ETV Bharat / bharat

ପଶ୍ଚିମବଙ୍ଗରେ ବିଜେପି-ତୃଣମୂଳ ବିବାଦ: କେନ୍ଦ୍ର ସରକାରଙ୍କ 3.53 କୋଟି କ୍ଷତି - postcard war

ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଚାଲିଥିବା ପୋଷ୍ଟକାର୍ଡ ଯୁଦ୍ଧ ପାଇଁ କେନ୍ଦ୍ର ସରକାରଙ୍କ 3.53 କୋଟି ଟଙ୍କା କ୍ଷତି ହେବ ।

ଡିଜାଇନ ଫଟୋ
author img

By

Published : Jun 6, 2019, 10:58 AM IST

Updated : Jun 6, 2019, 11:41 AM IST

ନୂଆଦିଲ୍ଲୀ: ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଦେଖାଦେଇଛି ପୋଷ୍ଟକାର୍ଡ ବିବାଦ । ବିଜେପି ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କୁ 10ଲକ୍ଷ ‘ଜୟ ଶ୍ରୀରାମ’ ଲେଖା ପୋଷ୍ଟକାର୍ଡ ପଠାଉଥିବାବେଳେ ଟିଏମ୍‌ସି 20 ଲକ୍ଷ 'ଜୟ ହିନ୍ଦ, ଜୟ ବଙ୍ଗଳା' ଲେଖା ପୋଷ୍ଟକାର୍ଡ ବିଜେପିର ନେତୃବୃନ୍ଦଙ୍କ ପାଖକୁ ପଠାଉଛି । ତେବେ ଏହି ପୋଷ୍ଟକାର୍ଡ ଯୁଦ୍ଧରେ କେନ୍ଦ୍ରସରକାରଙ୍କ 3.53 କୋଟି ଟଙ୍କା କ୍ଷତି ହେବ ବୋଲି ଜଣାପଡିଛି ।

ଡାକବିଭାଗର 2017 ମସିହାର ଏକ ରିପୋର୍ଟ ମୁତାବକ, ଗୋଟିଏ ପୋଷ୍ଟକାର୍ଡ ପାଇଁ ସରକାରଙ୍କର 12.15 ଟଙ୍କା ଖର୍ଚ୍ଚ ହୁଏ କିନ୍ତୁ ସରକାର ଏହାକୁ ମାତ୍ର 50 ପଇସାରେ ବିକ୍ରି କରନ୍ତି । ଫଳରେ ପ୍ରତି ପୋଷ୍ଟକାର୍ଡରେ 11.75 ଟଙ୍କାର କ୍ଷତି ସହିବାକୁ ପଡେ । ତେଣୁ ଏହି ଦୁଇ ଦଳର ପୋଷ୍ଟକାର୍ଡ ଯୁଦ୍ଧରେ ସରକାରଙ୍କୁ ପାଖାପାଖି 3.53 କୋଟି ଟଙ୍କାର କ୍ଷତି ସହିବାକୁ ପଡିବ ।

ସୂଚନା ଥାଉକି, ବିଜେପି ‘ଜୟ ଶ୍ରୀରାମ’ଲେଖାଥିବା ପୋଷ୍ଟକାର୍ଡ ମମତାଙ୍କ ପାଖକୁ ପଠାଉଛି । ସେପଟେ ତୃଣମୂଳ କଂଗ୍ରେସ ମଧ୍ୟ 'ଜୟ ହିନ୍ଦ, ଜୟ ବଙ୍ଗଳା' ଲେଖାଥିବା ପୋଷ୍ଟକାର୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ପ୍ରମୁଖଙ୍କୁ ପଠାଉଛି ।

Intro:Body:

erterte

Conclusion:
Last Updated : Jun 6, 2019, 11:41 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.