ETV Bharat / bharat

କୋରୋନା କବଳରେ ବିଜେପି ନେତ୍ରୀ ଉମା ଭାରତୀ

author img

By

Published : Sep 27, 2020, 9:20 AM IST

ଉମା ଭାରତୀ ନିକଟରେ ହିମାଳୟ ଗସ୍ତ କରିଥିଲେ । ଏହି ସମୟରେ ସେ ସମସ୍ତ କୋଭିଡ ନିୟମ ପାଳନ କରିବା ସହ ସାମାଜିକ ଦୂରତା ମଧ୍ୟ ପାଳନ କରିଥିଲେ । ତଥାପି ସେ କୋରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ଅଧିକ ପଢନ୍ତୁ...

କୋରୋନା କବଳରେ ବିଜେପି ନେତ୍ରୀ ଉମା ଭାରତୀ
ବିଜେପି ନେତ୍ରୀ ଉମା ଭାରତୀ କୋରୋନା ପଜିଟିଭ

ନୂଆଦିଲ୍ଲୀ: ବିଜେପି ନେତ୍ରୀ ଉମା ଭାରତୀ କୋରୋନା ଆକ୍ରାନ୍ତ । କୋଭିଡ ସଂକ୍ରମିତ ହୋଇଥିବା ନେଇ ସେ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । ଗତ ଶନିବାର ବିଳମ୍ବିତ ରାତିରେ ଟୁଇଟ କରିଥିଲେ । ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଥିଲେ ସେମାନଙ୍କୁ ସେ କୋରୋନା ପରୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ।

ସେ କହିଛନ୍ତି, ତିନି ଦିନ ଧରି ଶରୀରରେ ସାମାନ୍ୟ ଜ୍ୱର ରହିଥିବାରୁ ସେ କୋଭିଡ ଟେଷ୍ଟ କରାଯାଇଥିଲେ । ଯାହାର ରିପୋର୍ଟ ପଜିଟିଭ ଆସିଛି। ହିମାଳୟ ଗସ୍ତରେ ସମୟରେ ସାମାଜିକ ଦୂରତା ସମେତ ସମସ୍ତ କୋଭିଡ -19 ନିୟମ ପାଳନ କରିବା ସତ୍ତ୍ବେ ସେ କୋରୋନା ପଜିଟିଭ ହୋଇଥିବା ବିଜେପି ନେତ୍ରୀ କହିଛନ୍ତି ।

ବର୍ତ୍ତମାନ ଉମା ଭାରତୀ ହରିଦ୍ୱାର ଏବଂ ରୁଷିକେଶ ମଧ୍ୟରେ ଅବସ୍ଥିତ ବନ୍ଦେ ମାତାରାମ କୁଞ୍ଜରେ କ୍ବାରେଣ୍ଟାଇନରେ ରହିବେ । ଚାରି ଦିନ ପରେ ପୁଣି ସେ ଆଉ ଏକ ଟେଷ୍ଟ କରାଇବେ । ଯଦି ସ୍ଥିତି ସମାନ ରହେ ତେବେ ଡାକ୍ତରଙ୍କ ସହିତ ପରାମର୍ଶ ନେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.