ETV Bharat / bharat

ଉଦ୍ଧବ ଠାକରେଙ୍କୁ ଧନ୍ୟବାଦ ଦେଲେ ଦେବେନ୍ଦ୍ର ଫଡନାଭିସ - Devendra Fadnavis Thanks Uddhav Thackeray

ଭୀମା କୋରେଗାଓଁ ମାମଲାକୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)କୁ ହସ୍ତାନ୍ତର କରିଥିବାରୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ...

BJP leader Devendra Fadnavis Thanks Uddhav Thackeray
ଉଦ୍ଧବ ଠାକରେଙ୍କୁ ଧନ୍ୟବାଦ ଦେଲେ ଦେବେନ୍ଦ୍ର ଫଡନାଭିସ
author img

By

Published : Feb 16, 2020, 7:33 PM IST

ମୁ୍ମ୍ବାଇ: ଭୀମା କୋରେଗାଓଁ ମାମଲାକୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)କୁ ହସ୍ତାନ୍ତର କରିଥିବାରୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତଦନ୍ତରୁ ସତ୍ୟ ପଦାକୁ ଆସିଯିବ ବୋଲି ଶରତ ପାୱାର ଏହାକୁ ବିରୋଧ କରୁଥିବା ସେ ପ୍ରକାଶ କରିଛନ୍ତି ।

ଦେବେନ୍ଦ୍ର ଫଡନାଭିସ କହିଛନ୍ତି, ଭୀମା କୋରେଗାଓଁ ମାମଲାକୁ ଏନଆଇଏକୁ ହସ୍ତାନ୍ତର କରିଥିବାରୁ ମୁଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଧନ୍ୟବାଦ ଦେଉଛି ।’ ସେହିପରି ସେ ଶିବସେନାକୁ ଆଉଥରେ ନିର୍ବାଚନ ଲଢିବାକୁ ଚ୍ୟାଲେଞ୍ଜ କରିଛନ୍ତି । ବିଜେପି ଏକାକୀ ସମସ୍ତଙ୍କୁ ପରାଜୟ କରିବା କ୍ଷମତା ରଖିଥିବା କଥା ସେ ଉଲ୍ଲେଖ କରିଛନ୍ତି ।

2017 ମସିହା ଡିସେମ୍ବର 31ରେ ପୁନେର ସାନିୱାରୱାଡାର ଇଲଗାର ପରିଷଦ କନକ୍ଲେଭରେ ଦିଆଯାଇଥିବା ଏକ ମନ୍ତବ୍ୟକୁ ନେଇ କୋରେଗାଓଁ ଭୀମ ଯୁଦ୍ଧ ସ୍ମାରକୀରେ ହିଂସାକାଣ୍ଡ ସଂଘଟିତ ହୋଇଥିଲା । ଏହି ମାମଲା ମାଓବାଦୀଙ୍କ ଦ୍ବାରା ସଂଘଟିତ ହୋଇଥିଲା ବୋଲି ପୁନେ ପୋଲିସ ପକ୍ଷରୁ କୁହାଯାଇଥିଲା ।

@ANI

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.