ନୂଆଦିଲ୍ଲୀ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ବ୍ୟତିବ୍ୟସ୍ତ ସମସ୍ତେ । ଏହାର ପ୍ରକୋପରୁ ବର୍ତ୍ତି ନାହାଁନ୍ତି ପଶୁପକ୍ଷୀ । ଖରାର ପ୍ରକୋପ ଏତେ ପ୍ରଚଣ୍ଡ ହୋଇଛି ଯେ, ପକ୍ଷୀଟିଏ ନା ଖୋଲା ଆକାଶରେ ଉଡି ପାରୁଛି ନାଁ ନିଜ ବସାରେ ରହିପାରୁଛି । ଆଉ ଏବେ ସ୍ଥିତି ଏପିର ହୋଇଛି ଯେ, ଦିଲ୍ଲୀ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି ପକ୍ଷୀ ।
ଚାନ୍ଦିନି ଚୌକ ସ୍ଥିତ ହସ୍ପିଟାଲରେ କାର୍ଯ୍ୟରତ ପକ୍ଷୀ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ଗ୍ରାଷ୍ମତାପ ପକ୍ଷୀଙ୍କ ପାଇଁ ଘାତକ ପ୍ରମାଣିତ ହୋଇଛି । ଅଧିକ ତାପମାତ୍ରା କାରଣରୁ କେବଳ ମଣିଷ ନୁହେଁ ପକ୍ଷୀ ମଧ୍ୟ ଗ୍ଲୁକୋଜ ଏବଂ ଭିଟାମିନ୍ର ଅଭାବର ଶିକାର ହେଉଛନ୍ତି । ଯେଉଁ କାରଣରୁ ଏ ପର୍ଯ୍ୟନ୍ତ ଡାକ୍ତରଖାନାରେ ଅନେକ ପକ୍ଷୀ ଭର୍ତ୍ତି ହୋଇସାରିଲେଣି ।
ଏହାସହ ସେ କହିଛନ୍ତି, ଅତ୍ୟଧିକ ଗରମ କାରଣରୁ କିଛି ସମୟ ଆକାଶରେ ଉଡିବା ପରେ ମଧ୍ୟ ଅନେକ ପକ୍ଷୀ ତଳେ ପଡି ଆହତ ହେଉଛନ୍ତି । ତେବେ ଏପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ପ୍ରାୟ 70-80 ପକ୍ଷୀ ଡାକ୍ତରଖାନା ଆସୁଥିବା ନେଇ ସୂଚନା ଦେଇଛନ୍ତି ପକ୍ଷୀ ବିଶେଷଜ୍ଞ ।