ETV Bharat / bharat

ଚାଇନା ସାମଗ୍ରୀ ବଏକଟ କରିବା ପାଇଁ ବିଜେପିର ପ୍ରଚାର ଅଭିଯାନ - bjp begins awareness journey

ଚାଇନା ସାମଗ୍ରୀକୁ ବଏକଟ କରିବା ପାଇଁ ରାଜ୍ୟରେ ଏକ ନୂତନ ଅଭିଯାନ ଆରମ୍ଭ ହୋଇଛି । ଲକ୍ଷ୍ନୌରୁ ଭାରତୀୟ ଜନତା ପାର୍ଟିର ଏମ୍ଏଲସି ଯଶବନ୍ତ ସିଂ ଏହି ଅଭିଯାନ ଆରମ୍ଭ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଚାଇନା ସାମଗ୍ରୀଙ୍କୁ ବୟକଟ କରିବା ପାଇଁ ବିଜେପିର ପ୍ରଚାର ଅଭିଯାନ

author img

By

Published : Jun 23, 2020, 7:37 PM IST

ଲକ୍ଷ୍ନୌ: ଚାଇନା ସାମଗ୍ରୀକୁ ବଏକଟ କରିବା ପାଇଁ ରାଜ୍ୟରେ ଏକ ନୂତନ ଅଭିଯାନ ଆରମ୍ଭ ହୋଇଛି । ଲକ୍ଷ୍ନୌରୁ ଭାରତୀୟ ଜନତା ପାର୍ଟିର ଏମଏଲସି ଯଶବନ୍ତ ସିଂ ଏହି ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ଅଧୀନରେ ଲକ୍ଷ୍ନୌରୁ ପୁର୍ବାଞ୍ଚଳ ଅଭିମୁଖେ ଯାତ୍ରା ଆରମ୍ଭ ହୋଇଛି । ଯାହା ଅଧୀନରେ ବିଭିନ୍ନ ସହରରେ ଚାଇନା ସାମଗ୍ରୀ ବଏକଟ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି । ଏହି ଯାତ୍ରା ଲକ୍ଷ୍ନୌ ଫୈଜାବାଦ, ଆଜମଗଡ, ମଉ ଦେଇ ବାଲିଆରେ ପହଞ୍ଚିବ । ଏହି ସମୟ ମଧ୍ୟରେ ସମସ୍ତ ସହରର ଲୋକଙ୍କୁ ଚାଇନାର ସାମଗ୍ରୀକୁ ବହିଷ୍କାର କରିବାକୁ ଉତ୍ସାହିତ କରାଯିବ ।

ଚାଇନା ସାମଗ୍ରୀକୁ ବଏକଟ କରିବାର ମୁଖ୍ୟ କାର୍ଯ୍ୟକ୍ରମ ଜୁନ୍ 25 ରେ ବାଲିଆରେ ଅନୁଷ୍ଠିତ ହେବ । ଗଣତନ୍ତ୍ର ସଂଗ୍ରାମୀ କାର୍ଯ୍ୟକର୍ତ୍ତାମାନେ ଜୁନ୍ 25 ରେ ବାଲିଆରେ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପ୍ରତିମୂର୍ତ୍ତିକୁ ମାଲ୍ୟାର୍ପଣ କରିବେ । ଏଥିସହ ଜୟ ପ୍ରକାଶ ନାଗରରେ ମଧ୍ୟ ଜୟପ୍ରକାଶ ନାରାୟଣଙ୍କ ପ୍ରତିମା ଉପରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ । ସୂଚନା ଥାଉକି ଜୁନ୍ 25 ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲଗାଯିବାର ବାର୍ଷିକୀ ପାଳନ କରାଯିବ । ଏହି ଅବସରରେ ଫ୍ରିଡମ୍ ଫାଇଟର୍ ୱେଲଫେୟାର କମିଟିର ସଦସ୍ୟ ବାଲିଆରେ ପୁଷ୍ପମାଲ୍ୟ ଅର୍ପଣ କରିବେ ।

ସୂଚନାଥାଉକି ଗତ 4 ବର୍ଷ ଧରି ଡେମୋକ୍ରାସି ଫାଇଟର୍ ୱେଲଫେୟାର କମିଟି ପ୍ରତିବର୍ଷ ଚାଇନାର ସାମଗ୍ରୀକୁ ବହିଷ୍କାର କରିବା ପାଇଁ କ୍ରମାଗତ ଭାବେ ପ୍ରଚାର କରିଆସୁଛି । ଏହା ଅଧୀନରେ ଲକ୍ଷ୍ନୌ ବ୍ୟତୀତ ରାଜ୍ୟର ଅନ୍ୟାନ୍ୟ ସହରରେ ପ୍ରତିବର୍ଷ ଅଭିଯାନ ଚାଲିଛି । ବର୍ତ୍ତମାନ ଦେଶବ୍ୟାପୀ ଚାଇନାର ସାମଗ୍ରୀକୁ ବଏକଟ କରିବାର ବାତାବରଣ ପ୍ରସ୍ତୁତ ହୋଇସାରିଛି । ଏଭଳି ପରିସ୍ଥିତିରେ କମିଟି ରାଜ୍ୟର ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଏହି ବାର୍ତ୍ତା ଶୀଘ୍ର ପହଞ୍ଚାଇବାକୁ ଚେଷ୍ଟା କରୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.