ETV Bharat / bharat

'ଶାହିନ ବାଗର ଅର୍ଥ ସୈତାନ ବାଗ'

ବିଜେପିର ରାଷ୍ଟ୍ରୀୟ ସଚିବ ତରୁଣ ଚୁଘ ଶାହିନ ବାଗର ତୁଳନା ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ସହ କରିଛନ୍ତି । ଏହା ସହିତ ସେ ଶହୀନ ବାଗକୁ ସୈତାନ ବାଗ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

bjp-leader-tarun-chugh
ତରୁଣ ଚୁଘ
author img

By

Published : Jan 30, 2020, 12:23 PM IST

ନୂଆଦିଲ୍ଲୀ: ଦିଲ୍ଲୀର ଶାହିନ ବାଗକୁ ନେଇ ଜାରି ରହିଥିବା ରାଜନୀତି ଥମିବାର ନାଁ ନେଉନାହିଁ । ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ବିରୋଧରେ ଶାହିନ ବାଗରେ ଜାରି ରହିଥିବା ପ୍ରଦର୍ଶନକୁ ନେଇ ନେଇ ପ୍ରତିଦିନ କୌଣସି ନା କୌଣସି ନେତା ବିବାଦୀୟ ବୟାନ ଦେଉଛନ୍ତି । ଏହି କ୍ରମରେ ଗୁରୁବାର ବିଜେପିର ରାଷ୍ଟ୍ରୀୟ ସଚିବ ତରୁଣ ଚୁଘ ଶାହିନ ବାଗର ତୁଳନା ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ସହ କରିଛନ୍ତି । ଏହା ସହିତ ସେ ଶହୀନ ବାଗକୁ ସୈତାନ ବାଗ ବୋଲି କହିଛନ୍ତି ।

bjp-leader-tarun-chugh
ତରୁଣ ଚୁଘ

ସେ ଟ୍ବିଟ କରି କହିଛନ୍ତି, 'ଶାହିନ ବାଗରେ ରାସ୍ତା ଅବରୋଧ କରି ପ୍ରଦର୍ଶନକାରୀ ଦିଲ୍ଲୀବାସୀଙ୍କ ମନରେ ଭୟ ସୃଷ୍ଟି କରୁଛନ୍ତି । ଆଇଏସଆଇଏସ ମଡ୍ୟୁଲ ଭଳି ମହିଳା ଏବଂ ପିଲାଙ୍କୁ ବ୍ୟବହାର କରି ଆତଙ୍କ ସୃଷ୍ଟି କରୁଛନ୍ତି । ଆମେ ଏଭଳି ହେବାକୁ ଦେବୁନାହିଁ । ଆମେ ଦିଲ୍ଲୀକୁ ସିରିୟା ହେବାକୁ ଦେବୁନାହିଁ ।'

bjp-leader-tarun-chugh
ତରୁଣ ଚୁଘ

ଅନ୍ୟ ଏକ ଟ୍ବିଟ କରି ସେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଦେଶଦ୍ରୋହୀଙ୍କୁ ଗୋଲି ମାରୋ ବୟାନର ସମର୍ଥନ କରିଛନ୍ତି । ସେ କହିଛନ୍ତି, ' ଦେଶଦ୍ରୋହୀଙ୍କୁ ଗୋଲି ମାରୋ ବୟାନ ଭୁଲ ନୁହେଁ । ଭାରତର ଅଖଣ୍ଡତାକୁ ଆମେ କାହାକୁ ଭାଙ୍ଗିବାକୁ ଦେବୁନାହିଁ । ଶାହିନ ବାଗର ଅର୍ଥ ସୈତାନ ବାଗ । ଆଇଏସଆଇଏସ ଯେପରି ମହିଳା ଏବଂ ଶିଶୁଙ୍କୁ ବ୍ୟବହାର କରି ଆତଙ୍କ ସୃଷ୍ଟି କରେ, ଏମାନେ ମଧ୍ୟ ସେହି ମଡ୍ୟୁଲ ଆପଣାଉଛନ୍ତି । ଭାରତରେ ହାଫିଜ ସଇଦର ବିଚାରଧାରାକୁ ସହ୍ୟ କରାଯିବ ନାହିଁ । '

Intro:Body:

dhh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.