ETV Bharat / bharat

ଆଉ ନିର୍ବାଚନ ଲଢିବେନି ହେମା !

author img

By

Published : Mar 25, 2019, 11:06 PM IST

2019 ଲୋକସଭା ନିର୍ବାଚନ ହେବ ହେମାଙ୍କ ଶେଷ ନିର୍ବାଚନ । ଏହା ପରେ ସେ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: 2019 ଲୋକସଭା ନିର୍ବାଚନ ହେବ ହେମାଙ୍କ ଶେଷ ନିର୍ବାଚନ । ଏହା ପରେ ସେ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି । ତେବେ ଯୁବବର୍ଗଙ୍କୁ ରାଜନୀତିରେ ପ୍ରବେଶ କରିବା ପାଇଁସୁଯୋଗ ଦେବା ଲାଗି ସେ ଏଭଳି ନିଷ୍ପତି ନେଇଥିବା କହିଛନ୍ତି ।

ବଲିଉଡ ଅଭିନେତ୍ରୀ ତଥା ମଥୁରାରୁ ବିଜେପି ପ୍ରାର୍ଥୀ ହେମା ମାଳିନୀନାମାଙ୍କନ ଦାଖଲ କରିଛନ୍ତି । ତେବେ ନାମାଙ୍କନ ଦାଖଲ ପରେ ସେ ଆଉ ଲୋକସଭା ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି ।

ସେ କହିଛନ୍ତି, ଆସନ୍ତା ନିର୍ବାଚନ ମୋର ଶେଷ ନିର୍ବାଚନ ହେବ । ଏହା ପରଠୁ ମୁଁ ଆଉ ନିର୍ବାଚନ ଲଢିବି ନାହିଁ । କେବଳ ଦଳରେରହି ଲୋକଙ୍କ ସେବା କରିବି । ମଥୁରାବାସୀଙ୍କ ପାଇଁ କିଛି କରିବାର ସ୍ବପ୍ନ ମୁଁ ସବୁବେଳେ ଦେଖି ଆସିଥିଲି । ତେଣୁ ଗତ 5 ବର୍ଷରେ ଲୋକଙ୍କ ପାଇଁ କିଛି କରିବାର ପ୍ରୟାସ କରିଥିଲି । କିନ୍ତୁ ଏବେ ବି ବହୁତ କିଛି କରିବା ବାକି ରହିଗଲା ।

ସୂଚନାଥାଉ କି, 2014 ଲୋକସଭା ନିର୍ବାଚନରେ ପୂର୍ବତନସାଂସଦ ଜୟନ୍ତ ଚୌଧୁରୀଙ୍କୁ 3 ଲକ୍ଷ 30 ହଜାରରୁ ଅଧିକ ଭୋଟରେ ପରାସ୍ତ କରି ମଥୁରା ଗଡ ହାସଲ କରିଥିଲେ ହେମା।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.