ETV Bharat / bharat

ସଂସଦର ଶୀତକାଳୀନ ଅଧିବେଶନ; ଚ୍ୟାଲେଞ୍ଜିଂ ହେବ ଏନଆରସି ବିଲ୍‌ - ସଂସଦର ଶୀତକାଳୀନ ଅଧିବେଶନ

ସୋମବାର ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ନାଗରିକ ସଂଶୋଧନ ବିଲ୍ (ଏନଆରସି) ପାରିତ କରିବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜିଂ ସାବ୍ୟସ୍ତ ହେବ। ଅଧିକ ପଢନ୍ତୁ...

ଫାଇଲ ଫଟୋ
author img

By

Published : Nov 17, 2019, 6:14 PM IST

ନୂଆଦିଲ୍ଲୀ: ସୋମବାରରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନରେ ଶାସକ ଦଳ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଲ୍ ଆଣିବାର ଯୋଜନା କରୁଛି । ତେବେ ସେଗୁଡିକ ମଧ୍ୟରୁ ଏକ ବିଲ ହେଉଛି ନାଗରିକ ସଂଶୋଧନ ବିଲ୍ ବା (ଏନଆରସି) । ମୋଦି ସରକାର ତାଙ୍କ ପ୍ରଥମ କାର୍ଯ୍ୟକାଳରେ ବିରୋଧ ପାଇଁ ଗୃହରେ ଏନଆରସି ବିଲ୍ ପାରିତ କରିପାରିନଥିଲେ । ତେଣୁ ଚଳିତ ଥର ଏହି ବିଲ୍‌କୁ ପାରିତ କରିବା ତାଙ୍କ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ରହିବ ।

ତେବେ ଚଳିତ ଥର ଗୃହରେ ଏହି ବିଲ୍‌କୁ ପାରିତ କରିବା ଶାସକ ଦଳ ପାଇଁ କଷ୍ଟକର ମଧ୍ୟ ସାବ୍ୟସ୍ତ ହେବ । କାରଣ ବିରୋଧୀ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି । ଏହା ବ୍ୟତୀତ ଚଳିତ ଥର ବିଜେପିର ସହଯୋଗୀ ରହିଥିବା ଶିବସେନା ରାଜ୍ୟସଭାରେ ବିରୋଧୀ ଆସନରେ ବସିବ ଏବଂ ଉଭୟଙ୍କ ସମ୍ପର୍କରେ ପଡିଥିବା ଗଣ୍ଠି ଏଥିରେ ବାଧା ସୃଷ୍ଟି କରିପାରେ ।

ନାଗରିକ ସଂଶୋଧନ ବିଲ୍‌କୁ ନେଇ ପୂର୍ବରୁ ମଧ୍ୟ ଅନେକ ବିରୋଧ ପ୍ରଦର୍ଶନ କରାଯାଇଛି । ସଂସଦର ପୂର୍ବତନ ଅଧିବେଶନରେ ବିରୋଧୀ ଦଳ ଏକଜୁଟ ହୋଇ ଏହାର ବିରୋଧ କରିଥିଲେ । ଏହା ସହିତ ଉତ୍ତର ପୂର୍ବର ଅନେକ ରାଜ୍ୟ ଏହି ବିଲ୍‌କୁ ବିରୋଧ କରୁଛନ୍ତି । ଯାହାକୁ ଦୃଷ୍ଟିରେ ରଖି ସରକାର ଏଥିରେ ସଂଶୋଧନର ପ୍ରତିଶୃତି ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବର 18ରୁ ଆରମ୍ଭ ହୋଇ ଡିସେମ୍ବର 13 ରେ ଶେଷ ହେବ । ଏହି ଅଧିବେଶନରେ ଦିଲ୍ଲୀରେ ଥିବା ବେଆଇନ କଲୋନୀକୁ ନିୟମ ପରିସରଭୁକ୍ତ କରିବା, ଡାକ୍ତରଙ୍କ ସୁରକ୍ଷା ସମେତ 27 ବିଲ୍‌ ସଂସଦରେ ଆଗତ ହେବ ।

---------- Forwarded message ---------
From: SANJIB KUMAR RAY <sanjibkumar.ray@etvbharat.com>
Date: Wed, May 8, 2019, 15:13
Subject: ସ୍ମାର୍ଟସିଟିରେ ଲହଡି ଭାଙ୍ଗୁଛି ସ୍ବେରଜ ଟାଙ୍କିର ମଇଳା ପାଣି।
To: Odia Desk <odiadesk@etvbharat.com>, BISWANATH PRAHARAJ RAJAGURU <rajguru.bp@etvbharat.com>, SARADHA LAHANGIR <sarada.lahangir@etvbharat.com>

