ETV Bharat / bharat

କଙ୍ଗନା-ଶିବସେନା ବିବାଦ: ସଞ୍ଜୟ ରାଉତଙ୍କ ବିରୋଧରେ ବିଜେପି ଆଇଟି ସେଲର ଅଭିଯୋଗ

author img

By

Published : Sep 13, 2020, 3:19 PM IST

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଓ ଶିବସେନା ମଧ୍ୟରେ ଜାରି ରହିଥିବା ବିବାଦ ମଧ୍ୟରେ ଭାରତୀୟ ଜନତା ପାର୍ଟି ମଧ୍ୟ ସାମ୍ନାକୁ ଆସିଛି । ହିମାଚଳପ୍ରଦେଶ ବିଜେପିର ଆଇଟି ସେଲ୍ କଙ୍ଗନା ରଣାୱତଙ୍କ ମାମଲାକୁ ନେଇ ସଞ୍ଜୟ ରାଉତଙ୍କ ବିରୋଧରେ ଅଭିଯୋଗ କରିଛି ।

କଙ୍ଗନା-ଶିବସେନା ବିବାଦ
କଙ୍ଗନା-ଶିବସେନା ବିବାଦ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଓ ଶିବସେନା ମଧ୍ୟରେ ଜାରି ରହିଥିବା ବିବାଦ ମଧ୍ୟରେ ଭାରତୀୟ ଜନତା ପାର୍ଟି ମଧ୍ୟ ସାମ୍ନାକୁ ଆସିଛି । ହିମାଚଳପ୍ରଦେଶ ବିଜେପିର ଆଇଟି ସେଲ୍ କଙ୍ଗନା ରଣାୱତଙ୍କ ମାମଲାକୁ ନେଇ ସଞ୍ଜୟ ରାଉତଙ୍କ ବିରୋଧରେ ଅଭିଯୋଗ କରିଛି । ବିଜେପି ଆଇଟି ସେଲ୍ ପୋଲିସ ଆଗରେ ଅଭିଯୋଗ କରିଛି ମାତ୍ର ପୋଲିସ ଏଯାଏଁ ମାମଲା ରୁଜୁ କରିନି ।

ସୂଚନାନୁସାରେ, ସଞ୍ଜୟ ରାଉତଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରି ସିମଲା ଏସପିଙ୍କ ନିକଟରେ ବିଜେପି ଆଇଟି ସେଲ୍ ଅଭିଯୋଗ ପତ୍ର ଦାଖଲ କରିଛି। ରାଜ୍ୟ ବିଜେପି ଆଇଟି ସେଲ୍ ମୁଖ୍ୟ ଚେତନ ବାରାଗଟା କହିଛନ୍ତି ଯେ ହିମାଚଳ ଝିଅ କଙ୍ଗନା ରଣାୱତଙ୍କ ବିରୋଧରେ ସଞ୍ଜୟ ରାଉତ ଅଶ୍ଳୀଳ ମନ୍ତବ୍ୟ ଦେଇଛନ୍ତି।

ପ୍ରକାଶଥାଉକି, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଶିବସେନା ଓ କଙ୍ଗନାଙ୍କ ମଧ୍ୟରେ ମତାନ୍ତର ଆରମ୍ଭ ହୋଇଗଲା । ଏପରିକି ଉଭୟ ପରସ୍ପରକୁ କଡା ମନ୍ତବ୍ୟ ଦେବାକୁ ବି ପଛାଇଲେନି । ଶିବସେନା କଙ୍ଗନାକୁ ଧମକ ଦେବା ପରେ କେନ୍ଦ୍ର ସରକାର ତାଙ୍କୁ Y ପ୍ଲସ ଶ୍ରେଣୀର ସୁରକ୍ଷା ଦେଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.