ନୂଆଦିଲ୍ଲୀ: ପାକିସ୍ତାନରେ ବିବାଦୀୟ ବୟାନ ଦେଇ ପୁଣି ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର। ଲାହୋର ଥିଙ୍କ ଫେଷ୍ଟରେ ଭାରତୀୟଙ୍କ ମଧ୍ୟରେ ଭେଦଭାବ ରହିଥିବା ମନ୍ତବ୍ୟ ଦେଇଥିଲେ ଶଶୀ ଥରୁର। କୋରୋନା ମହାମାରୀ ସମୟରେ ଏହି ଭେଦଭାବ ବଢ଼ିଥିବା ନେଇ ସେ ବୟାନ ଦେଇଛନ୍ତି।
ପାକିସ୍ତାନର ଲାହୋରରେ ଥିଙ୍କ ଫେଷ୍ଟ ନାମକ ଏକ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ହୋଇଥିଲେ ଥରୁର। ତେବେ ଏହି କାର୍ଯ୍ୟକ୍ରମରେ ସେ ଅନଲାଇନରେ ଯୋଡ଼ି ହୋଇଥିଲେ। ଏହି ସମୟରେ ସେ ତବଲିଗି ଜମାତର ବୈଠକ ସମ୍ପର୍କ ଆଲୋଚନା କରିଥିଲେ। କୋରୋନା କାଳରେ ତବଲିଗି ଜମାତ ବୈଠକକୁ ଭାରତୀୟ ମୁସଲମାନଙ୍କ ବିରୋଧ ଭେଦଭାବକୁ ବଢାଇଥିବା କଥା କହିଥିଲେ।
![ପାକିସ୍ତାନରେ ଶଶି ଥରୁରଙ୍କ ବିବାଦୀୟ ବୟାନ, ସମ୍ବିତ ପାତ୍ରଙ୍କ ତୀବ୍ର ବିରୋଧ](https://etvbharatimages.akamaized.net/etvbharat/prod-images/9223996_sashi-tharoor.jpg)
ଲାହୋର ଥିଙ୍କ ଫେଷ୍ଟରେ ସେ କହିଥିଲେ ଯେ, "ଭାରତରେ ନିଜ ନଜ ଭିତରେ ଭୟର ମାହୋଲ ରହିଛି। ଏଭଳି ମାହୋଲ ତିଆରି କରାଯାଇଛି। ମୁଁ ଜାଣିନି, ଆପଣଙ୍କ ମଧ୍ୟରେ କେତେ ଜଣ ହ୍ବାଟସ ଆପ ବ୍ୟବହାର କରନ୍ତି। ତେବେ କିଛିଦିନ ତଳେ ମୋ ମୋବାଇଲକୁ ଆସିଥିବା ଏକ ଭିଡିଓରେ ମୁଁ ଦେଖିବାକୁ ପାଇଲି ଯେ, କିଛି ଚୀନ ବାସିନ୍ଦାଙ୍କ ଭଳି ଦେଖାଯାଉଥିବା ଲୋକ ଭେଦଭାବର ଶିକାର ହୋଇଥିଲେ। ଏହି ଭିଡିଓରେ ତାଙ୍କୁ ଏକ ରେଷ୍ଟୁରାଣ୍ଟରେ ସେମାନେ ଚୀନ ନାଗରିକଙ୍କ ଭଳି ଦେଖାଯାଉଥିବାରୁ ତାଙ୍କୁ ଦୁର୍ବ୍ୟବହାର କରାଯାଉଛି।"
ଉତ୍ତର ପୂର୍ବ ଭାରତରେ ଲୋକେ ଚୀନ ନାଗରିକଙ୍କ ଭଳି ଦେଖାଯାଆନ୍ତି। ଏଥିପାଇଁ ବିଭିନ୍ନ ସମୟରେ ତାଙ୍କ ସହ ଭେଦଭାବ କରାଯାଇ ଆସୁଛି। ଏଭଳି ପରସ୍ଥିତି ପାଇଁ ଭାରତ କେବେଠାରୁ ସଂଗ୍ରାମ କରି ଆସୁଛି ବୋଲି ମନ୍ତବ୍ୟ ଦେଇଛନ୍ତି ଶଶୀ ଥରୁର। ସେ ଆହୁରି ମଧ୍ୟ କହିଥିଲେ ଯେ, କୋରୋନା ମହାମାରୀ ସମୟରୁ ଏହି ଭେଦଭାବ ବଢ଼ିବାରେ ଲାଗିଛି। ପ୍ରଥମ ଲକଡାଉନ ପୂର୍ବରୁ ତବଲିଗି ଜମାତକୁ ନେଇ ଲୋକଙ୍କ ମଧ୍ୟରେ ଘୃଣା ଭରି ଦିଆଯାଇଥିଲା।