ନା ଅଛି ପିଇବା ପାଣି ନା ଅଛି ବିଜୁଳି କିନ୍ତୁ ରାସ୍ତା ଉପରେ ଲହଡି ଭାଙ୍ଗୁଛି ସ୍ବେରଜ ଟାଙ୍କିର ତରଳ ବର୍ଜ୍ୟବସ୍ତୁ।ବାତ୍ୟା ଫୋନିର ପ୍ରଭାବରେ ସ୍ମାର୍ଟସିଟିରେ ଲୋକେ ପିଇବା ପାଣି ବିନା ହନ୍ତସନ୍ତ ହେଉଥିବାବେଳେ ରାସ୍ତାରେ ସ୍ବେରଜ ଟାଙ୍କିର ଅପରିଷ୍କାର ପାଣି ରାସ୍ତା ଉପରେ ଲହଡି ଭାଙ୍ଗୁଛି।ଗତ ୩ ଦିନ ହେବ ଆଇଆରସି ଭିଲେଜ ଏନ୬ ୪୦ ରେ ଥିବା ମୁଣ୍ଡାସାହି ଛକରୁ ହେଲଥ ଭିଲେଜ ରାସ୍ତାରେ ସ୍ବେରଜ ଟାଙ୍କିର ତରଳ ବର୍ଜ୍ୟବସ୍ତୁ ରାସ୍ତା ଉପରେ ଲହଡି ଭାଙ୍ଗୁଥିବା ବେଳେ ସ୍ଥାନୀୟ ପ୍ରଶାସନ ଚୁପ ବସିଛି।ଗୋଟେ ପଟେ ପିଇବା ପାଣି ର ଘୋର ଅଭାବ ଥିବା ବେଳେ ଅନ୍ୟପଟେ ରାସ୍ତା ଉପରେ ତରଳ ବର୍ଜ୍ୟବସ୍ତୁ ଭାସୁଛି।ପରିବେଶ ଦୂଷିତ ହେଉଛି।ଜନସ୍ୱାସ୍ଥ୍ୟ ବିଭାଗ ଠୁ ଆରମ୍ଭ କରି ସ୍ବେରଜ ବୋର୍ଡ଼ ପର୍ଯ୍ୟନ୍ତ ଚୁପ ବସିଛନ୍ତି।ବିଦ୍ୟୁତ ନାହିଁ, ପିଇବା ପାଣି ନାହିଁ ନେଟୱର୍କ ନାହିଁ ତା ସାଙ୍ଗକୁ ରାସ୍ତା ଉପରେ ତରଳ ବର୍ଜ୍ୟବସ୍ତୁ ଭାସିବା ମନେ ହେଉଛି ସ୍ମାର୍ଟସିଟି ରେ ସମସ୍ତ ବ୍ୟବସ୍ଥା ଯେପରି ଭୁଶୁଡି ପଡିଛି।

ଦୁଇ ତିନି ଦିନ ହେଲା ସ୍ବେରଜ ଟାଙ୍କିରୁ ଅପରିଷ୍କାର ପାଣି ରାସ୍ତା ଉପରେ ଭାସୁଛି, ଗନ୍ଧ ହେଉଛି ଘରେ ରହି ହେଉନି।କେହି ଆସୁନାହାନ୍ତି କିଛି କରୁନାହାନ୍ତି।ଲାଇଟ ନାହିଁ, ପିଇବା ପାଣି ନାହିଁ ,ପୁଣି ଏ ଯେଉଁ ମଇଳା ପାଣି ରାସ୍ତା ଉପରେ ଭାସୁଛି ଆହୁରି ଦୁର୍ଦଶା ବଢ଼େଇ ଦେଇଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

ରାସ୍ତା ଉପରେ ଟାଙ୍କି ପାଣି ଭାସୁଛି।ଯେଉଁ ଗନ୍ଧ ହେଉଛି ଏ ରାସ୍ତାରେ ଯିବା ସମ୍ଭବ ନୁହେଁ।ବିଜୁଳି ନାହିଁ ,ପିଇବା ପାଣି ନାହିଁ ସେପଟେ  ଟାଙ୍କିରୁ ମଇଳା ନିର୍ଗତ ହେବା ବଡ ସମସ୍ୟା ।କେହି ଟିକେ ଆସି କାମ କଲେ ଭଲ ହୁଅନ୍ତା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

୬,୭ ଦିନ ହେଲା ପିଇବା ପାଣି ନାହିଁ, ଭାରି ଅସୁବିଧା ରେ ଅଛୁ।ବାତ୍ୟା ପରେ ସବୁ ସମସ୍ୟା ବଢି ଯାଇଛି।ରାସ୍ତା ଘାଟ, ବିଜୁଳି ସବୁ ଅସୁବିଧା,କିଛି ନାହିଁ।ପିଇବା ପାଣି ଟିକେ କେହି ଦେଉ ନାହାନ୍ତି ବୋଲି ସାଲିଆ ସାହି ୨୬ ନଂ ୱାର୍ଡ ର ଆଶା କହିଛନ୍ତି।

କାଲି ସ୍ବେରଜ ବୋର୍ଡ଼ ମୋବାଇଲ ଟିମ କୁ ସେ ଘଟଣା ନଜରକୁ ଆସିଛି।ଆଜି ୭,୮ ଜଣିଆ ଟିମ ଯାଇ ତାକୁ ସଫା କରୁଛନ୍ତି।ଆଜି ସଂଧ୍ୟା ସୁଦ୍ଧା  ବର୍ଜ୍ୟବସ୍ତୁ କଢାଯିବ ,ତା ପରେ ଟାଙ୍କି ଓଭରଫ୍ଲୋ ହେବ ନାହିଁ। ବର୍ଷା ପାଣି ଓ କାଦୁଅ ପଶି ଯିବାରୁ ଏଭଳି ପରିସ୍ଥିତି ହେଉଛି।ସାଧାରଣ ଲୋକଙ୍କୁ ଅନୁରୋଧ କରୁଛୁ ବାହାର ପାଣି ତା ଭିତରକୁ ନ ଛାଡ଼ନ୍ତୁ ବୋଲି ସ୍ବେରଜ ବୋର୍ଡ଼ ପ୍ରକଳ୍ପ ଯନ୍ତ୍ରୀ  ଭରତ ଚନ୍ଦ୍ର ଦଳେଇ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.