ବରେଲି: ନିଜର ଆତ୍ମ ବିଶ୍ବାସ ଏବଂ ସକରାତ୍ମକ ଭାବନା ଦ୍ବାରା ମନୁଷ୍ୟ ଅସାଧ୍ୟକୁ ସାଧ୍ୟ, ଅସଫଳତାକୁ ସଫଳତାରେ, ସମସ୍ୟା ସମାଧାନରେ ପରିବର୍ତ୍ତନ କରିପାରେ । ଦୃଢ ଇଚ୍ଛାଶକ୍ତି ଆଧାରରେ ବିଷମ ସ୍ଥିତିରେ ମଧ୍ୟ ଆଶାର ଆଲୋକ ଦୃଶ୍ୟମାନ ହୋଇଥାଏ । ବରେଲିରେ କୋଭିଡ ହସ୍ପିଟାଲରେ ଜଣେ ରୋଗୀଙ୍କ ଜନ୍ମଦିନ ପାଳନ ଏହାର ପ୍ରମାଣ ଯେ, ଦୁଃଖ ଭିତରେ ସୁଖର ସନ୍ଧାନ କେବଳ ଆତ୍ମବିଶ୍ବାସ ଓ ସକରାତ୍ମକ ଭାବନା ଦ୍ବାରା ସମ୍ଭବ ।
ଭାଇରାଲ ଭିଡିଓ ବରେଲିର ରେଲୱେ ହସ୍ପିଟାଲରୁ ଆସିଛି । ଏହି ଭାଇରାଲ ଭିଡିଓରେ ଜନ୍ମଦିନ ଉତ୍ସବକୁ ଦେଖିଲେ ଆପଣ ନିଶ୍ଚିତ ଭାବରେ ଅନୁଭବ କରୁଥିବେ ଯେ ଏହା ଏକ ହଷ୍ଟେଲ କିମ୍ବା ଘର ଦୃଶ୍ୟ, କିନ୍ତୁ ଏହା ବରେଲିର ରେଲୱେ କୋଭିଡ ହସ୍ପିଟାଲର ୱାର୍ଡ । ଯେଉଁଠାରେ ରୋଗୀମାନେ ମାରାତ୍ମକ ପ୍ରାଣଘାତକ ମହାମାରୀ ଭିତରେ ଖୁସିର ମାହୋଲ ବନାଇଛନ୍ତି । ନିଜ ଦୃଢ ମନୋବଳ ଆଗରେ କୋରୋନାକୁ ହାର ମନାଇଛନ୍ତି । ଜନ୍ମଦିନ ପାଳନ କରି ଖୁସି ମନାଇଛନ୍ତି । ସମସ୍ତେ ଆଜଣା ହେଲେ ଏକାଠି ହୋଇ ଖୁସି ମନାଇଛନ୍ତି ।
ସୂଚନା ଯେ, ମ୍ୟାନେଜମେଣ୍ଟ ଅଧ୍ୟୟନ କରୁଥିବା ଛାତ୍ରୀ ବଶିଂକା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏଠାରେ ତାଙ୍କ ସହ ଚିକିତ୍ସିତ ରୋଗୀ ତାଙ୍କ ଜନ୍ମଦିନ ବିଷୟରେ ଅବଗତ ହୋଇଥିଲେ, ତୁରନ୍ତ କେକ୍ ବ୍ୟବସ୍ଥା କରି ଜନ୍ମଦିନ ପାଳନ କରିଥିଲେ ।
ଏହି ଜନ୍ମଦିନ ପାଳନ ସହ ବିଶ୍ବକୁ ଏକ ବାର୍ତ୍ତା ମଧ୍ୟ ଦେଇଥିଲେ ଯେ ରୋଗ ଯେତେ ଭୟଙ୍କର ହେଲେ ମଧ୍ୟ ମନୁଷ୍ୟର ଆତ୍ମବିଶ୍ବାସ ଆଗରେ ତୁଚ୍ଛ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