ETV Bharat / bharat

ବିଜେପି ‘ମିଳିତ ଧର୍ମ’କୁ ଅନୁସରଣ କରୁଛି: ଚିରାଗ ପାଶୱାନ - bihar elction

ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ସଭାପତି ଚିରାଗ ପାଶୱାନ ରବିବାର ବିଜେପିକୁ ସମର୍ଥନ କରିବା ସହ ତାଙ୍କ ଦଳର ଆଭିମୁଖ୍ୟକୁ ଦୋହରାଇଛନ୍ତି । ଅଧିକ ପଢନ୍ତୁ:

ଚିରାଗ ପାଶୱାନ
ଚିରାଗ ପାଶୱାନ
author img

By

Published : Oct 18, 2020, 5:46 PM IST

ପାଟନା: ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ସଭାପତି ଚିରାଗ ପାଶୱାନ ରବିବାର ବିଜେପିକୁ ସମର୍ଥନ କରିବା ସହ ତାଙ୍କ ଦଳର ଆଭିମୁଖ୍ୟକୁ ଦୋହରାଇଛନ୍ତି । ସେ ବିଜେପିକୁ ସମର୍ଥନ କରୁଥିବା ବେଳେ ଜେଡିୟୁକୁ ସମାଲୋଚନା କରିଛନ୍ତି । ସେ ନରେନ୍ଦ୍ର ମୋଦିଙ୍କ ବିଚାରରେ ପ୍ରଭାବିତ ହୋଇଥିବା କହିଛନ୍ତି ।

‘ବିହାର ପ୍ରଥମେ, ବିହାରୀ ପ୍ରଥମ’ ବିଚାରଧାର ଜେଡିୟୁ ପାଇଁ ଏକ ଅଡୁଆରେ ପରିଣତ ହୋଇଛି। ପ୍ରଥମେ ବିହାର ବିଚାରଧାରା ସହିତ ପ୍ରଧାନମନ୍ତ୍ରୀଙ୍କ ବିକାଶ ମନ୍ତ୍ର ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଚିରାଗ ପାଶୱାନ ରବିବାର ଟ୍ବିଟ କରିଛନ୍ତି । ଅନ୍ୟପକ୍ଷେ ପାଶୱାନ୍ ବିଜେପିର ଆକ୍ରମଣକୁ ନେଇ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହଯୋଗୀ ଭାବରେ ବିଜେପି କେବଳ ‘ମିଳିତ ଧର୍ମ’ ଅନୁସରଣ କରୁଛି।

ପ୍ରଧାନମନ୍ତ୍ରୀଙ୍କ ସହ ମୋର କଣ ସମ୍ପର୍କ ସେ ନେଇ ପ୍ରଦର୍ଶନ କରିବାର ଆବଶ୍ୟକତା ନାହିଁ। ‘ମୋ ବାପା ହସ୍ପିଟାଲରେ ଥିବା ସମୟ ଠାରୁ ଆରମ୍ଭ କରି ତାଙ୍କର ଶେଷ ରୀତିନୀତି ପର୍ଯ୍ୟନ୍ତ, ସେ ମୋଦିଙ୍କ ସହାୟତାକୁ କେବେ ବି ଭୁଲି ପାରିବେନି’ ବୋଲି ଟ୍ବିଟ କରି କହିଛନ୍ତି । 243 ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ପାଇଁ ଅକ୍ଟୋବର 28, ନଭେମ୍ବର 3 ଏବଂ 7 ରେ ମତଦାନକୁ ହେବାକୁ ଯାଉଛି। ନଭେମ୍ବର 10 ରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.