ନୂଆଦିଲ୍ଲୀ: ହୋଷ୍ଟନରେ ଛାଇ ଗଲେ ମୋଦି । ଏନଆଜି ଷ୍ଟାଡିୟମରେ ଖାଲି ମୋଦି-ମୋଦି ନାରା । ଗତକାଲି 'ହାଓଡି ମୋଦି' କାର୍ଯ୍ୟକ୍ରମରେ 50 ହଜାରୁ ଊର୍ଦ୍ଧ୍ବ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । 'ହାଓଡି ମୋଦି'କୁ ନେଇ ଆମେରିକାରର ଟେକ୍ସାସ ନୁହେଁ ଇଣ୍ଟରନେଟରେ ମଧ୍ୟ ଦେଖିବାକୁ ମିଳିଥିଲା ଉତ୍ସାହ । ତେବେ ଏଥିରୁ ବାଦ୍ ପଡିନଥିଲେ ମୋଦିଙ୍କ ମନ୍ତ୍ରୀମଣ୍ଡଳ । ସମସ୍ତଙ୍କ ଟ୍ବିଟର ପ୍ରୋଫାଇଲ ଥିଲା 'ହାଓଡି ମୋଦି'ର ଲୋଗୋ ।
'ହାଓଡି କାଯ୍ୟକ୍ରମ'କୁ ନେଇ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଜିତେନ୍ଦ୍ର ସିଂ, ପିୟୂଷ ଗୋଏଲ ଟ୍ବିଟରର ପ୍ରୋଭାଇଲ ବଦଳାଇଥିଲେ । ଯେଉଁଥିରେ ଥିଲା ହାଓଡି କାର୍ଯ୍ୟକ୍ରମର ଲୋଗୋ । ଏଥିସହ ଦେଶବାସୀଙ୍କୁ ମୋଦିଙ୍କ ଏହି ମେଗା ସୋ'କୁ ଦେଖିବାକୁ ମଧ୍ୟ କହିଥିଲେ ।
ପ୍ରଧାନମନ୍ତ୍ରୀ ହାଓଡି ମୋଦିର ଉତ୍ତରରେ ବିଭିନ୍ନ ଭାଷାରେ ଦେଇ କହିଥିଲେ, ଭାରତରେ ସବୁ ଭଲ ଅଛି । ଯେଉଁଥିରେ ସାମିଲ ଥିଲା ଓଡ଼ିଆ ଭାଷା । ଏହି କାର୍ଯ୍ୟକ୍ରମରେ ଆମେରିକାରେ ନିର୍ବାଚନକୁ ନଜରରେ ରଖି ମୋଦି କହିଥିଲେ 'ଅବ୍ କି ବାର ଟ୍ରମ୍ପ ସରକାର' ଖାଲି ସେତିକି ନୁହେଁ ଟ୍ରମ୍ପ ଭାରତର ପ୍ରକୃତ ମିତ୍ର । ଟ୍ରମ୍ପକୁ କୌଣସି ପରିଚୟ ଆବଶ୍ୟକ ନାହିଁ । ଦେଶର କୋଟି କୋଟି ଲୋକେ ଫୋଲ କରୁଛନ୍ତି ବୋଲି ମୋଦି କହିଥିଲେ । ଆଉ ପୁଣି ଥରେ ପାକ୍କୁ କଡା ସମାଲୋଚନା ମଧ୍ୟ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୋଦି କହିଥିଲେ ଏବେ ଭାରତ 'ନ୍ୟୁ ଇଣ୍ଡିଆ' ସ୍ବପ୍ନ ପୁରଣ କରୁଛି । ଧାରା 370କୁ ଭାରତ ବିଦାୟ ଦେଇଛି । ଭାରତରେ ସବୁଠ କମ ଦାମରେ ଇଣ୍ଟରନେଟ ସେବା ଉପଲବ୍ଧ ହେଉଛି । ଏବେ ଦେଶର ଗୋଟିଏ ନାରା ‘ବିକାଶ’ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।