ନୂଆଦିଲ୍ଲୀ: ସର୍ବଦା ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁର ପୁଣି ବିବାଦ ଘେରରେ । ନବରାତ୍ରୀରେ ଲାଉଡସ୍ପିକର ଏବଂ ଡିଜେ ବିଳମ୍ବ ଯାଏଁ ନବଜାଇବା ନିୟମକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି ।
ସୂଚନା ଅନୁଯାୟୀ, କିଛି ଗଣମାଧ୍ୟମ ପ୍ରତିନିଧି ନବରାତ୍ରୀରେ ଲାଉଡସ୍ପିକର ଏବଂ ଡିଜେ ବିଳମ୍ବ ଯାଏଁ ନବଜାଇବା ହାଇକୋର୍ଟ ନିର୍ଦ୍ଦେଶକୁ ନେଇ ତାଙ୍କୁ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଦେବାକୁ ଯାଇ ସେ କହିଥିଲେ, ସବୁ ନିୟମ କାନୁନ୍ କଣ କେବଳ ହିନ୍ଦୁମାନଙ୍କ ପାଇଁ ରହିଛି । ଏଭଳି ନିୟମକୁ ଆମେ ମାନିବୁ ନାହିଁ ।
ଏଥିସହ ସେ କହିଥିଲେ, ନବରାତ୍ରରେ ଡିଜେ ବାଜିବ, ଆଉ ଏହାର କୌଣସି ଗାଇଡଲାଇନ ନାହିଁ । ଯେତେବେଳେ ପର୍ଯ୍ୟନ୍ତ ପୂଜା ଜାରି ରହିବ ସେତେବେଳେ ପର୍ଯ୍ୟନ୍ତ ଡିଜେ ବାଜିବ ବୋଲି ପ୍ରଜ୍ଞା ସିଂ ଠାକୁର କହିଥିଲେ ।
ପ୍ରକାଶ ଥାଉକି, ପ୍ରଜ୍ଞା ସିଂ ଠାକୁର ଏହା ପୂର୍ବରୁ ବାବରୀ ମସଜିଦ୍ ଉପରେ ଏକ ବିବାଦୀୟ ବୟାନ ଦେଇ ବିବାଦ ଘେରରେ ରହିଥିଲେ ।