ନୂଆଦିଲ୍ଲୀ: ସମଗ୍ର ଦେଶ କୋରୋନା ଭାଇରସ ବିରୋଧରେ ଲଢେଇ ଜାରି ରଖିଛନ୍ତି । ସମସ୍ତ ସତର୍କତା ଅବଲମ୍ବନ କରି ଲୋକମାନେ ସାମାଜିକ ଦୂରତା ଏବଂ ଲକଡାଉନ୍ ନିୟମ ଅନୁସରଣ କରୁଛନ୍ତି । ଏହି ସମୟରେ ପଶ୍ଚିମବଙ୍ଗ ବିଜେପି ନେତାମାନେ ରବିବାର ମମତା ସରକାରଙ୍କ ବିରୋଧରେ ଦିଲ୍ଲୀରେ ପ୍ରଦର୍ଶନ କରିଛନ୍ତି । ଏହିପରି ଭାବରେ ପଶ୍ଚିମବଙ୍ଗର ବିଜେପି ନେତାମାନେ ଏକତ୍ରିତ ହୋଇ ଲକଡାଉନ୍ ନିୟମ ଉଲ୍ଲଙ୍ଘନ କରିଛନ୍ତି ।
ବାସ୍ତବରେ ପଶ୍ଚିମବଙ୍ଗର ଅନ୍ୟ ଦଳର ସାଂସଦମାନେ ରବିବାର ଦିନ ଦିଲ୍ଲୀର ବିଜେପି ସାଂସଦ ମାନେ ବାବୁଲ ସୁପ୍ରିଓଙ୍କ ବାସଭବନରେ ଏକାଠି ହୋଇଥିଲେ। ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରୁଥିବା ବିଜେପି ସାଂସଦମାନେ ଲକଡାଉନ ନିୟମ ଭାଙ୍ଗିଛନ୍ତି। ଯେଉଁ ସମୟରେ ଘରୁ ବାହାରିବା ଉପରେ ରୋକ ଲଗାଯାଇଛି, ସେହି ସମୟରେ ଦିଲ୍ଲୀର ବିଭିନ୍ନ ଅଞ୍ଚଳର ବିଜେପି ସାଂସଦମାନେ ବାବୁଲ ସୁପ୍ରିଓଙ୍କ ବାସଭବନରେ ବିରୋଧ ପ୍ରଦର୍ଶନ କରିଥିବା ଘଟଣା ସାମ୍ନାକୁ ଆସିଛି ।
ଲକଡାଉନ୍ ଭାଙ୍ଗିବା ପ୍ରଶ୍ନ ଉପରେ ବିଜେପି ସାଂସଦ ବାବୁଲ ସୁପ୍ରିଓ, ଜ୍ୟୋତୀର୍ମୟ ସିଂ ଏବଂ ସ୍ବପ୍ନ ଦାସ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। କିନ୍ତୁ ସ୍ବପ୍ନ ଦାସ ମମତା ସରକାରକୁ ଟାର୍ଗେଟ କରି କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଡାଟା ବେସ୍ ମ୍ୟାନେଜମେଣ୍ଟ କରାଯାଉଛି । ରାଜ୍ୟରେ କୋରୋନା ପୀଡିତଙ୍କ ସମ୍ପର୍କରେ ତୃଣମୂଳ କଂଗ୍ରେସ ସରକାର ଏହି ତଥ୍ୟ ଲୁଚାଉଛନ୍ତି।
ବାବୁଲ ସୁପ୍ରିଓ ମଧ୍ୟ ମମତା ବାନାର୍ଜୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବାବୁଲ ସୁପ୍ରିଓ କହିଛନ୍ତି ଯେ ରମଜାନରେ ଦୋକାନ ଖୋଲାଯାଉଛି। ବେଙ୍ଗଲରେ କୋରୋନାର ମୃତ୍ୟୁ ସଂଖ୍ୟା ଲୁଚାଇ ରଖାଯାଉଛି। ସେ କହିଛନ୍ତି ଯେ, ମମତା ସରକାର କେନ୍ଦ୍ରର ନିର୍ଦ୍ଦେଶାବଳୀ ପାଳନ କରୁନାହାଁନ୍ତି ଏବଂ ସାରା ରାଜ୍ୟରେ ଏହାର ପରିଚାଳନା ଅଭାବ ଦେଖାଯାଉଛି।
ବିଜେପି ସାଂସଦ ଜ୍ୟୋତିର୍ମୟ ସିଂ କହିଛନ୍ତି ଯେ ପଶ୍ଚିମବଙ୍ଗ କେନ୍ଦ୍ର ସରକାରଙ୍କ ସହ ମିଶି କାମ କରିବା ଉଚିତ। କିନ୍ତୁ ମମତା ସରକାର ଏହି ନିୟମ ପାଳନ କରୁନାହାଁନ୍ତି। ରାଜ୍ୟ ସରକାର ଲୋକଙ୍କୁ କୋରୋନା ପରୀକ୍ଷା କରାଉନାହାଁନ୍ତି ।