ETV Bharat / bharat

କର୍ତ୍ତବ୍ୟରେ ଅବହେଳା କଲେ ଜୋତାରେ ମାରିବେ ବିଜେପି ବିଧାୟକ

ଉତ୍ତରପ୍ରଦେଶର ମହୋବା ଜିଲ୍ଲାର ଭାରତୀୟ ଜନତା ପାର୍ଟି (ବିଜେପି) ବିଧାୟକ ଜୋତା ରେ ମାରିବା ପାଇଁ ଜଣେ ଅଧିକାରୀଙ୍କୁ ଧମକ ଦେଇଛନ୍ତି।

BJP MLA
ବିଜେପି ବିଧାୟକ
author img

By

Published : May 13, 2020, 2:57 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମହୋବା ଜିଲ୍ଲାର ଭାରତୀୟ ଜନତା ପାର୍ଟି (ବିଜେପି) ବିଧାୟକ ଜୋତାରେ ମାରିବା ପାଇଁ ଜଣେ ଅଧିକାରୀଙ୍କୁ ଧମକ ଦେଇଛନ୍ତି। ଏହାପୂର୍ବରୁ ବିଧାୟକ ମହୋବା ଜିଲ୍ଲାର ଏସପି, ଜିଲ୍ଲାପାଳଙ୍କୁ ପାଗଳ, ଚୋର ଓ ଦଲାଲ୍ ବୋଲି ମଧ୍ୟ କହିଛନ୍ତି ।

ପ୍ରକାଶଥାଉକି, 2 ଦିନ ପୂର୍ବେ ବିଧାୟକ ବ୍ରଜଭୂଷଣ ରାଜପୁତ ଛଦ୍ମ ବେଶ ନେଇ ଗହମ କ୍ରୟ କେନ୍ଦ୍ରରେ ପହଞ୍ଚି ଫସଲ ବିକ୍ରୟ କରିବାକୁ କହିଥିଲେ। ସେଠାକାର ଅଧିକାରୀ ତାଙ୍କୁ କମିଶନ୍ ମାଗିଥିଲେ। ଗହମ କ୍ରୟ ପାଇଁ କମିଶନ ନିଆଯାଉଥିବା କାରଣରୁ ବିଧାୟକ ଏକ ଷ୍ଟ୍ରିଙ୍ଗ୍ ଅପରେସନ୍ କରିଥିଲେ। ସେହି ଷ୍ଟ୍ରିଙ୍ଗ୍ ଅପରେସନର ଭିଡିଓ ଜାରି କରିବାବେଳେ ବିଧାୟକ ବ୍ରଜଭୂଷଣ ରାଜପୁତ ରାଗି ଯାଇଥିଲେ ।

ଏହା ପରେ ବିଜେପି ବିଧାୟକ ଜୋତା ମାରିବା ପାଇଁ ଅଧିକାରୀମାନଙ୍କୁ ଧମକ ଦେଇଥିଲେ। ସେ କହିଥିଲେ ଚାଷୀଙ୍କ ଠାରୁ ଏପରି କମିଶନ ନେବା ନିନ୍ଦନୀୟ । ମତେ ପଛେ ଜେଲ୍ ହେଇଯାଉ କିନ୍ତୁ ଏମାନେ ଜୋତା ମାରିବା ଯୋଗ୍ୟ ।

ଅଧିକାରୀଙ୍କୁ ଧମକ ଦେଇ ବିଜେପି ବିଧାୟକ କହିଛନ୍ତି,‘ କୃଷକ ଶୋଷଣକୁ ମୁଁ ବରଦାସ୍ତ କରିବି ନାହିଁ। ତମେମାନେ ସୁଧୁରି ଯାଉ ନହେଲେ ମୁଁ ସୁଧାରିଦେବି । ଏତେ ଜୋତା ମାରିବି ଯେ ଗରିବଙ୍କ ଠାରୁ ଟଙ୍କା ନେବା ପୂର୍ବରୁ ଅଧିକାରୀ ପ୍ରଥମେ ଭାବିବେ’ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.