ETV Bharat / bharat

ୱାରଙ୍ଗଲରେ ସିଏଏ ଓ ଏନଆରସି ସମର୍ଥନରେ ବିଜେପିର ରାଲି - ୱାରଙ୍ଗଲରେ ବିଜେପି ପକ୍ଷରୁ ସିଏଏ ସପକ୍ଷରେ ରାଲି

ଗୁରୁବାର ତେଲେଙ୍ଗାନା ୱାରଙ୍ଗଲରେ ବିଜେପି ପକ୍ଷରୁ ସିଏଏ ଓ ଏନଆରସି ସପକ୍ଷରେ ରାଲିର ଆୟୋଜନ କରାଯାଇଛି ।

ୱାରଙ୍ଗଲରେ ସିଏଏ ଓ ଏନଆରସି ସମର୍ଥନରେ ବିଜେପିର ରାଲି

author img

By

Published : Jan 9, 2020, 2:34 PM IST

ହାଇଦ୍ରାବାଦ: ତେଲେଙ୍ଗାନାର ୱାରଙ୍ଗଲରେ ନାଗରିକତା ସଂଶୋଧନ ଆଇନକୁ ସମର୍ଥନ ଜଣାଇ ବିଜେପିର ଶୋଭାଯାତ୍ରା । ଗୁରୁବାର ୱାରଙ୍ଗଲରେ ବିଜେପି ପକ୍ଷରୁ ଏକ ରାଲିର ଆୟୋଜନ କରାଯାଇଛି । ଏଥିରେ ବହୁ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ଯୋଗ ଦେଇଛନ୍ତି ।

ଏହାର ମୂଳ ଉଦ୍ଦେଶ୍ୟ ହେଉଛି ସିଏଏ ଓ ଏନଆରସି ସପକ୍ଷରେ ସତ୍ୟାସତ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବା । ଏହି ରାଲିରେ ଜାତୀୟ ପତାକା ମଧ୍ୟ ଉଡାଯାଇଥିଲା । ସିଏଏକୁ ବିରୋଧରେ କରି ଦେଶର ବହୁ ଅଞ୍ଚଳରେ ସ୍ବର ଉତ୍ତୋଳନ କରାଯାଇଛି । ତେବେ ଧର୍ମ ଆଧାରରେ ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶରେ ସଂଖ୍ୟାଲଘୁଙ୍କୁ ଧର୍ମ ଆଧାରରେ ନିର୍ଯାତନା ଦିଆଯାଉଥିବାର ଦୃଷ୍ଟାନ୍ତ ହୋଇଛି । ଏହାକୁ ନଜରରେ ରଖି ସେଠାକାର ହିନ୍ଦୁ, ଶିଖ, ଜୈନ, ପାରସୀ, ବୁଦ୍ଧିଷ୍ଟ, ଏବଂ ଖ୍ରୀଷ୍ଟିଆନ ଧର୍ମାଲବମ୍ବୀଙ୍କୁ ଭାରତୀୟ ନାଗରିକତା ଦେବା ପାଇଁ ସରକାର ସିଏଏ ଆଣିଛନ୍ତି ।

ତେବେ ଯେଉଁମାନେ 2014 ଡିସେମ୍ବର 31 ପୂର୍ବରୁ ଭାରତରେ ଆସି ବସବାସ କରୁଥିବେ, ସେମାନେ ଭାରତୀୟ ନାଗରିକତା ପାଇଁ ଆବେଦନ କରିପାରିବେ ବୋଲି ଆଇନର ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଦିଲ୍ଲୀର ରାମଲୀଲା ମୈଦାନରେ ଏହି ଆଇନ ବିଷୟରେ ଏକ ରାଲି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତାଙ୍କୁ ବୁଝାଇଛନ୍ତି । ଘରେ ଘରେ ଯାଇ ବିଜେପି ଏହି ଆଇନ ସମ୍ପର୍କରେ ପ୍ରଚାର କରିବା ଆରମ୍ଭ କରିସାରିଲାଣି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.