ବେଙ୍ଗାଲୁରୁ: ଆଗକୁ କର୍ଣ୍ଣାଟକ ଉପନିର୍ବାଚନ । ଏପରିସ୍ଥଳେ ଗୁରୁବାର କଂଗ୍ରେସ ପାଇଁ ଖୁସି ଖବର ମିଳିଛି । ବିଜେପିର ଜଣେ ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ରାଜୁ କାଗେ କଂଗ୍ରେସରେ ଯୋଗ ଦେଇଛନ୍ତି । କଂଗ୍ରେସ ନେତା ସିଦ୍ଧରମୈୟା ଓ ଦିନେଶ ଗୁଣ୍ଡୁ ରାଓଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି ।
ଗୁରୁବାର କର୍ଣ୍ଣାଟକ ବେଲଗାମର ବିଜେପିର ଟାଣୁଆ ସଂଗଠକ ନେତା ତଥା ପୂର୍ବତନ ବିଧାୟକ ରାଜୁ କାଗେ କଂଗ୍ରେସରେ ଯୋଗ ଦେବା ପରେ ଆଗାମୀ ଉପନିର୍ବାଚନରେ ଦଳ ପାଇଁ ଶୁଭଙ୍କର ବୋଲି କୁହାଯାଉଛି ।
ସେହିପରି ଗୁରୁବାର କର୍ଣ୍ଣାଟକ କଂଗ୍ରେସ ଓ ଜେଡି(ଏସ୍)ର ୧୭ ଅଯୋଗ୍ୟ ଘୋଷିତ ବିଧାୟକଙ୍କ ମଧ୍ୟରୁ ୧୫ ଜଣ ଗୁରୁବାର ବିଜେପିରେ ଯୋଗ ଦେଇଥିଲେ। ଏହାପରେ ଆଗକୁଥିବା କର୍ଣ୍ଣାଟକ ଉପନିର୍ବାଚନ ପାଇଁ ବିଜେପି ଏମାନଙ୍କ ମଧ୍ୟରୁ ୧୩ ଜଣଙ୍କୁ ଟିକେଟ ପ୍ରଦାନ କରିଛି ।