ETV Bharat / bharat

ପ୍ରଧାନମନ୍ତ୍ରୀ ମୋଦି ମଣିଷ ରୂପରେ ଭଗବାନ: ଆଦେଶ ଗୁପ୍ତା - bjp president adesh gupta

ରାଜ୍ୟ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଗବାନ ବୋଲି କହିଛନ୍ତି। ଇନ୍ଦ୍ରପୁରୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାମ ମନ୍ଦିର ବିଷୟରେ ସେ କହିଛନ୍ତି ଯେ ମୋଦି ଜଣେ ମଣିଷ କିନ୍ତୁ ମଣିଷ ରୂପରେ ସେ ଜଣେ ଭଗବାନ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
author img

By

Published : Aug 2, 2020, 5:23 PM IST

ନୂଆଦିଲ୍ଲୀ: ରାଜ୍ୟ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଗବାନ ବୋଲି କହିଛନ୍ତି। ଇନ୍ଦ୍ରପୁରୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାମ ମନ୍ଦିର ବିଷୟରେ ସେ କହିଛନ୍ତି ଯେ ମୋଦି ଜଣେ ମଣିଷ କିନ୍ତୁ ମଣିଷ ରୂପରେ ସେ ଜଣେ ଭଗବାନ । ଯାହା 500 ବର୍ଷ ମଧ୍ୟରେ ହୋଇପାରିନାହିଁ ତାହା ବର୍ତ୍ତମାନ ସେ କରିକି ଦେଖେଇପାରିଛନ୍ତି ।

ଅଗଷ୍ଟ 5ରେ ହେବାକୁ ଥିବା ଭୁମିପୂଜା ବିଷୟରେ ଉଲ୍ଲେଖ କରି ଆଦେଶ ଗୁପ୍ତା ଏକଥା କହିଛନ୍ତି । ଅଯୋଧ୍ୟାରେ ଭୁମିପୂଜା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମିଲ ହେବେ। ପ୍ରଧାନମନ୍ତ୍ରୀଙ୍କ ସମେତ 200 ଲୋକ ଏଥିରେ ଜଡିତ ହେବାକୁ ଯାଉଛନ୍ତି।

ଅଯୋଧ୍ୟାରେ ଭୁମିପୂଜା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରରେ ଚାଲିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଅଯୋଧ୍ୟାକୁ ଏକ ପ୍ରକାର ବନ୍ଦ କରାଯାଇଛି। ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ପ୍ରକାଶଥାଉକି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଭୁମିପୂଜା କରିବେ। ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ ହେବ । ପ୍ରଧାନମନ୍ତ୍ରୀଙ୍କ ଯୋଗୁଁ ଦେଶ ଓ ବିଶ୍ବ ପ୍ରାୟ ପାଞ୍ଚ ଶତାବ୍ଦୀ ପରେ ଏହି ଶୁଭ ସମୟ ଅନୁଭବ କରିବାରେ ସକ୍ଷମ ଅଟନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.