ETV Bharat / bharat

ମଣିପୁରରେ ବିଜେପି ସରକାର ସ୍ଥିର ଅଛି: ରାମ ମାଧବ - ram madhav

ମଣିପୁରରେ ବିରେନ ସିଂଙ୍କ ନେତୃତ୍ୱାଧୀନ ସରକାର ସ୍ଥିର ରହିଥିବା କହିଛନ୍ତି ବିଜେପିର ରାଷ୍ଟ୍ରୀୟ ମହାସଚିବ ରାମ ମାଧବ । ଅଧିକ ପଢନ୍ତୁ...

ରାମ ମାଧବ
ରାମ ମାଧବ
author img

By

Published : Jun 25, 2020, 3:06 PM IST

ଇମ୍ଫାଲ: ମଣିପୁରରେ ଭାରତୀୟ ଜନତା ପାର୍ଟି(ବିଜେପି)ର ସରକାର ସଙ୍କଟରେ ଅଛି । ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୪ ମନ୍ତ୍ରୀଙ୍କ ଇସ୍ତଫା ଏବଂ ମେଣ୍ଟରେ ସାମିଲ ୬ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ପରେ ମଣିପୁରରେ ବୀରେନ୍ଦ୍ର ସିଂହ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଛି । ଯେକୌଣସି ମୁହୂର୍ତ୍ତରେ ବିଜେପି ସରକାର ଏଠାରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଇତିମଧ୍ୟରେ ମଣିପୁରରେ ବିରେନ ସିଂଙ୍କ ନେତୃତ୍ୱାଧୀନ ସରକାର ସ୍ଥିର ରହିଥିବା କହିଛନ୍ତି ବିଜେପିର ରାଷ୍ଟ୍ରୀୟ ମହାସଚିବ ରାମ ମାଧବ ।

ଉତ୍ତର-ପୂର୍ବ ରାଜ୍ୟ ପାଇଁ ବିଜେପି ଦାୟିତ୍ୱରେ ଥିବା ରାମ ମାଧବ କହିଛନ୍ତି, ମଣିପୁରରେ ବିଜେପି ସରକାର ସ୍ଥିର ରହିଛି । ଆମ ନିକଟରେ ବିଧାୟକଙ୍କ ପର୍ଯ୍ୟାପ୍ତ ସମର୍ଥନ ରହିଛି । ସରକାର ଯେକୌଣସି ସମୟରେ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ପ୍ରସ୍ତୁତ ଥିବା ସେ କହିଛନ୍ତି । ରାଜ୍ୟରେ ବିଜେପି ନେତୃତ୍ୱାଧୀନ ସରକାର 2022 ପର୍ଯ୍ୟନ୍ତ ଏହାର ପାଞ୍ଚ ବର୍ଷ କାର୍ଯ୍ୟ ସମାପ୍ତ କରିବ ବୋଲି ଆଶା ପୋଷଣ କରିଛନ୍ତି ରାମ ମାଧବ । ସେ କହିଛନ୍ତି, ମଣିପୁର ସରକାରରେ କୌଣସି ଅସ୍ଥିରତା ନାହିଁ । କେବଳ ସୋସିଆଲ ମିଡିଆରେ ଏଭଳି ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ତାଙ୍କର ପୂର୍ଣ୍ଣ ଅବଧି କାର୍ଯ୍ୟ ସମାପ୍ତ କରିବେ ବୋଲି ସେ କହିଛନ୍ତି ।