ଥରୁରଙ୍କ ଏଭଳି ମନ୍ତବ୍ୟ ପରେ ସରଗରମ ହୋଇଛି ରାଜନୀତି। ବିଜେପି ପ୍ରବକ୍ତା ସମ୍ବିତ ପାତ୍ର ଥରୁରଙ୍କ ଉପରେ ପାଲଟା ଅଭିଯୋଗ କରିଛନ୍ତି। ଜଣେ ଭାରତୀୟ ସାଂସଦଙ୍କ ପାକିସ୍ତାନରେ ଏଭଳି ମନ୍ତବ୍ୟ ଭାରତର ଛବିକୁ ଖରାପ କରୁଛି ବୋଲି ସେ କହିଛନ୍ତି।
![ପାକିସ୍ତାନରେ ଶଶି ଥରୁରଙ୍କ ବିବାଦୀୟ ବୟାନ, ସମ୍ବିତ ପାତ୍ରଙ୍କ ତୀବ୍ର ବିରୋଧ](https://etvbharatimages.akamaized.net/etvbharat/prod-images/9223996_sambit.jpg)
ଶଶି ଥରୁରଙ୍କ ମନ୍ତବ୍ୟକୁ ନେଇ ସମ୍ବିତ ପାତ୍ର କହିଛନ୍ତି ଯେ, "କଂଗ୍ରେସ ନେତା ବୋଧ ହୁଏ ପାକିସ୍ତାନର ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଶଶୀ ଥରୁର ପାକିସ୍ତାନରେ ଯେଉଁଭଳି ମନ୍ତବ୍ୟ ଦେଇଛନ୍ତି ତାହା ଦେଶ ପାଇଁ ହାନିକାରକ। ପାକିସ୍ତାନ ଭଳି ଦେଶ ଯିଏ ସବୁବେଳେ ଭାରତ ସହ ଶତ୍ରୁତା କରି ଆସିଛି। ଏଭଳି ସ୍ଥିତି ଏହି ମନ୍ତବ୍ୟ କେତେ ଯଥାର୍ଥ ବୋଲି ସେ ପ୍ରଶ୍ନ କରିଛନ୍ତି। ଉତ୍ତର ପୂର୍ବ ଭାରତୀୟ ଲୋକଙ୍କ ବିଷୟରେ ପାକିସ୍ତାନରେ ଆଲୋଚନା କରିବା କଣ ଆବଶ୍ୟକ ଥିଲା।"
ଏହାସହ ସମ୍ବିତ ପାତ୍ର ରାହୁଲ, ସୋନିଆ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ରାହୁଲ କିମ୍ବା ସୋନିଆ ଗାନ୍ଧୀ ପାକିସ୍ତାନରେ ଥିବା ଅଳ୍ପ ସଂଖ୍ୟକ କେମିତି ଅଛନ୍ତି ସେନେଇ କେବେ ପଚାରି ବୁଝିଛନ୍ତି କି? ଖାଲି ସେତିକିରେ ଥମି ନଥିଲେ ସମ୍ବିତ ପାତ୍ର। ଏହାସହ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ରାହୁଲ ଲାହୌରୀ କହି ସମ୍ବୋଧନ କରିଥିଲେ।
ଏହି ସମସ୍ତ ଘଟଣାବଳୀକୁ ବିହାର ନିର୍ବଚନ ସହ ଯୋଡ଼ି ଦେଇଛନ୍ତି ସମ୍ବିତ। ସେ ବିହାରରେ ଅଲଗଡ଼ ମୁସିଲମ ବିଶ୍ବବିଦ୍ୟାଳୟ ପୂର୍ବତନ ଛାତ୍ର ଅଧ୍ୟକ୍ଷଙ୍କୁ କଂଗ୍ରେସକୁ ଟିକଟ ଦେବାକୁ ବିରୋଧ କରିଛନ୍ତି। କଂଗ୍ରେସ ଜିହ୍ନାଙ୍କୁ ସମର୍ଥନ କରୁଥିବା ଅଭିଯୋଗ ଆଣିଛନ୍ତି ସମ୍ବିତ।
ତେବେ ସମ୍ବିତଙ୍କ ମନ୍ତବ୍ୟକୁ କଂଗ୍ରେସ କୌଣସି ପ୍ରତିକ୍ରିୟା ଦେଇନାହିଁ। ଦେଖିବାକୁ ବାକି ରହିଲାକୁ ସମ୍ବିତଙ୍କୁ ନେଇ କଂଗ୍ରେସର କ'ଣ ପ୍ରତିକ୍ରିୟା ରହୁଛି।