରୁଛନ୍ତି । ରାହୁଲ ଗାନ୍ଧୀ କିଛି ଜ୍ଞାନ ଆହରଣ କରିବା ଉଚିତ ଏବଂ କିଛି ତଥ୍ୟକୁ ସଂଗ୍ରହ କରି ଅଭିଯୋଗ କରିବା ଉଚିତ୍ ।

ରାହୁଲ ଗାନ୍ଧୀଙ୍କ ପରାମର୍ଶ ଉପରେ ସୁଦର୍ଶନ ତ୍ରିବେଦୀ କହିଛନ୍ତି ଯେ ଆମ ସରକାର ବିରୋଧୀ ଦଳର ସମସ୍ତ ପ୍ରକାର ପ୍ରସ୍ତାବକୁ ସ୍ବାଗତ କରୁଛୁ । କିନ୍ତୁ ଏହା ଗଠନମୂଳକ ଏବଂ ପର୍ଯ୍ୟାପ୍ତ ହେବା ଦରକାର । ସାଧାରଣ ତଥ୍ୟ ମଧ୍ୟ ରାହୁଲ ଗାନ୍ଧୀ ଜାଣିପାରନ୍ତି ନାହିଁ । ସେ ତଥ୍ୟ ଜାଣନ୍ତୁ ଏବଂ ଭଲଭାବେ ବୁଝି ଗଣମାଧ୍ୟମ ସାମ୍ନାକୁ ଆସନ୍ତୁ ।

ସୂଚନା ଥାଉକି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶ୍ରମିକଙ୍କ ସମର୍ଥନ କରିବାକୁ ଯାଇ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କୁ ଶ୍ରମିକମାନଙ୍କ ପାଇଁ ପ୍ୟାକେଜ୍ ଦାବି କରିଛନ୍ତି । ରାହୁଲ ସିଧାସଳଖ କହିଛନ୍ତି ଯେ ଶ୍ରମିକମାନେ ସାହାଯ୍ୟ ଆବଶ୍ୟକ କରନ୍ତି, ସେମାନଙ୍କୁ ଏପରି ଛାଡି ଦିଆଯାଇପାରିବ ନାହିଁ । ଶ୍ରମିକମାନଙ୍କ ସହିତ କୃଷକ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପକୁ ମଧ୍ୟ ସାହାଯ୍ୟ ଦେବା ଉଚିତ୍ ।

ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଦେଶରେ ପରିସ୍ଥିତି ସ୍ବାଭାବିକ ନୁହେଁ । ଏଭଳି ପରିସ୍ଥିତିରେ ଆମକୁ ଏହି ସଂଗ୍ରାମକୁ ଜିଲ୍ଲା ସ୍ତରକୁ ନେବା ଆବଶ୍ୟକ ରହିଛି । ଏଭଳି ସମୟରେ ପିଏମ ମୋଦି କ୍ଷମତାକୁ କେନ୍ଦ୍ରୀଭୂତ କରିବା ଆବଶ୍ୟକ । ପ୍ରଧାନମନ୍ତ୍ରୀଙ୍କୁ ଡିଏମ ଉପରେ ବିଶ୍ବାସ କରିବାକୁ ପଡ଼ିବ ଏବଂ ତାଙ୍କୁ କ୍ଷମତା ଦେବାକୁ ପଡ଼ିବ । ଆମକୁ କୋରୋନା ସହ ଯୁଦ୍ଧ କରିବାକୁ ପଡିବ, ଆଉ ଏଥିରେ କେନ୍ଦ୍ରସରକାର ମଧ୍ୟ ସହଯୋଗ କରିବା ଉଚିତ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.