ETV Bharat / bharat

ନେତାଙ୍କ ପାଇଁ ନାହିଁ ଲକଡାଉନ, ଧୁମଧାମରେ ଜନ୍ମଦିନ ପାଳୁଛନ୍ତି ବିଜେପି ବିଧାୟକ - ଲକଡାଉନ ନିୟମ ଉଲ୍ଲଙ୍ଘନ ଭିଡିଓ ଫଟୋ ଭାଇରାଲ

ଲକଡାଉନ ନିୟମ ଉଲ୍ଲଙ୍ଘନ କରି କର୍ଣ୍ଣାଟକର ବିଜେପି ବିଧାୟକ ଜନ୍ମଦିନ ପାଳନ କଲେ । ଏ ନେଇ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି । ଏହା ପରେ ବିଧାୟକଙ୍କ କର୍ତ୍ତବ୍ୟ ଓ ଦାୟିତ୍ବହୀନତା ପ୍ରତି ଉଠିଛି ପ୍ରଶ୍ନ ? ଅଧିକ ଜାଣନ୍ତୁ...

bjp-mla-allegedly-celebrated-birthday-violating-lockdown-order-photos-and-video-goes-viral
ଲକଡାଉନ ନିୟମ ଉଲ୍ଲଙ୍ଘନ କରି ବିଜେପି ବିଧାୟକ ପାଳନ କଲେ ଜନ୍ମଦିନ, ଭିଡିଓ ଫଟୋ ଭାଇରାଲ
author img

By

Published : Apr 11, 2020, 1:25 PM IST

ବେଙ୍ଗାଲୁର: ମହାମାରୀ କୋରୋନାକୁ ନେଇ ସାରା ଦେଶରେ ଲକଡାଉନ ଚାଲିଥିଲା ବେଳେ କର୍ଣ୍ଣାଟକର ବିଜେପି ବିଧାୟକ ସାମାଜିକ ଦୂରତାକୁ ନିୟମକୁ ଉଲ୍ଲଙ୍ଘନ କରି ବହୁତ ଲୋକଙ୍କୁ ଏକତ୍ର କରି ଜନ୍ମଦିନ ପାଳନ କରିଛନ୍ତି । କର୍ଣ୍ଣାଟକର ଥରୁଭେକେର ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ମାସାଲେ ଜୟରାମ ସାମାଜିକ ଦୂରତ୍ବ ନିୟମକୁ ଅବହେଳା କରି ଜନ୍ମଦିନ ପାଳନ କରିଥିବା ଅଭିଯୋଗ ହୋଇଛି ।

ଲକଡାଉନ ନିୟମ ଉଲ୍ଲଙ୍ଘନ କରି ବିଜେପି ବିଧାୟକ ପାଳନ କଲେ ଜନ୍ମଦିନ, ଭିଡିଓ ଫଟୋ ଭାଇରାଲ

କର୍ଣ୍ଣାଟକର ଗୁବି ତାଲୁକ ଜିଲ୍ଲାର ଇଡୁଗୁର ଗାଁରେ ବିଧାୟକ ସାମାଜିକ ଦୂରତା ରକ୍ଷା ନକରି ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସୋସିଆଲ୍ ନେଟୱାର୍କରେ ଭିଡିଓ ଏବଂ ଫଟୋ ଭାଇରାଲ ହୋଇଛି | ବିଧାୟକ ସାମାଜିକ ଦୂରତା ରକ୍ଷା ନକରି ଏବଂ ମାସ୍କ ନ ପିନ୍ଧି ନିଜର ଦାୟିତ୍ବହୀନତା ଦେଖାଇଛନ୍ତି ବୋଲି ସ୍ଥାନୀୟ ଲୋକ ଜଣାଇଛନ୍ତି । ବିଧାୟକ ସରକାରୀ ଆଦେଶକୁ ଉଲ୍ଲଂଘନ କରିଛନ୍ତି ଏବଂ ତାଙ୍କ ଜନ୍ମଦିନ ପାଇଁ ବିରିୟାନି ଭୋଜନ କରିଛନ୍ତି ।

ବିଧାୟକଙ୍କ ଏହି ମନୋଭାବ ବର୍ତ୍ତମାନ ସୋସିଆଲ ନେଟୱାର୍କିଂ ସାଇଟରେ ତୀବ୍ର ସମାଲୋଚନାର ଶିକାର ହୋଇଛି । ସେ ପୂର୍ବରୁ କୋରୋନା ଭାଇରସକୁ ନେଇ ସଚେତନତା କାର୍ଯ୍ୟକ୍ରମ କରିଥିଲେ । ତେବେ ପୋଲିସ ଏ ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ଦେଇନାହିଁ କିମ୍ବା ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରିନାହିଁ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.