ବିଶାଖାପଟନମ: ଆନ୍ଧ୍ରପ୍ରଦେଶକୁ ନୂତନ ରେଲୱେ ଜୋନ ନିର୍ମାଣ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ପୀୟୂଷ ଗୋଏଲ । ଘୋଷଣା ପରେ ଉତ୍ସବ ମନାଉଛି ବିଜେପି । ବିଶାଖାପଟନମରେ ବିଜେପି କର୍ମୀମାନେ ବାଣ ଫୁଟାଇ ପାଳିଛନ୍ତି ଖୁସି ।
ଆନ୍ଧ୍ରପ୍ରଦେଶ ପୁର୍ନଗଠନ ଅଧିନିୟମ ଅନୁସାରେ ଯାଞ୍ଚପରେ ବିଶାଖାପଟନମକୁ ମୁଖ୍ୟାଳୟ ଭାବେ ଚୟନ କରାଯାଇଥିଲା । ଭାରତୀୟ ରେଳ ପକ୍ଷରୁ 17ଟି ଜୋନରେ ବିଭାଜିତ କରାଯାଇଛି ।
ପରବର୍ତ୍ତୀ ସମୟରେ ଏହାକୁ ସବ ଡିଭିଜନ କରାଯିବ । ଡିଭିଜନ ହିସାବରେ ପ୍ରତ୍ୟେକ ସ୍ଥାନରେ ମୁଖ୍ୟାଳୟ ରହିବ । ବର୍ତ୍ତମାନ ମୋଟ 73 ଡିଭିଜନ ରହିଛି ।