ନୂଆଦିଲ୍ଲୀ: ମୁଖ୍ୟ ସୂଚନା କମିଶନର ଭାବେ ଶପଥ ଗ୍ରହଣ କରିଛନ୍ତି ବିମଲ ଜୁଲ୍କା । ଆଜି (ଶୁକ୍ରବାର) ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଷ୍ଟ୍ରପତି। ଚଳିତ ବର୍ଷ ଜାନୁଆରୀ ମାସରୁ ଖାଲି ପଡ଼ିଥିଲା ଏହି ପଦବୀ ।
ମଧ୍ୟପ୍ରଦେଶ କ୍ୟାଡରର ୧୯୭୯ ବ୍ୟାଚର ଅବସରପ୍ରାପ୍ତ ଆଇଏଏସ୍ ଅଫିସର ହେଉଛନ୍ତି ବିମଲ ଜୁଲ୍କା । ଶୁକ୍ରବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜୁଲ୍କାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ କେନ୍ଦ୍ରୀୟ ସୂଚନା ଆୟୋଗରେ ସିଆଇସି ପଦରେ ଶପଥ ଗ୍ରହଣ କରାଇଛନ୍ତି।