ନୂଆଦିଲ୍ଲୀ: ଶେଷରେ ସବୁ କଳ୍ପନା ଜଳ୍ପନାରେ ବିରାମ ଲାଗିଛି । ହରିୟାଣାରେ ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ ଖଟ୍ଟର । ମନହୋର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ହେବା ନେଇ ଘୋଷଣା ହୋଇଛି । ସେହିପରି ଉପମୁଖ୍ୟମନ୍ତ୍ରୀ ହେବେ ଜେଜେପି ସୁପ୍ରିମୋ ଦୁଷ୍ୟନ୍ତ ଚୌଟାଲା । ଜେଜେପିର ସମସ୍ତ ସର୍ତ୍ତ ମାନିବା ସହ ସରକାର ବିଜେପି ଗଠନ କରିବା ନେଇ ଦିଲ୍ଲୀରେ ସ୍ଥିରୀକୃତ ହୋଇଛି । ଗୃହମନ୍ତ୍ରୀ ତଥା ବିଜେପି ପ୍ରେସିଡେଣ୍ଟ ଅମିତ ଶାହାଙ୍କୁ ଭେଟିବା ପରେ ବିଜେପିକୁ ସମର୍ଥନ ଦେବା ନେଇ ନିଷ୍ପତ୍ତି ଦେଇଛନ୍ତି ଜେଜେପି ଦୁଷ୍ୟନ୍ତ ଚୌଟାଲା ।
ଶୁକ୍ରବାର ଜେଜେପି ପ୍ରମୁଖ ଚୌଟାଲା ଦିଲ୍ଲୀ ପହଞ୍ଚି କେନ୍ଦ୍ର ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ପ୍ରଥମେ ତାଙ୍କ ବାସଭବନରେ ଭେଟିବା ସହ ପରେ ଦୁହେଁ ଅମିତ ଶାହାଙ୍କ ବାସଭବନରେ ଆଲୋଚନା ପାଇଁ ପହଞ୍ଚିଥିଲେ । ସେଠାରେ ଶାହାଙ୍କ ସହ ବିଚାର ବିମର୍ଶ ପରେ ଦୁଷ୍ୟନ୍ତ ବିଜେପିକୁ ସମର୍ଥନ ଦେଇଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ ହରିୟାଣାରେ 90 ଆସନରୁ ବିଜେପି ୪୦ଟି ଆସନରେ ଜିତି ପାରିଛି । ଅନ୍ୟାନ୍ୟ ଦଳ ରାଜ୍ୟରେ ୨୦ଟି ଆସନ ଜିତିଛନ୍ତି। କଂଗ୍ରେସ 31 ଟି ଆସନରେ ସନ୍ତୁଷ୍ଟ ରହିଛି । ଏହି ୨୦ଟି ଆସନରୁ ଜେଜେପି ୧୦ଟିରେ ଜିତିଥିବା ବେଳେ ଆଇଏନଏଲଡି ଗୋଟିଏ ଓ ଏଚଏଲପି ଗୋଟିଏ ଆସନ କବଜା କରିଛନ୍ତି। ଏବେ ଜେଜେପି ସମର୍ଥନ ପରେ ରାଜ୍ୟରେ ବିଜେପି ସରକାର ଗଠନ କରିବ ।