ETV Bharat / bharat

ମୁମ୍ବାଇରେ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ବିଜେପିର ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟପାଳ - bjp protest

ମହାରାଷ୍ଟ୍ରରେ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଦାବି କରାଯାଉଛି। ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନେ ମଙ୍ଗଳବାର ଏନେଇ ମୁମ୍ବାଇରେ ପ୍ରଦର୍ଶନ କରିଛନ୍ତି।

ମୁମ୍ବାଇରେ ଧାର୍ମିକ ଅନୁଷ୍ଠାନ
ମୁମ୍ବାଇରେ ଧାର୍ମିକ ଅନୁଷ୍ଠାନ
author img

By

Published : Oct 13, 2020, 4:06 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଦାବି କରାଯାଉଛି। ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନେ ମଙ୍ଗଳବାର ଏନେଇ ମୁମ୍ବାଇରେ ପ୍ରଦର୍ଶନ କରିଛନ୍ତି। ଏହା ବ୍ୟତୀତ ଶିରିଡିରେ ସାଧୁମାନେ ଭୋକ ଉପାସରେ ବସିଛନ୍ତି । ଏନେଇ ରାଜ୍ୟପାଳ ଭଗତ ସିଂ କୋଶାରି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି ।

ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶାରି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖି ଧାର୍ମିକ ସ୍ଥାନ ଖୋଲିବାକୁ କହିଛନ୍ତି। ରାଜ୍ୟପାଳ ତାଙ୍କ ଚିଠିରେ କହିଛନ୍ତି ଯେ ଜୁନ୍ 1 ତାରିଖରୁ ପୁଣି ସେବା ଆରମ୍ଭ କରିବାକୁ ଆପଣ ଘୋଷଣା କରିଥିଲେ କିନ୍ତୁ ଚାରିମାସ ପରେ ମଧ୍ୟ ପୂଜାପାଠ ସ୍ଥାନ ଖୋଲାଯାଇ ନାହିଁ। ବିଡମ୍ବନାର ବିଷୟ ଯେ ଗୋଟିଏ ପଟେ ସରକାର ବାର ଏବଂ ରେସ୍ତୋରାଁ ଖୋଲିଛନ୍ତି କିନ୍ତୁ ଅନ୍ୟପଟେ ଭଗବାନଙ୍କ ପୂଜାସ୍ଥଳୀ ଖୋଲାଯାଇ ପାରୁନି ।

ଅନ୍ୟପକ୍ଷେ ବିଜେପିର ଆଧ୍ୟାତ୍ମିକ ପ୍ରକୋଷ୍ଠର ମହନ୍ତମାନେ ସାଇ ମନ୍ଦିର ଖୋଲିବା ପାଇଁ ଶିରିଡିରେ ଏକ ଦିନିଆ ଉପବାସ ଆରମ୍ଭ କରିଛନ୍ତି। କୋରୋନା କାରଣରୁ ରାଜ୍ୟର ସମସ୍ତ ମନ୍ଦିର 7 ମାସ ହେବ ବନ୍ଦ ରହିଛି। ଗୋଟେପଟେ ସରକାର ମଦ ଦୋକାନ ଖୋଲିଛନ୍ତି, କିନ୍ତୁ ଦୁଃଖି ସାଧୁମାନେ ମନ୍ଦିର ବନ୍ଦ ହେତୁ ଉପବାସ ଆରମ୍ଭ କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.