ETV Bharat / bharat

ଲୋକସଭାରେ ଡାକ୍ତର ସମସ୍ୟା ପ୍ରସଙ୍ଗ ଉଠାଇଲେ ଭର୍ତ୍ତୃହରି ମହତାବ

author img

By

Published : Nov 29, 2019, 2:50 PM IST

ଲୋକସଭାରେ ଉଠିଲା ଡାକ୍ତର ସମସ୍ୟା ପ୍ରସଙ୍ଗ । ସାଧାରଣରେ ଡାକ୍ତର ଅଭାବକୁ ନେଇ କେନ୍ଦ୍ର ସରକାର କି କି ପଦକ୍ଷେପ ନେଇଛନ୍ତି ବୋଲି ଲୋକସଭାରେ ପ୍ରଶ୍ନ ଆଗତ କରିଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ।

bjd mp bhartruhari mahatab
ଫଟୋ ସୌଜନ୍ୟ: ଲୋକସଭା ଟିଭି

ନୂଆଦିଲ୍ଲୀ: ଲୋକସଭାରେ ଉଠିଲା ଡାକ୍ତର ସମସ୍ୟା ପ୍ରସଙ୍ଗ । ସାଧାରଣରେ ଡାକ୍ତର ଅଭାବକୁ ନେଇ କେନ୍ଦ୍ର ସରକାର କି କି ପଦକ୍ଷେପ ନେଇଛନ୍ତି ବୋଲି ଲୋକସଭାରେ ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ଏହା ସହିତ ଡାକ୍ତର ଓ ରୋଗୀଙ୍କ ଅନୁପାତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସେ ।

ଭାରତର ବିଭିନ୍ନ ଡାକ୍ତରୀ ଶିକ୍ଷାନୁଷ୍ଠାନରେ ଶିକ୍ଷାଲାଭ କରିବା ପରେ ଅନେକ ଡାକ୍ତର ଏବଂ ନର୍ସ ବିଦେଶ ଚାଲିଯାଉଛନ୍ତି । କମ୍‌ ବେତନ ଯୋଗୁଁ ସେମାନେ ଏଭଳି ପଦକ୍ଷେପ ନେଉଛନ୍ତି । ଏଭଳି ପ୍ରତିଭାଶାଳୀ ଡାକ୍ତର ଏବଂ ନର୍ସଙ୍କୁ ନିଜ ଦେଶରେ କାର୍ଯ୍ୟ କରିବା ଲାଗି ପ୍ରୋତ୍ସାହନ ଦେବାକୁ ସରକାର କି କି ପଦକ୍ଷେପ ନେଇଛନ୍ତି ବୋଲି ଲୋକସଭାରେ ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ।

ଭିଡିଓ ସୌଜନ୍ୟ: ଲୋକସଭା ଟିଭି

ଡାକ୍ତର ଓ ରୋଗୀଙ୍କ ଅନୁପାତକୁ ନେଇ ସେ କହିଛନ୍ତି, ଡବ୍ଲୁଏଚଓ ଅନୁସାରେ ପ୍ରତି 1000 ରୋଗୀଙ୍କ ପାଇଁ ଜଣେ ଡାକ୍ତର ରହିବା ଆବଶ୍ୟକ । ହେଲେ ଭାରତରେ 10189 ରୋଗୀଙ୍କ ପାଇଁ ଜଣେ ଡାକ୍ତର ଅଛନ୍ତି । ଏ ଦିଗରେ ସରକାର କି ପଦକ୍ଷେପ ନେଇଛନ୍ତି? ଏହା ସହିତ ଡାକ୍ତର ସୁରକ୍ଷାକୁ ନେଇ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ପ୍ରଶ୍ନ ଉପସ୍ଥାପନ କରିଛନ୍ତି ସେ । ଯାହାର ଜବାବ ରଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.