ETV Bharat / bharat

ବିଜେପି-ଶିବସେନା ମେଣ୍ଟ ଘୋଷଣା, ମୁମ୍ବାଇ ଗସ୍ତରେ ଅମିତ ଶାହ - TIE UP

ଲୋକସଭା ନିର୍ବାଚନ ପାଇଁ ବିଜେପି-ଶିବସେନା ମେଣ୍ଟ ଘୋଷଣା । ମୋଟ 48ଟି ଆସନରୁ ବିଜେପି 25ଟି, ଶିବସେନା 23ଟି ଆସନରେ ଲଢିବ ବୋଲି ସୂଚନା ରହିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Feb 18, 2019, 12:07 PM IST

ମୁମ୍ବାଇ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି-ଶିବସେନା ମଧ୍ୟରେ ମେଣ୍ଟ ନେଇ ଘୋଷଣା ହେବ । ଏଥିପାଇଁ ମୁମ୍ବାଇ ଗସ୍ତରେ ଯାଉଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହ । ପୂର୍ବରୁ ମେଣ୍ଟ ନେଇ କଥାବାର୍ତ୍ତା ସରିଥିଲା ଆଜି କେବଳ ଘୋଷଣା ହେବ ।

ମହାରାଷ୍ଟ୍ରରେ ମୋଟ 48ଟି ଲୋକସଭା ଆସନ ରହିଛି । ଯେଉଁଥିରୁ 25ଟି ଆସନରେ ବିଜେପି, ଅନ୍ୟ 23ଟି ଆସନରେ ଶିବସେନା ପ୍ରାର୍ଥୀ ଦେବ ବୋଲି ଜଣାପଡିଛି । ତେବ ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବେଳେ ମେଣ୍ଟ ହେବ କି ନାହିଁ ସେ ନେଇ ସ୍ପଷ୍ଟ ହୋଇ ନାହିଁ ।

ଶିବସେନା ଓ ବିଜେପି ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମନାନ୍ତର ରହିଛି । ଏମିତିକି ବିରୋଧୀ ମହାମେଣ୍ଟରେ ଶିବସେନାକୁ ସାମିଲ ହେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏଥିସହ ରାମ ମନ୍ଦିର ନିର୍ମାଣରେ ବିଳମ୍ବ ନେଇ ବିଜେପି ସରକାରକୁ ଶିବସେନା ଟାର୍ଗେଟ କରିଥିଲା । ହେଲେ ଶିବସେନା ପ୍ରତିଷ୍ଠାତା ବାଲ୍ ଠାକରେଙ୍କ ପ୍ରତିମୂର୍ତି ନିର୍ମାଣ ପାଇଁ ମହାରାଷ୍ଟ୍ର ସରକାର ଘୋଷଣା କରିବା ପରେ ଶିବସେନା ବିଜେପି ମୁହାଁ ହୋଇଛି । ଶିବସେନା ଚଳିତ ମୋଦି ସରକାରରେ ମଧ୍ୟ ଏନଡିଏରେ ସାମିଲ ଅଛି ।

ରାଜ୍ୟରେ ବିଜେପି-ଶିବସେନା ମେଣ୍ଟ ସରକାର ରହିଛି । ଲୋକସଭା ନିର୍ବାଚନ ବେଳେ ଶିବସେନାକୁ ମହାମେଣ୍ଟରେ ସାମିଲ କରି ବିରୋଧୀ କଂଗ୍ରେସ, ଏନସିପି ବିଜେପିକୁ ଏକ ଘରିକିଆ କରିବାକୁ ପ୍ରୟାସ କରିଥିଲେ । ହେଲେ ପୁଣି ଦୁଇ ଦଳ ମଧ୍ୟରେ ମେଣ୍ଟ ହେବା ପରେ ବିରୋଧୀ ଦଳର ଆଶାରେ ପାଣି ମିଶାଇଲା ଭଳି ହୋଇଛି ।

undefined

Intro:Body:

ବିଜେପି-ଶିବସେନା ମେଣ୍ଟ ଘୋଷଣା, ମୁମ୍ବାଇ ଗସ୍ତରେ ଅମିତ ଶାହ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.