ETV Bharat / bharat

ଚାଷୀ ଆତ୍ମହତ୍ୟା ପାଇଁ କେନ୍ଦ୍ରକୁ ଟାର୍ଗେଟ କଲେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ - ଚାଷି

ଦେଶରେ ଚାଷି ଆତ୍ମହତ୍ୟା ପାଇଁ କେନ୍ଦ୍ରକୁ ଦାୟୀ କଲେ ରାଜ୍ୟସଭା ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ବେସରକାରୀ ଜମି ଧାରକଙ୍କ ଠାରୁ ଋଣ ନେବା ଚାଷୀ ଆତ୍ମହତ୍ୟାର ଏକ ପ୍ରମୁଖ କାରଣ ବୋଲି ପ୍ରସନ୍ନ କହିଛନ୍ତି । ବିଜେପି ଶାସିତ ରାଜ୍ୟ ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟା ହାର ଅଧିକ ଥିବା ସେ ଦର୍ଶାଇଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Jul 19, 2019, 8:19 PM IST

ନୂଆଦିଲ୍ଲୀ: ଚାଷୀ ଆତ୍ମହତ୍ୟାକୁ ନେଇ କେନ୍ଦ୍ରକୁ ଦାୟୀ କଲେ ରାଜ୍ୟସଭା ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । କେନ୍ଦ୍ର ଚାଷୀଙ୍କୁ 13 ଲକ୍ଷ କୋଟି ଟଙ୍କା ଋଣ ଦେଇଥିବା ବେଳେ ଅନେକ ଚାଷୀ ଏଥିରୁ ବଞ୍ଚିତ ରହୁଥିବା ରାଜ୍ୟସଭାରେ କହିଛନ୍ତି । ଏନେଇ ସେ କହିଛନ୍ତି ଯେ ଚାଷର ଅଭିବୃଦ୍ଧି ହେଉ କି ଚାଷୀଙ୍କ ଆର୍ଥିକ ବାକାଶ କଥା ସବୁରେ ରାଜ୍ୟ ତଥା କେନ୍ଦ୍ର ସରକାର ଚାଷୀଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କା ଦେବା ପାଇଁ ବ୍ୟବସ୍ଥା ଥିବା ସତ୍ତ୍ୱେ ବାସ୍ତବ ସତ୍ୟ ଏହା ଯେ ଅନେକ ସଂଖ୍ୟାରେ ଚାଷୀ ଏଥିରୁ ବଞ୍ଚିତ ରହିଯାଉଛନ୍ତି ।

ବିଶେଷ କରି ଲଘୁ ଓ ମଧ୍ୟବିତ୍ତ ଚାଷୀ ବେସରକାରୀ ଜମି ଧାରକଙ୍କ ଠାରୁ ଋଣ ନେଉଛନ୍ତି, ଯାହାକି ଆତ୍ମହତ୍ୟାର ଗୋଟିଏ ମୁଖ୍ୟ କାରଣ ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ବର୍ଷକୁ 15ରୁ 16 ହଜାର ଚାଷୀ ଆତ୍ମହତ୍ୟା କରୁଥିବା ବେଳେ, ବିଜେପି ଶାସିତ ରାଜ୍ୟ ମହାରାଷ୍ଟ୍ରରେ ସବୁଠୁ ଅଧିକ ଚାଷୀ ଆତ୍ମହତ୍ୟା କରୁଥିବା ସେ କହିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ
ଯଦି ପରିସଂଖ୍ୟାନ ଉପରେ ନଜର ପକାଇବା ତେବେ 1913-14 ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚାଷରେ ବିକାଶ ହାର କମୁଛି । ଉତ୍ପାଦନ ବୃଦ୍ଧି ପାଉଥିବା ବେଳେ କଠିନ ପରିଶ୍ରମ କରୁଥିବା ଚାଷୀ କୃଷି ଉତ୍ପାଦର ଉଚିତ ମୂଲ୍ୟ ପାଇ ପାରୁନଥିବାରୁ ଆତ୍ମହତ୍ୟା କରୁଛନ୍ତି ବୋଲି ପ୍ରସନ୍ନ ଆଚାର୍ଯ୍ୟ ଗୃହକୁ ଜଣାଇଛନ୍ତି । ଚାଷୀଙ୍କୁ ସର୍ବନିମ୍ନ ସହାୟତା ରାଶି ଯୋଗାଇ ଦେବା ପରିବର୍ତ୍ତେ ସ୍ୱାମୀନାଥନ କମିସନ ଲାଗୁକରିବାକୁ ଚାହିଁ କେନ୍ଦ୍ର ସରକାର ଉଭୟ ଚାଷୀ ଓ ଦେଶକୁ ଠକିବାକୁ ଚାହୁଁଥିବା ସେ କହିଛନ୍ତି।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.