ETV Bharat / bharat

ରେଡ୍ ପରେ ମୁହଁ ଖୋଲିଲେ କାନିମୋଝୀ, କହିଲେ ବିଜେପି ଅଟକାଇ ପାରିବନି ବିଜୟ

author img

By

Published : Apr 17, 2019, 6:58 AM IST

ଆୟକର ବିଭାଗର ରେଡ ପରେ ମୁହଁ ଖୋଲିଛନ୍ତି ଡିଏମକେ ନେତା କନିମୋଝୀ । ସିଧା ଟାର୍ଗେଟରେ ମୋଦି ସରକାର । ଏହା ଅଗଣତାନ୍ତ୍ରିକ, ଉଦ୍ଦେଶ୍ୟମୂଳକ  ଓ ବିଜେପିର ପୂର୍ବ ପ୍ରୟୋଜିତ କାର୍ଯ୍ୟ ବୋଲି କହିଛନ୍ତି କାନିମୋଝୀ । ଏହାସହ  ବିଜେପି ତାଙ୍କ ରାସ୍ତାରେ ଯେତେ ପ୍ରକାର ବାଧାସୃଷ୍ଟି କରିଲେ ବି ବିଜୟ ସୁନିଶ୍ଚିତ କହିଛନ୍ତି କାନିମୋଝୀ

ଫଟୋ ସୌଜନ୍ୟ: ଏନଏଆଇ

ଚେନ୍ନାଇ: ଆୟକର ବିଭାଗର ରେଡ ପରେ ମୁହଁ ଖୋଲିଛନ୍ତି ଡିଏମକେ ନେତା କନିମୋଝୀ । ସିଧା ଟାର୍ଗେଟରେ ମୋଦି ସରକାର । ଏହା ଅଗଣତାନ୍ତ୍ରିକ, ଉଦ୍ଦେଶ୍ୟମୂଳକ ଓ ବିଜେପିର ପୂର୍ବ ପ୍ରୟୋଜିତ କାର୍ଯ୍ୟ ବୋଲି କହିଛନ୍ତି କାନିମୋଝୀ । ଏହାସହ ବିଜେପି ତାଙ୍କ ରାସ୍ତାରେ ଯେତେ ପ୍ରକାର ବାଧାସୃଷ୍ଟି କରିଲେ ବି ବିଜୟ ସୁନିଶ୍ଚିତ କହିଛନ୍ତି କାନିମୋଝୀ ।

ଏହାସହ ସେ ଆହୁରି କହିଛନ୍ତି ଯେ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ବିଜେପି ଆୟକର ଅଧିକାରୀଙ୍କ ଦୁରୂପଯୋଗ କରୁଛି । ଏହାସହ ଏଭଳି ଉଦ୍ଦେଶ୍ୟପ୍ରଣୋଦିତ କାମ କରି ଡିଏମକେ ଉପରେ ବିଜେପି ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଛି । ମାତ୍ର ଏଥିରେ କୌଣସି ପ୍ରଭାବ ପଡିବ ନାହିଁ । ଥୋଥୁକୁଡିରେ ଡିଏମକେ କର୍ମୀଙ୍କ ମନୋବଳ ଭାଙ୍ଗିବ ନାହିଁ ବୋଲି ସେ କହିଛନ୍ତି । କାନିମୋଝୀଙ୍କ କୁରୁଙ୍ଗି ନଗର ବାସଭବନରେ ୧୮ରେ ଆୟକର ବିଭାଗର ଚଢାଉ ପରେ କୌଣସି ଦସ୍ତାବିଜ୍‌ କିମ୍ବା ଅର୍ଥରାଶି ଆୟକର ବିଭାଗକୁ ମିଳି ନଥିଲା । ଏହାପରେ ଆୟକର ବିଭାଗର କାର୍ଯ୍ୟଧାରା ଉପରେ ଆଙ୍ଗୁଠି ଉଠାଇଛନ୍ତି କାନିମୋଝୀ ଓ ଡିଏମକେ ପ୍ରମୁଖ ଏମକେ ଷ୍ଟାଲିନ । ମୋଦି ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଆୟକର ଅଧିକାରୀଙ୍କ ଦୁରୁପଯୋଗ କରାଯାଉଥିବା କଥା ସେ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆୟକର ବିଭାଗ ଅଧିକାରୀ ମଙ୍ଗଳବାର ସନ୍ଧ୍ୟାରେ ଡିଏମକେ ନେତା କାନିମୋଝୀଙ୍କ ଘରେ ଚଢାଉ କରିଥିଲେ । ଅଧିକାରୀଙ୍କୁ କାନିମୋଝୀଙ୍କ ଘରେ ବିପୁଳ ପରିମାଣରେ ନଗଦ ଅର୍ଥ ଜମା ଥିବାର ସୂଚନା ମିଳିଥିଲା । ଏହି ଚଢାଉରେ ଇଡିର ପ୍ରାୟ ୧୦ ଅଧିକାରୀ ସାମିଲ ଥିଲେ । ଏହି ଚଢାଉ ପରେ କାନିମୋଝୀଙ୍କ ବାସଭବନ ଆଗରେ ଡିଏମକେ କର୍ମୀ ଜମା ହୋଇ ବିରୋଧ ପ୍ରଦର୍ଶନ କରିଥିଲେ ।

ସୂଚନା ଯୋଗ୍ୟ ଯେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପାଇଁ ତାମିଲନାଜୁର ସମସ୍ତ ୩୯ ଲୋକସଭା ସିଟ୍ ଏବଂ ୧୮ ବିଧାନସଭା ସିଟରେ ଗୁରୁବାର ନିର୍ବାଚନ ହେବାକୁ ଯାଉଛି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.