ETV Bharat / bharat

ଅରୁଣାଚଳ ପ୍ରଦେଶ ଓ ସିକିମର ବିଜେପି ପ୍ରାର୍ଥୀ ତାଲିକା ଘୋଷିତ

ଦୁଇଟି ରାଜ୍ୟର ମୋଟ 18 ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି । ଏହି ୧୮ ଜଣଙ୍କ ଭିତରୁ ୧୨ ଜଣ ସିକିମର ହୋଇଥିବାବେଳେ ବାକି ୬ ଜଣ ଅରୁଣାଚଳ ପ୍ରଦେଶର ରହିଛନ୍ତି ।

author img

By

Published : Mar 21, 2019, 10:51 PM IST

Updated : Mar 23, 2019, 4:10 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@ଏଏନଆଇ

ଗ୍ୟାଙ୍ଗଟକ: ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ଆଗାମୀ ଲୋକସଭା ନିର୍ବାଚନ ପାଇଁ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ଅବସରରେ ଦଳ ଅରୁଣାଚଳ ପ୍ରଦେଶ ଓ ସିକିମର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଦୁଇଟି ରାଜ୍ୟର ମୋଟ 18 ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି ।

ଏହି ୧୮ ଜଣଙ୍କ ଭିତରୁ ୧୨ ଜଣ ସିକିମର ହୋଇଥିବାବେଳେ ବାକି ୬ ଜଣ ଅରୁଣାଚଳ ପ୍ରଦେଶର ରହିଛନ୍ତି । ଅରୁଣାଚଳ ପ୍ରଦେଶରୁ ବିଜେପି ପ୍ରାର୍ଥୀ ହେଲେ କଲାକଟାଙ୍ଗର ତେନଜିନ୍‌ ନୋରବୁ ତୋଙ୍ଗଡକ୍‌, ଇଟାନଗରରୁ କ୍ରିପା ବାବୁ, ଦୋଇମୁଖରୁ ତାନା ହଲି ତାରା, ନ୍ୟାପିନରୁ ବମାଙ୍ଗ ଫେଲିକ୍ସ, ତାଲିରୁ ଥାଜି ଗିଚାକ କିଓଗି ଏବଂ ମରିୟାଙ୍ଗ୍‌ ଗେକୁରୁ ଆନଙ୍ଗ ପ୍ରେମେ ଅଛନ୍ତି ।

ସେହିପରି ସିକିମରୁ ବିଜେପି ପ୍ରାର୍ଥୀ ହେଉଛନ୍ତି ଗ୍ୟାଲସିଂହ ନିର୍ବାଚନମଣ୍ଡଳୀରୁ ଭାନୁ ଭକ୍ତ ଶର୍ମା, ରିଞ୍ଚେନପୋଙ୍ଗରୁ ସାଞ୍ଚୋଲେପଚା, ଦାରାମଡିଙ୍ଗରୁ ଆରଟି ଳେପଚା, ମେଲିରୁ ଭୋଲା ଚୌହ୍ଵାନ ରହିଛନ୍ତି । ସେହିପରି ଖଙ୍ଗଡଙ୍ଗ-ସିଙ୍ଗଟମରୁ ଏସବି କାରକି, ୱେଷ୍ଟ ପେଣ୍ଡାମରୁ ବୀରେନ୍ଦ୍ର ପୌଦୟାଲି, ରେହନକରୁ ଭରତ ଦୁଲାଲ, ଚୁଜାଚେନରୁ ମୋହନ ଗୌରାଙ୍ଗ, ନାମଚେବଙ୍ଗରୁ ମିସେସ ଦେବୀ ଭସନେଟ, ମରତାମ-ରୁମତେକରୁ ଜିଗଦଲ ଭୁଟିଆ, ଆରିତହାଙ୍ଗରୁ ଡିବି ଚୌହ୍ଵାନ ଏବଂ ଗ୍ୟାଙ୍ଗଟକରୁ ୱାଇଟି ଲେପଚା ରହିଛନ୍ତି ।

Intro:Body:

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକକୁ ନେଇ ନାହିଁନଥିବା ଚର୍ଚ୍ଚା ଚାଲିଥିବାବେଳେ ଆଜି ରିଲିଜ ହୋଇଛି ଫିଲ୍ମର ଟ୍ରେଲର। ଟ୍ରେଲରରେ ମୋଦିଙ୍କ ଭୂମିକାରେ କମାଲ କରିଛନ୍ତି ଅଭିନେତା ବିବେକ ଓବରୟ, ଯେଉଁଥିରେ ଦେଖିବାକୁ ମିଳିଛି ମୋଦିଙ୍କ ବ୍ୟକ୍ତିଗତ ତଥା ରାଜନୈତିକ ଜୀବନର ଝଲକ।

ଟ୍ରେଲରରେ ମୋଦିଙ୍କ ପିଲାଦିନରୁ ନେଇ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତର କଠିନ ସମୟ ଦର୍ଶାଯାଇଛି । ମୁମ୍ବାଇର ଗୋଟିଏ ଇଭେଣ୍ଟରେ ଫିଲ୍ମର ସମସ୍ତ ଷ୍ଟାରଙ୍କ ଉପସ୍ଥିତିରେ  ରିଲିଜ କରାଯାଇଛି ଏହି ଟ୍ରେଲର। ଫିଲ୍ମରେ କେବଳ ବିବେକ ନୁହେଁ ବରଂ ତାଙ୍କ ପିତା ସୁରେଶ ଓବରୟ ମଧ୍ୟ ନଜର ଆସିଛନ୍ତି । ଫିଲ୍ମରେ ଅମିତ ଶାହଙ୍କ ଭୂମିକାରେ ମନୋଜ ଯୋଶୀ ନଜର ଆସୁଥିବାବେଳେ ମୋଦିଙ୍କ ମାଆ ହିରାବେନଙ୍କ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ଜରିନା ୱହାବ।

ପ୍ରକାଶ ଥାଉକି, ଫିଲ୍ମଟି ସମସ୍ତଙ୍କ ପାଇଁ ବହୁତ ଖାସ କାରଣ ଏଥିରେ ଦେଶର ପ୍ରଧାନମନ୍ତ୍ରୀଙ୍କ ସାଧୁ, ମୁଖ୍ୟମନ୍ତ୍ରୀ ଆଉ ତାପରେ ପ୍ରଧାନମନ୍ତ୍ରୀ ହେବାର ସମ୍ପୂର୍ଣ୍ଣ କାହାଣୀ ନଜର ଆସିବ। ନିର୍ବାଚନକୁ ଆଖିରେ ରଖି ଫିଲ୍ମଟି ଏପ୍ରିଲ 5ତାରିଖରେ ରିଲିଜ ହେବାର ନିଷ୍ପତ୍ତି ନିଆଯାଇଛି। କିନ୍ତୁ ପୂର୍ବରୁ ଏହା ଏପ୍ରିଲ 12ତାରିଖରେ ରିଲଜ ହେବାର ଘୋଷଣା କରାଯାଇଥିଲା ।

Conclusion:
Last Updated : Mar 23, 2019, 4:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.