ETV Bharat / bharat

4ମାସରେ ଭବ୍ୟ ନଭଶ୍ଚୁମ୍ଭୀ ରାମ ମନ୍ଦିର ନିର୍ମାଣ ହେବ: ଅମିତ ଶାହା

ଝାଡଖଣ୍ଡର ପାକୁର ଠାରେ ନିର୍ବାଚନ ରାଲିକୁ ଉଦବୋଧନ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରିଛନ୍ତି ବଡ ଘୋଷଣା। ପଢନ୍ତୁ ଅଧିକ...

PHOTO
ଅମିତ ଶାହା
author img

By

Published : Dec 16, 2019, 6:20 PM IST

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଝାଡଖଣ୍ଡ ପାକୁର ଠରେ ନିର୍ବାଚନ ରାଲିକୁ ଉଦବୋଧନ ଦେଇ ଏକ ବଡ ଘୋଷଣା କରିଛନ୍ତି। ଏକ ଜନସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଆସନ୍ତା 4 ମାସରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ନଭଶ୍ଚୁମ୍ଭୀ ରାମ ମନ୍ଦିର ନିର୍ମାଣ ହେବ।

ଗୃହମନ୍ତ୍ରୀ ଶାହା କହିଛନ୍ତି ଯେ, କିଛିଦିନ ତଳେ ସର୍ବୋଚ୍ଚ ଅଦାଲତ ରାମ ମନ୍ଦିର ପାଇଁ ନିର୍ଦ୍ଦେଶ ଦେଇଛନ୍ତି। 100 ବର୍ଷ ଧରି ଦୁନିଆ ସାରା ଲୋକଙ୍କ ଦାବି ଥିଲା ରାମ ଜନ୍ମ ଭୂମିରେ ଭବ୍ୟ ମନ୍ଦିର ନିର୍ମାଣ ହେଉ। ଯାହା ଏବେ ବାସ୍ତବ ରୂପ ନେବାକୁ ଯାଉଛି। ଏହାସହ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ଅମିତ ଶାହା। ଏନେଇ ସେ କହିଛନ୍ତି, ଭାରତୀୟ ଜନତା ପାର୍ଟି ପ୍ରାରମ୍ଭରୁ ରାମ ମନ୍ଦିର ନିର୍ମାଣ ପାଇଁ ଉଦ୍ୟମ କରିଛି, ହେଲେ କଂଗ୍ରେସର ନେତା ଓ ତାଙ୍କ ଓକିଲ ଏହି ମାମଲାକୁ ଅଦାଲତରେ ଝୁଲାଇ ରଖିବାକୁ ଭରପୂର ଉଦ୍ୟମ କରୁଥିଲେ।

ହେଲେ ଦେଶର ସର୍ବୋଚ୍ଚ ଅଦାଲତ ପ୍ରଭୁ ଶ୍ରୀରାମଙ୍କ ସପକ୍ଷରେ ରାୟ ଦେଇ ଏହି ମାମଲାରେ ପୂର୍ଣ୍ଣଛେଦ ପକାଇଛନ୍ତି। ଏହାସହିତ 4 ମାସ ମଧ୍ୟରେ ନଭଶ୍ଚୁମ୍ଭୀ ମନ୍ଦିର ନିର୍ମାଣ ହେବ। ଏଥିପାଇଁ ଆଉ ମାତ୍ର 4 ମାସ ଅପେକ୍ଷା କରିବାକୁ ପଡିବ ବୋଲି ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ। ଏଥିସହିତ କଂଗ୍ରେସ ଉପରେ ଜୋରଦାର ହମଲା କରି କହିଛନ୍ତି କଂଗ୍ରେସ ନା ଜନ ସମର୍ଥନକୁ ସମ୍ମାନ ଦେଉଛି, ନା ଦେଶର ବିକାଶ କରିବାରେ ସାହାର୍ଯ୍ୟ କରୁଛି, ନା ଦେଶକୁ ସୁରକ୍ଷିତ ରଖିବାରେ ସମର୍ଥ ହୋଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.