ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ବଲିଉଡ ସୁପରଷ୍ଟାର ପରେଶ ରାୱଲଙ୍କ ନିର୍ବାଚନୀ ଅଙ୍କ କଷା । କଲିକତା ହାଇଡ୍ରାମା ପରେ ଦେଶରେ ମୋଦି-ମମତା ଝଡ ଦିକୁ ଦିନ ତ୍ରୀବ ହେଉଛି । ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିରୋଧୀ ଦଳ ମୋଦିଙ୍କ ବିରୋଧରେ ମେଳି ବାନ୍ଧିଲେଣି । ଏପରିକି ମୋଦି ବିରୋଧୀ ମହାମେଣ୍ଟର ଅସ୍ତିତ୍ବ ନାହିଁ ଏବଂ ଭୁଶୁଡି ପଡିବ ବୋଲି ବିଜେପି ପ୍ରତିକ୍ରିୟା ରଖୁଛି । ତେବେ ନିର୍ବାଚନୀ ବର୍ଷର ଘଡିସନ୍ଧି ମୁହୂର୍ତ୍ତରେ ହଠାତ ନିର୍ବାଚନୀ ଗଣିତ କଷିଛନ୍ତି ପରେଶ ରାଓ୍ବଲ । ମୋଦି ବନାମ ମମତା ଲଢେଇରେ ମୋଦି ବାଜି ମାରିବେ ବୋଲି ଆକଳନ କରିଛନ୍ତି ପରେଶ ।
हिसाब बराबर ...! pic.twitter.com/kYiUe0wKDh
— Paresh Rawal (@SirPareshRawal) February 6, 2019 " class="align-text-top noRightClick twitterSection" data="
">हिसाब बराबर ...! pic.twitter.com/kYiUe0wKDh
— Paresh Rawal (@SirPareshRawal) February 6, 2019हिसाब बराबर ...! pic.twitter.com/kYiUe0wKDh
— Paresh Rawal (@SirPareshRawal) February 6, 2019
ଅହମ୍ମଦାବାଦରୁ ବିଜେପି ସାଂସଦ ପରେଶ ରାୱଲ ନିଜ ଗଣିତରେ କିଛି ଏଭଳି ଲେଖି ମମତାଙ୍କୁ ଟାର୍ଗେଟ କରିଥିବା ବେଳେ ମୋଦିଙ୍କ ଆଗରେ ଦିଦି ହାରଯିବେ ବୋଲି ଦର୍ଶାଇଛନ୍ତି । ପଶ୍ଚିମ ବଙ୍ଗଳାର ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କୁ ଲୋକେ ଦିଦି କହୁଥିବା ବେଳେ ବିଭିନ୍ନ ନେତାମାନେ ମଧ୍ୟ 'ଦିଦି' ସମ୍ବୋଧିତ କରିଥାନ୍ତି ।
ପ୍ରକାଶ ଯେ, ପଶ୍ଚିମ ବଙ୍ଗଳାରେ ଶରଦା ଚିଟପଣ୍ଡ ଘୋଟାଲକୁ ନେଇ ସିବିଆଇର ଆକ୍ସନ ଓ ମୁଖ୍ୟମନ୍ତ୍ରୀଙ୍କ ମମତା ବାନାର୍ଜୀଙ୍କ ବୟାନ ପରେ ଆରମ୍ଭ ହୋଇଛି ପଲିଟିକାଲ ଡ୍ରାମା। କିନ୍ତୁ ଏହି ଘଟଣାରେ ତୃଣମୂଳ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ଥମୁନି ବିବାଦ ।