ETV Bharat / bharat

ଇଟୋଲିଜୁମାବ ଇଞ୍ଜେକ୍ସନକୁ ଡିସିଜିଆଇର ଅନୁମୋଦନ: କିରଣ ମଜୁମଦାର ସା

ସାଇଟୋକାଇନ୍ ରିଲିଜ୍ ସିଣ୍ଡ୍ରୋମର ମଧ୍ୟମ ଲକ୍ଷଣଯୁକ୍ତ କୋରୋନା ରୋଗୀଙ୍କ ଜରୁରୀକାଳୀନ ବ୍ୟବହାର ପାଇଁ ଭାରତରେ ଇଟୋଲିଜୁମାବ ଇଞ୍ଜେକ୍ସନକୁ ଡିସିଜିଆଇ ପକ୍ଷରୁ ଅନୁମୋଦନ ମିଳିଛି ବୋଲି ସୋମବାର ବେଙ୍ଗାଲୁରୁ ବାୟୋକନ ଲିମିଟେଡ୍ କାର୍ଯ୍ୟନିର୍ବାହୀ ଚେୟାରପର୍ସନ କିରଣ ମଜୁମଦାର ସା କହିଛନ୍ତି ।

author img

By

Published : Jul 14, 2020, 7:13 AM IST

_itolizumab
ଇଟୋଲିଜୁମାବ ଇଞ୍ଜେକ୍ସନକୁ ଡିସିଜିଆଇର ଅନୁମୋଦନ

ନୂଆଦିଲ୍ଲୀ: ଇଟୋଲିଜୁମାବ ଇଞ୍ଜେକ୍ସନକୁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ପକ୍ଷରୁ ମିଳିଲା ଅନୁମୋଦନ । ସାଇଟୋକାଇନ୍ ରିଲିଜ୍ ସିଣ୍ଡ୍ରୋମର ମଧ୍ୟମ ଲକ୍ଷଣଯୁକ୍ତ କୋରୋନା ରୋଗୀଙ୍କ ଜରୁରୀକାଳୀନ ବ୍ୟବହାର ପାଇଁ ଭାରତରେ ଇଟୋଲିଜୁମାବ ଇଞ୍ଜେକ୍ସନକୁ ଡିସିଜିଆଇ ପକ୍ଷରୁ ଅନୁମୋଦନ ମିଳିଛି ବୋଲି ସୋମବାର ବେଙ୍ଗାଲୁରୁ ବାୟୋକନ ଲିମିଟେଡ୍ କାର୍ଯ୍ୟନିର୍ବାହୀ ଚେୟାରପର୍ସନ କିରଣ ମଜୁମଦାର ସା କହିଛନ୍ତି ।

ଇଟୋଲିଜୁମାବ ପ୍ରଥମ ବାୟୋଲୋଜିକ ଥେରାପି ଅଟେ । ଯାହା ବିଶ୍ବରେ କୋରୋନାରେ ମଧ୍ୟମରୁ ଗୁରୁତର ଥିବା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର ହେବାକୁ ଅନୁମୋଦନ ମିଳିଛି । ସିଆରଏସ ଚିକିତ୍ସା ପାଇଁ 2013ରେ ବାୟୋକନ ଭାରତରେ ଇଟୋଲିଜୁମାବ୍ ଲଞ୍ଚ କରିଥିଲା । ବେଙ୍ଗାଲୁରୁର ବାୟୋକନ ପାର୍କରେ ଥିବା ବାୟୋକନର ବାୟୋ- ମ୍ୟାନୁଫ୍ୟାକ୍ଚର ସୁବିଧାରେ ଇଟୋଲିଜୁମାବ୍ ଏକ ଇନଟ୍ରାଭେନସ ଇଞ୍ଜେକ୍ସନ୍ ଭାବରେ ପ୍ରସ୍ତୁତ ହେବ ।

ମୁମ୍ବାଇ ଏବଂ ନୂଆଦିଲ୍ଲୀର ବହୁ ମେଡିକାଲରୁ ଏକ ରାଣ୍ଡୋମାଇଜଡ୍, କଣ୍ଟ୍ରୋଲ୍ଡ କ୍ଲିନିକାଲ୍ ପରୀକ୍ଷଣ ସଫଳ ହେବାପରେ ଡିସିଜିଆଇରୁ ଇଟୋଲିଜୁମାବକୁ ଅନୁମୋଦନ ମିଳିଛି । ତେବେ ମହାରାଷ୍ଟ୍ର, ଦିଲ୍ଲୀ ଏବଂ ଗୁଜୁରାଟର ପାଖାପାଖି 100 ଲୋକ ଇଟୋଲିଜୁମାବ ବ୍ୟବହାର କରି ସୁସ୍ଥ ହୋଇଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.