ETV Bharat / bharat

ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀରଙ୍କ ବିରୋଧରେ ଏଫ୍ଆଇଆର୍

ପୂର୍ବ ଦିଲ୍ଲୀରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇଥିବା ଗୌତମ ଗମ୍ଭୀରଙ୍କ ବିରୋଧରେ ଲାଗିଛି ମାମଲା । ନିର୍ବାଚନ କମିଶନଙ୍କ ବିନା ଅନୁମତିରେ 25 ଏପ୍ରିଲରେ ଗମ୍ଭୀର କରୁଥିଲେ ଜନସଭା ।

author img

By

Published : Apr 27, 2019, 6:42 PM IST

ଫଟୋ ସୌଜନ୍ଯ : ସୋସିଆଲ୍ ମିଡିଆ

ନୂଆଦିଲ୍ଲୀ : ପୂର୍ବ ଦିଲ୍ଲୀରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇଥିବା ଗୌତମ ଗମ୍ଭୀରଙ୍କ ବିରୋଧରେ ମାମଲା ରୁଜୁ। ନିର୍ବାଚନ କମିଶନଙ୍କ ବିନା ଅନୁମତିରେ 25 ଏପ୍ରିଲରେ ଗମ୍ଭୀର କରୁଥିଲେ ଜନସଭା । ଏହି ସଂସଦୀୟ କ୍ଷେତ୍ର ଅନ୍ତ୍ରର୍ଗତ ଜଙ୍ଗପୁରା ଅଞ୍ଚଳରେ ସକାଳ 11ଟା ସମୟରେ ସେ ପ୍ରଚାର କରୁଥିବା ଅଭଯୋଗ ଦାଖଲ ହୋଇଛି ।

ନିର୍ବାଚନର ଆଚାରସଂହିତା ଉଲ୍ଲଂଘନ କରିଛନ୍ତି ଗୌତମ । ପୂର୍ବଦିଲ୍ଲୀର ନିର୍ବାଚନ ଅଧିକାରୀ କେ. ମହେଶ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଏବଂ ଦିଲ୍ଲୀ ପୋଲିସ୍ ଲାଜପତ ନଗର ଥାନାରେ ମାମଲା ରୁଜୁ କରିଛି ।

ଗମ୍ଭୀର ନିର୍ବାଚନର ନିୟମକୁ ମାନିନଥିବା ଯଥେଷ୍ଟ ପ୍ରମାଣ ରହିଛି ବୋଲି କହିଛି ଦିଲ୍ଲୀ ପୋଲିସ୍ । ଯୁଗ୍ମ ପୋଲିସ କମିଶନର ଦେବେଶ ଶ୍ରୀବାସ୍ତବ କହିଛନ୍ତି ଡେପୁଟି ଆକ୍ଟ୍ ଅନୁଯାୟୀ ମାମଲା ଲାଗୁ କରାଯାଇଛି । ଏହି ଆଇନ୍ ଅନୁସାରେ ସଜ୍ଜା ସହ ଜୋରିମନା ମଧ୍ୟ ଦେବାକୁ ପଡିବ ବୋଲି ସେ କହିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.