ETV Bharat / bharat

ବିହାର ନିର୍ବାଚନ: ବିଜେପି-ଜେଡିୟୁ ମଧ୍ୟରେ ହୋଇପାରେ 50:50 ଆସନ ଡିଲ୍

ବିହାରରେ ମହାଗଠବନ୍ଧନ ସିଟ୍ ବାଣ୍ଟିବା ପରେ ଆଜି(ରବିବାର) ଏନଡିଏର ସିଟ୍ ଘୋଷଣା କରିବା ସମ୍ଭାବନା ରହିଛି। ସୂଚନାନୁସାରେ, ବିଜେପି ଏବଂ ଜେଡିୟୁ ମଧ୍ୟରେ ଆସନ ବାଣ୍ଟିବା ନେଇ ଚୁକ୍ତି ହୋଇଛି।

author img

By

Published : Oct 4, 2020, 1:11 PM IST

ବିଜେପି-ଜେଡିୟୁ
ବିଜେପି-ଜେଡିୟୁ

ପାଟନା: ବିହାରରେ ମହାଗଠବନ୍ଧନ ସିଟ୍ ବାଣ୍ଟିବା ପରେ ଆଜି(ରବିବାର) ଏନଡିଏର ସିଟ୍ ଘୋଷଣା କରିବା ସମ୍ଭାବନା ରହିଛି। ସୂଚନାନୁସାରେ, ବିଜେପି ଏବଂ ଜେଡିୟୁ ମଧ୍ୟରେ ଆସନ ବାଣ୍ଟିବା ନେଇ ଚୁକ୍ତି ହୋଇଛି। ସୂଚନାନୁଯାୟୀ, ନୀତିଶ କୁମାରଙ୍କୁ ଶେଷରେ ବିଜେପି ଆଗରେ ମୁଣ୍ଡ ନୁଆଁଇବାକୁ ପଡିବ ଏବଂ ବର୍ତ୍ତମାନ ସେ 50:50 ହାରରେ ସିଟ୍ ବାଣ୍ଟିବାକୁ ରାଜି ହୋଇଛନ୍ତି। ଜେଡିୟୁ, ବିଜେପି ଅପେକ୍ଷା ଅଧିକ ଆସନ ପ୍ରତିଦ୍ବନ୍ଦ୍ବିତା କରିବ ବୋଲି ନୀତିଶ କୁମାର ଗତ କିଛି ଦିନ ଧରି ଜିଦ୍ ଧରିଥିଲେ ।

ସୂଚନାନୁଯାୟୀ, ଜେଡିୟୁ 122 ଟି ଆସନ ଏବଂ ଭାରତୀୟ ଜନତା ପାର୍ଟି 121 ଟି ଆସନରେ ପ୍ରତିଦ୍ବନ୍ଦ୍ବିତା କରିବ। ଜେଡିୟୁ ମଧ୍ୟ ବିଜେପିର ଅନେକ ପାରମ୍ପାରିକ ଆସନ ପାଇଁ ଦାବି କରିଥିଲା କିନ୍ତୁ ବର୍ତ୍ତମାନ ସେମାନେ ମଧ୍ୟ ଏହି ଦାବି ଛାଡିଛନ୍ତି। ଶନିବାର ଅପରାହ୍ନରେ ପାଟନାରେ ବିଜେପି ଓ ଜେଡିୟୁ ମଧ୍ୟରେ ଶେଷ ରାଉଣ୍ଡ ଆଲୋଚନା ହୋଇଥିଲା। ଶନିବାର ଜେଡିୟୁ 4ଟି ବଡ ନେତା ଲଲନ ସିଂ, ଆରସିପି ସିଂ, ବିଜୟ ଚୌଧୁରୀ ଏବଂ ବିଜେନ୍ଦର ଯାଦବ ବୈଠକ କରିଥିଲେ । ଏଥିରେ ଦେବେନ୍ଦ୍ର ଫଡନାଭିସ୍, ଭୁପେନ୍ଦ୍ର ଯାଦବ ମଧ୍ୟ ଉପସ୍ଥିତ ଥିଲେ ।

ଏହି ବୈଠକ ପରେ ଦେବେନ୍ଦ୍ର ଫଡନାଭିସ୍ ଏବଂ ଭୁପେନ୍ଦ୍ର ଯାଦବ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ । ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କନ ପ୍ରକ୍ରିୟା ଅକ୍ଟୋବର 1 ରୁ ଆରମ୍ଭ ହୋଇଛି କିନ୍ତୁ ଏପର୍ଯ୍ୟନ୍ତ ଏନଡିଏରେ ଆସନ ଆବଣ୍ଟନ ହେଇନି । ଅକ୍ଟୋବର 28 ରୁ ବିହାରରେ ତିନୋଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବାକୁ ଥିବାବେଳେ ଫଳାଫଳ ନଭେମ୍ବର 10 ରେ ଆସିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.