ଏନପିପି ବିଧାୟକଙ୍କୁ ନେଇ ରାମ ମାଧବ କହିଛନ୍ତି, ସେମାନେ ନିଜର ଇସ୍ତଫା ପତ୍ର ଦାଖଲ କରିଛନ୍ତି ଏବଂ ଆମର ରାଜ୍ୟସଭା ପ୍ରାର୍ଥୀଙ୍କ ବିରୋଧରେ ଭୋଟ୍ ଦେଇଛନ୍ତି। ସେମାନେ କେନ୍ଦ୍ରୀୟ ନେତୃତ୍ୱ ନିକଟରେ ପହଞ୍ଚି ସରକାରଙ୍କୁ ପୁଣିଥରେ ସମର୍ଥନ କରିବାକୁ ଚାହୁଁଥିବା ଆମେ ଗତକାଲି ରାତିରେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିବାକୁ ପାଇଲୁ। ସେମାନଙ୍କ ପକ୍ଷରୁ ଏବେସୁଦ୍ଧା କିଏ ଯୋଗାଯୋଗ କରିନାହାନ୍ତି । ସେମାନେ ଫେରିଆସି ନିଜ ଇସ୍ତଫା ପ୍ରତ୍ୟାହାର କରନ୍ତୁ ଏବଂ ଆମ ନେତୃତ୍ବ ସହ କଥା ହୁଅନ୍ତୁ ବୋଲି ରାମ ମାଧବ କହିଛନ୍ତି ।

ରାମ ମାଧବ ଆହୁରି କହିଛନ୍ତି ଯେ, ଏହି ସଙ୍କଟ ସୋସିଆଲ ମିଡିଆ ଏବଂ ଗଣମାଧ୍ୟମରେ ଅଧିକ ରହିଛି । କିନ୍ତୁ ସରକାର ଏହାକୁ ସ୍ଥିର ବୋଲି ବିବେଚନା କରିଛନ୍ତି । ବିଜେପି ସରକାର ସାଢେ ତିନି ବର୍ଷରୁ ସ୍ଥିର ରହିଛି । ସରକାରଙ୍କ ପ୍ରତି ଆସୁଥିବା ସମସ୍ତ ଚ୍ୟାଲେଞ୍ଜକୁ ଆମେ ଗ୍ରହଣ କରୁଛୁ ଏବଂ ଏହାକୁ ପ୍ରମାଣ କରୁଛୁ ବୋଲି ରାମ ମାଧବ କହିଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ମଧ୍ୟ ଏନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଲୋକମାନେ ବିଜେପି ସରକାରଙ୍କୁ ସମର୍ଥନ କରୁଛନ୍ତି । ସେମାନେ ଆମ ଉପରେ ବିଶ୍ବାସ କରୁଛନ୍ତି । ତେଣୁ ଆମେ ପ୍ରତ୍ୟେକ ସଙ୍କଟରୁ ମୁକ୍ତ ହେବୁ । ରାଜନୀତିରେ ଆରୋପ ପ୍ରତ୍ୟାରୋପ ଲାଗିବା ସାଧାରଣ କଥା । ଲୋକେ ସତକଥା ଜାଣନ୍ତି ବୋଲି ସେ କହିଛନ୍ତି ।

ତେବେ ମଣିପୁରରେ ରାଜନୈତିକ ସଙ୍କଟ ଦୂର କରିବା ପାଇଁ ମେଘାଳୟର ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ଏବଂ ମଣିପୁରର ଉପମୁଖ୍ୟମନ୍ତ୍ରୀ ୟାଇ ଆନନ୍ଦ କୁମାର ସିଂଙ୍କ ନେତୃତ୍ୱରେ ଗଠିତ ଜାତୀୟ ଜନତା ଦଳ (ଏନପିପି) ପ୍ରତିନିଧୀ ଦଳ ବୁଧବାର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିବା ଆସାମ ମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କହିଛନ୍ତି। ମଣିପୁରର ବିକାଶ ପାଇଁ ଉଭୟ ବିଜେପି ଏବଂ ଏନପିପି ମିଳିତ ଭାବେ କାର୍ଯ୍ୟ ଜାରି ରଖିବେ ବୋଲି ସରମା କହିଛନ୍ତି। ଏହି ପ୍ରତିନିଧୀ ଦଳ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡାଙ୍କୁ ମଧ୍ୟ ଭେଟିଛନ୍ତି। ଏଥିସହ ମଣିପୁରରେ ଏନପିପି ବିଜେପିକୁ ସମର୍ଥନ କରିବ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.