ETV Bharat / bharat

କୁଲଦୀପ ସିଂହ ସେନଗାରଙ୍କ ନାଁରେ ପ୍ରଡକ୍ସନ ୱାରେଣ୍ଟ ଜାରି - ଉନ୍ନାଓ ଗଣଦୁଷ୍କର୍ମ

କୁଲଦୀପ ସିଂହ ସେନଗାରଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ନାମରେ ପ୍ରଡକ୍ସନ ୱାରେଣ୍ଟ ଜାରି କରାଯାଇଛି । ସେମାନଙ୍କୁ ଅଗଷ୍ଟ 5 ତାରିଖ 12 ଟା 30 ସମୟରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଫାଇଲ ଫଟୋ
author img

By

Published : Aug 3, 2019, 10:27 PM IST

ନୂଆଦିଲ୍ଲୀ: ଉନ୍ନାଓ ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତ କୁଲଦୀପ ସିଂହ ସେନଗାରଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ନାମରେ ପ୍ରଡକ୍ସନ ୱାରେଣ୍ଟ ଜାରି କରାଯାଇଛି । ସିବିଆଇ ଟିମର ଚାର୍ଜସିଟ ଦାଖଲ ପରେ ଦିଲ୍ଲୀର ତିସହଜାରୀ କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି । ମାମଲାର ଶୁଣାଣି କୋର୍ଟରେ ଅଗଷ୍ଟ 5 ରୁ ହେବ । ସେମାନଙ୍କୁ ଅଗଷ୍ଟ 5 ତାରିଖ 12 ଟା 30 ସମୟରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ଲକ୍ଷ୍ନୌର କେଜିଏମୟୁ ଟ୍ରମା ସେଣ୍ଟରରେ ଭର୍ତ୍ତି ଥିବା ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଛି । କୋମା ଅବସ୍ଥାରେ ଥିବା ପୀଡିତା ଜ୍ବର ପରେ ନିମୋନିଆର ଶିକାର ହୋଇଥିବା ଡାକ୍ତର କହିଛନ୍ତି ।

ସୂଚନାଯୋଗ୍ୟ ଯେ, 2017 ଜୁନ 4 ରେ ଜଣେ ନାବାଳିକା ଝିଅ ବିଧାୟକ ସେନ୍‌ଗାରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏହାପରେ ସେ ଗିରଫ ହୋଇଥିଲେ । ଏବେ ଏହି ଦୁଷ୍କର୍ମ ମାମଲାର ତଦନ୍ତ ସିବିଆଇ କରୁଛି।

ସେପଟେ ପୀଡ଼ିତା ରାଏବରେଲୀରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରକୁ କାରରେ ଯାଉଥିବା ବେଳେ ଟ୍ରକ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲେ । ଏହି ଦୁର୍ଘଟଣାରେ ତାଙ୍କର ମାଉସୀ ଏବଂ ଖୁଡ଼ୀଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଓକିଲ ଏବଂ ସେ ଗୁରୁତର ଆହତ ହୋଇଥିଲେ ।

SLUG-FIRE ACCIDENT
AVO-MRUTYUNJAY SENAPATI,MAYURBHANJ
DATE-03.05.2019
ANCHOR-ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଦ୍ଵାରଶୁଣୀ ଘାଟିରେ ଜଳିଗଲା କେମିକାଲ ଟ୍ରକ କୋଲକାତା ରୁ ସୁରଟ ଅଭିମୁଖେ କ୍ୟାମିକାଲ ପାଉଡର ନେଇ ଯାଉଥିବା ଏକ ଟ୍ରକ ବାଙ୍ଗିରିପୋଷି ଦ୍ଵାରଶୁଣୀ ଘାଟୀରେ ଗୁରୁବାର ମଧ୍ୟ ରାତ୍ରିରେ ଜଳି ପାଉଁଶ ହୋଇଯାଇଛି। ତେବେ ଏଥିରେ ଥିବା ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁଯାୟୀ କେମିକାଲ ଟ୍ରକ ଟି ଘାଟିରେ ଚଢ଼ୁ ଥିବା ବେଳେ କ୍ସହଠାତ ନିଆଁ ଲାଗିଯାଇଥିଲା, ତେବେ ନିଆଁ ଲାଗିବାର କରନା ଜଣାପଡି ନ ଥିବା ବେଳେ କେମିକାଲ ଟ୍ରକ ଟି ସମ୍ପୂର୍ଣ୍ଣ ଭାବେ ଜଳିପୋଡ଼ି ପାଉଁଶ ହୋଇଯାଇଛି।ଟ୍ରକରେ ଥିବା ଲକ୍ଷ ଲକ୍ଷ ଟଙ୍କାର କେମିକାଲ ନଷ୍ଟ ହୋଇଆଯାଇଛି। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ର କର୍ମଚାରୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ବି କେମିକାଲ ଟ୍ରକ ଟି ସମ୍ପୂର୍ଣ୍ଣ ଜଳିଯାଇଛି। ଘଟଣାସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Visual FTP
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.