ETV Bharat / bharat

ରାଜ୍ୟସଭାରେ ଉଠିଲା ପଶ୍ଚିମ ଓଡିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି

author img

By

Published : Feb 4, 2020, 12:34 PM IST

Updated : Feb 4, 2020, 12:43 PM IST

ରାଜ୍ୟସଭାରେ ଉଠିଲା ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି । ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏହି ଦାବି ଉଠାଇବା ସହ ଏ ପ୍ରସଙ୍ଗରେ କେନ୍ଦ୍ର ସରକାର ଶୀଘ୍ର ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ।

bjd mp prasanna acharya
ରାଜ୍ୟସଭାରେ ଉଠିଲା ପଶ୍ଚିମ ଓଡିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି

ନୂଆଦିଲ୍ଲୀ: ରାଜ୍ୟସଭାରେ ଉଠିଲା ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି । ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏହି ଦାବି ଉଠାଇବା ସହ ଏ ପ୍ରସଙ୍ଗରେ କେନ୍ଦ୍ର ସରକାର ଶୀଘ୍ର ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ।

ପଶ୍ଚିମ ଓଡିଶାବାସୀଙ୍କ କଟକ ହାଇକୋର୍ଟ ଆସିବା ଲାଗି ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବାରୁ ଏହାକୁ ଧ୍ୟାନରେ ରଖି ଶୀଘ୍ର ଏଥିପ୍ରତି ଧ୍ୟାନ ଦେବାକୁ ସେ କହିଛନ୍ତି । ଏହାସହ ପଶ୍ଚିମ ଓଡିଶାର ଯେକୌଣସି ସ୍ଥାନରେ ଏହି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ସେ ଦାବି କରିଛନ୍ତି । ସେହିପରି ରାଜ୍ୟସରକାର ଏଥିନେଇ ଭିତ୍ତିଭୂମି ଯୋଗାଇଦେବାକୁ ରାଜି ଥିବାରୁ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଯଥାଶୀଘ୍ର ପଦକ୍ଷେପ ନେବାକୁ ସେ କହିଛନ୍ତି ।

ସେପଟେ ଆସନ୍ତାକାଲି ଠାରୁ ପଶ୍ଚିମ ଓଡିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ହେବାକୁ ଥିବା ଓ ଏହାକୁ ପ୍ରାୟ ସମସ୍ତେ ସମର୍ଥନ କରୁଥିବା ଦର୍ଶାଇ ଏଥିପ୍ରତି ଧ୍ୟାନ ଦେବାକୁ ସେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ସୌଜନ୍ୟ: ରାଜ୍ୟସଭା ଟିଭି

Intro:Body:

BLANK FOR LINK

Conclusion:
Last Updated : Feb 4, 2020, 12:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.